ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ

Published By : Harapriya Sethi | December 4, 2024 9:22 AM

ମାଲକାନଗିରି,୦୪/୧୨: ମାଲକାନଗିରି ଜିଲ୍ଲା ସହିତ ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଓ ବିଜାପୁର ଜିଲ୍ଲାରେ ବୁଧବାର ସକାଳେ ମୃଦୁ ଭୂମିକମ୍ପ ଲୋକମାନେ ଅନୁଭବ କରିଛନ୍ତି । ବୁଧବାର ସକାଳ ୭ଟାରୁ ୭ଟା ୩୦ମିନିଟ ମଧ୍ୟରେ ପ୍ରାୟ ୩ରୁ ୪ ସେକେଣ୍ଡ ଧରି ମୃଦୁ ଭୂମିକମ୍ପ ହୋଇଥିବାର ଲୋକମାନେ କହିଛନ୍ତି।

ମାଲକାନଗିରି ଜିଲ୍ଲା ସଦର ମହାକୁମାସ୍ଥ ଡିଏନକେ କଲୋନୀ, ମାଲକାନଗିରି କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଘର ଓ ରେଭିନ୍ୟୁ କଲୋନୀ, ବଣ୍ଡା ବାକୁଲି ଗୁଡା ସାହି ସହିତ ପଡିଆ ବ୍ଲକର କିଛି ଗ୍ରାମରେ ଘର, ଭୂଇଁ, ଖଟ, ପଲଙ୍କ, ଟେବୁଲ, ଚେୟାର ଥରିବା ସହିତ ଟେବୁଲ ଉପରେ ଥିବା ଫୁଲ ଦାନୀ ଥରି ଥରି ତଳକୁ ଖସିପଡ଼ିଥିଲା । ଏହି ଭୂମିକମ୍ପରେ କିଛି କ୍ଷୟକ୍ଷତି ଘଟି ନଥିବା ବେଳେ ବସ୍ତିବାସିନ୍ଦା କିଛି ମାତ୍ରାରେ ଭୟଭୀତ ହୋଇଥିବାର ଜଣା ପଡିଛି । ସୂଚନା ଯୋଗ୍ୟ ଯେ, ଗତ ୪ବର୍ଷ ତଳେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂମିକମ୍ପ ହୋଇ କିଛି ମାତ୍ରାରେ କ୍ଷୟ କ୍ଷତି ଘଟିଥିଲା । ବିଶେଷ କରି ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟ କାନ୍ଥ ଫାଟି ଯିବା ସହିତ ଅନେକ ଲୋକଙ୍କ ଘର କାନ୍ଥ ମଧ୍ୟ ଫାଟି ଯାଇ ଥିବାର ଦେଖିବାକୁ ମିଳିଥିଲା । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.