ପ୍ରମୂଖ ଖବର
  • ଖୁବ୍‌ଶୀଘ୍ର ସରିବ ନିର୍ବାଚନ ପ୍ରକ୍ରିୟା, ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପିକୁ ମିଳିବ ନୂଆ ରାଜ୍ୟ ସଭାପତି
  • ||
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ଶକ୍ତିଶାଳି ହେବ ଭାରତୀୟ ସେନା; ପିନାକା ରକେଟ ପାଇଁ ୧୦ ହଜାର କୋଟି ମଞ୍ଜୁର

Published By : Bijay Swain | January 29, 2025 11:29 PM

Image courtesy: indiatoday

ନୂଆଦିଲ୍ଲୀ: ଭାରତ ବିପକ୍ଷରେ ଚିନ୍ତା କରିବା ପୂର୍ବରୁ ଏବେ ଶତ୍ରୁ ପକ୍ଷ ଭଲସେ ଚିନ୍ତା କରିବେ। ବୁଧବାର ଭାରତ ସରକାର ପିନାକା ମଲ୍ଟି ବ୍ୟରେଲ ରକେଟ ଲଞ୍ଚର ସିଷ୍ଟମର ଆମ୍ୟୁନେସନ ପାଇଁ ୧୦ହଜାର ୨୦୦କୋଟି ଟଙ୍କାର ଅନୁଦାନ ପାରିତ କରିଛନ୍ତି। ସେନାରେ ଯୁଦ୍ଧ୍ୟାସ୍ତ୍ର ଆଧୁନିକକରଣକୁ ବୁଷ୍ଟ କରିବାକୁ ଏହା ଭାରତ ସରକାରଙ୍କ ଅନ୍ୟତମ ପଦକ୍ଷେପ। ସୁରକ୍ଷାକୁ ନେଇ ହୋଇଥିବା ବୈଠକରେ ଏହି ପ୍ରୋଜେକ୍ଟ ପାଇଁ ଅନୁଦାନ ପାରିତ କରାଯାଇଛି। 

ଏହି ପ୍ରୋଜେକ୍ଟରେ ମୁଖ୍ୟତଃ ଦୁଇଟି ଜିନିଷ କ୍ରୟ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଚଳିତ ଆର୍ଥିକ ବର୍ଷରେ ଅର୍ଥାତ ମାର୍ଚ୍ଚ ୩୧ ପୂର୍ବରୁ ଏହାର କଣ୍ଟ୍ରାକ୍ଟ ଦିଆଯିବ। ଏହି କଣ୍ଟ୍ରାକ୍ଟରେ ପିନାକା ରକେଟ ଲଞ୍ଚର ସିଷ୍ଟମରେ ବ୍ୟବହୃତ ହେଉଥିବା ଜ୍ୱଳନଶୀଳ ଆମ୍ୟୁନେସନ ପାଇଁ ୫,୭୦୦କୋଟି ଟଙ୍କା ଓ ୪,୫୦୦ କୋଟି ଟଙ୍କାର ଏରିଆ ଡେନିଅଲ ମ୍ୟୁନିଟିଅନସର କ୍ରୟ ପାଇଁ ଖର୍ଚ୍ଚ କରାଯିବ ବୋଲି ସୂଚନା ମିଳିଛି। 

ପିନାକା ରକେଟ୍ ପ୍ରଣାଳୀ ଭାରତୀୟ ସେନାରେ ନିଜର ଘାତକ ଆକ୍ରମଣକୁ ପ୍ରମାଣିତ କରିସାରିଛି। ଏଣୁ ଭାରତୀୟ ସେନା ବିଶେଷକରି ଚୀନ୍ ସହିତ ଉତ୍ତର ସୀମାରେ ଉଚ୍ଚ-ଉଚ୍ଚତା ଅଞ୍ଚଳରେ ପିନାକା ରକେଟର କିଛି ରେଜିମେଣ୍ଟ ନିୟୋଜିତ କରିଛି। ଉଚ୍ଚତାରେ ସଠିକ୍ ଆକ୍ରମଣ କରିବାର କ୍ଷମତା ଯୋଗୁଁ ପିନାକା ରକେଟ୍ ପ୍ରଣାଳୀ ବିଶ୍ୱ ସ୍ତରରେ ସବୁଠାରୁ ଉନ୍ନତ ରକେଟ୍ ପ୍ରଣାଳୀ ମଧ୍ୟରୁ ଗୋଟିଏ ହୋଇପାରିଛି। ଏହାର ବିଶ୍ୱାସନିୟତା ଏତେ ଯେ ଅଜରବେଇଜାନ ଭାରତ ପାଖରୁ ପୂର୍ବରୁ ଏହି ରକେଟ୍ ସିଷ୍ଟମ କିଣି ସାରିଛି। ଅଜରବେଇଜାନ ପରେ ଏବେ ଦୁନିଆର ଅନେକ ଦେଶ ଏହି ରକେଟ ସିଷ୍ଟମ କିଣିବାକୁ ଆଗ୍ରହୀ ଅଛନ୍ତି। 

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ବିକଶିତ ହୋଇଥିବା ପିନାକା ରକେଟ୍ ପ୍ରଣାଳିରେ ବହୁ ଅଗ୍ରଗତି ହୋଇଛି।  ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଲକ୍ଷ୍ୟଭେଦ କ୍ଷମତା ୭୫ କିଲୋମିଟର ଥିଲା ପରେ ଏହାକୁ ସମ୍ପ୍ରସାରିତ କରି ଏହାକୁ ୧୨୦ କିଲୋମିଟର କରାଯାଇଥିଲା। ତେବେ ବର୍ତ୍ତମାନ ଏହାର ଲକ୍ଷ୍ୟଭେଦ କ୍ଷମତାକୁ ୩୦୦ କିଲୋମିଟର ଯାଏ ବୃଦ୍ଧି କରିବାକୁ ଯୋଜନା ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.