ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

କେବେ ଭାବିଛନ୍ତି କି... ମହିଳାଙ୍କ ତୁଳନାରେ କାହିଁକି ପୁରୁଷ ଅଧିକ ଡେଙ୍ଗା ?

Published By : Prameya | January 27, 2025 10:53 AM

ନୂଆଦିଲ୍ଲୀ, ୨୭/୦୧ : ଈଶ୍ଵରଙ୍କ ବରଦାନ ମଣିଷ। ଉଭୟ ସ୍ତ୍ରୀ ଏବଂ ପୁରୁଷଙ୍କୁ ସମାନ କରି ଗଢିଛି ପ୍ରକୃତି। ଉଭୟଙ୍କର ଏକାଭଳି ମସ୍ତିଷ୍କ, ଏକାଭଳି ହୃଦୟ ଏବଂ ଏକାଭଳି ରଙ୍ଗରୂପ। ସବୁ କାମ ପାଇଁ ଉଭୟ ସମାନ ଭାବରେ ସକ୍ଷମ। ଉଭୟ ସମାନ ପରିମାଣର ଖାଦ୍ୟ ଖାଆନ୍ତି ଏବଂ ସେମାନଙ୍କୁ ସମାନ ପୋଷଣ ମିଳେ। ତେବେ ଆପଣ କେବେ ଭାବିଛନ୍ତି ଏସବୁ ସତ୍ତ୍ଵେ ଉଚ୍ଚତା ଏବଂ ଓଜନରେ ମହିଳାଙ୍କ ତୁଳନାରେ କାହିଁକି ଅଧିକ ପୁରୁଷ ?  ମହିଳାଙ୍କ ତୁଳନାରେ କାହିଁକି ପୁରୁଷ ଅଧିକ ଡେଙ୍ଗା ? 

ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ଲମ୍ବା ଏବଂ ଶକ୍ତିଶାଳୀ ହୋଇଥାନ୍ତି। ଏହା ପଛର କାରଣ ହେଉଛି ଜେନେଟିକ୍ ଏବଂ ହର୍ମୋନ୍‌ର ପ୍ରଭାବ। ଜେନେଟିକ୍ କାରଣରୁ  ବଂଶାନୁକ୍ରମିକ ଭାବେ ପୁରୁଷ ଲମ୍ବା ହୋଇଥାନ୍ତି ଏବଂ ମହିଳାଙ୍କ ଉଚ୍ଚତା କମ୍ ହୋଇଥାଏ। ଡାର୍‌ଉଇନ୍‌ ସିଦ୍ଧାନ୍ତ ଅନୁସାରେ ମଣିଷ ନିଜ ଆବଶ୍ୟକତା ହିସାବରେ ନିଜକୁ ଢାଳିବାକୁ ଚେଷ୍ଟା କରେ। ପୂର୍ବରୁ ମଣିଷ ଶିକାର କରି ବଞ୍ଚୁଥିଲା। ଏଥିପାଇଁ ପୁରୁଷ ଅଧିକ ଶକ୍ତିଶାଳୀ ଏବଂ ଡେଙ୍ଗା ହେବା ଆବଶ୍ୟକ ଥିଲା। ତେଣୁ ମଣିଷ ପରିସ୍ଥିତି ସହ ନିଜକୁ ଖୁଆଇଥିଲା। ପରେ ଏହା ବଂଶାନୁକ୍ରମ ଭାବେ ଚାଲିଲା। 

ଏହି ଖବରଟିକୁ ପଢନ୍ତୁ- କଲମ୍ବିଆ ଉପରେ ଟ୍ରମ୍ପଙ୍କ ଆକ୍ସନ, ଲଗାଇବ ୨୫% ଏର୍ମଜେନ୍ସି ଟାରିଫ୍

ସେହିପରି ହରମୋନ୍ ଯୋଗୁଁ ମଧ୍ୟ ମଣିଷ ଡେଙ୍ଗା କିମ୍ଵା ଗେଡ଼ା ହୋଇଥାଏ। ଶୈଶବ ଅବସ୍ଥାରେ ଉଭୟ ଏଷ୍ଟ୍ରଜେନ୍ ଏବଂ ଟେଷ୍ଟୋଷ୍ଟେରୋନ ହରମୋନ୍ ପୁରୁଷ ଏବଂ ସ୍ତ୍ରୀଙ୍କ ଠାରୁ ସମାନ ରୂପରେ ଡିସଚାର୍ଜ ହୁଏ। ହେଲେ କିଶୋରାବସ୍ଥାରେ ଏଥିରେ ପରିବର୍ତ୍ତନ ହୁଏ। କିଶୋରାବସ୍ଥାରେ ପୁରୁଷଙ୍କ ଠାରୁ ଟେଷ୍ଟୋଷ୍ଟେରୋନ ହରମୋନ୍ ଅଧିକ ନିର୍ଗତ ହୁଏ। ଏହାଦ୍ଵାରା ମାଂଶପେଶୀ ବିକଶିତ ହୁଏ। ଉଚ୍ଚତା ବଢେ। ସେହିଭଳି ସ୍ତ୍ରୀଙ୍କ ଠାରୁ ଏଷ୍ଟ୍ରୋଜେନ କମ୍ କ୍ଷରଣ ହୁଏ। ଯାହାଦ୍ଵାରା ଉଚ୍ଚତା ବଢିବାରେ ବାଧାପ୍ରାପ୍ତ ହୁଏ। 

ତେବେ ଦେଖିବାକୁ ଗଲେ ଗତ ଶତାବ୍ଦୀରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଉଚ୍ଚତା ଦୁଇ ଗୁଣ ବଢିଛି। ସେମାନଙ୍କ ମଧ୍ୟରେ ଓଜନର ବି ଅନ୍ତର ବଢିଛି। ବାୟୋଲୋଜି ଲେଟର୍ସ ପତ୍ରିକାରୁ ଏହାର ଖୁଲାସା ହୋଇଛି। ରିସର୍ଚ୍ଚ ଅନୁସାରେ ମହିଳାଙ୍କ ଉଚ୍ଚତା ୧.୬୮ ସେମି ବଢିଥିବା ବେଳେ ପୁରୁଷଙ୍କ ଉଚ୍ଚତା ୪.୦୩ ସେମି ବଢିଛି। ସେହିଭଳି ମହିଳାଙ୍କ ଓଜନ ୨.୭୦ କିଲୋ ବଢିଥିବା ବେଳେ ପୁରୁଷଙ୍କ ଓଜନ ୬.୪୮ କିଲୋ ବଢିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.