ପ୍ରମୂଖ ଖବର
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ଏଆଇ ବ୍ୟବହାର କରନ୍ତୁ, କିନ୍ତୁ ଏହାର ଦାସ ହୁଅନ୍ତୁ ନାହିଁ; ପିଡି଼ଇୟୁର ସମାବର୍ତ୍ତନ ସମାରୋହରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଏମିତି କହିଲେ ମୁକେଶ ଅମ୍ବାନୀ…

Published By : Prameya | January 29, 2025 9:32 PM

ଗାନ୍ଧୀନଗର: କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ) ଉପରେ ଚାଲିଥିବା ବିତର୍କରେ ନିଜ ମତ ରଖିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ। ଗୁଜରାଟର ପଣ୍ଡିତ ଦୀନଦୟାଲ ଶକ୍ତି ବିଶ୍ୱବିଦ୍ୟାଳୟ (ପିଡି଼ଇୟୁ)ର ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ଆର୍ଟିଫିସିଆଲ୍‌  ଇଣ୍ଟେଲିଜେନ୍ସ ଉପରେ ସେ କହିଛନ୍ତି, “ତୁମେ ଚାଟ୍‌ ଜିପିଟି ବ୍ୟବହାର କର,କିନ୍ତୁ ମନେରଖ ଯେ ଆମେ କୃତ୍ରିମ ବୁଦ୍ଧିମତ୍ତା ସହିତ ନୁହେଁ ବରଂ ନିଜ ବୁଦ୍ଧି ସହିତ ଆଗକୁ ବଢିବା ଏବଂ ଏହା ଦ୍ୱାରା ତୁମେ ଆଗକୁ ବଢିପାରିବ।”ଛାତ୍ରଛାତ୍ରୀ ମାନଙ୍କ ସହ ବାର୍ତ୍ତାଳାପରେ ସେ କହିଥିଲେ, “ମୁଁ ଆମର ଯୁବ ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ପରାମର୍ଶ ଦେବାକୁ ଚାହୁଁଛି। 

ଜଣେ କୃତ୍ରିମ ଇଣ୍ଟେଲିଜେନ୍ସକୁ ଏକ ସାଧନ ବା ଉପକରଣ ଭାବରେ ବ୍ୟବହାର କରିବାରେ ପାରଦର୍ଶୀ ହେବା ଆବଶ୍ୟକ କିନ୍ତୁ ତୁମର ନିଜର ବୁଦ୍ଧି ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ। ଏହି ବିଶ୍ୱ ବିଦ୍ୟାଳୟ ଛାଡିବା ପରେ ତୁମକୁ ଏକ ବଡ଼ ଜୀବନ ବିଶ୍ୱବିଦ୍ୟାଳୟରେ ଯୋଗଦାନ କରିବାକୁ ପଡିବ। ଯେଉଁ ଠାରେ ନଥିବ କୌଣସି କ୍ୟାମ୍ପସ୍‌, ନଥିବ ଶ୍ରେଣୀଗୃହ ଏବଂ ପଢ଼ାଇବାକୁ ନଥିବେ ଶିକ୍ଷକ। ତୁମେ ମାନେ କେବଳ ନିଜ ଦମ୍ଭରେ ଜୀବନରେ ଆଗକୁ ବଢ଼ି ପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ମୁକେଶ ଅମ୍ବାନୀ କହିଛନ୍ତି ଯେ, “ପଣ୍ଡିତ ଦୀନଦୟାଲ ଶକ୍ତି ବିଶ୍ୱ ବିଦ୍ୟାଳୟର ଜନ୍ମ ପ୍ରଧାନମନ୍ତ୍ରୀଙ୍କ ଅସାଧାରଣ ଦୂରଦୃଷ୍ଟିର ଫଳ । କୋଡିଏ ବର୍ଷ ପୂର୍ବେ ସେ ମୋତେ କହିଥିଲେ ଯେ ଗୁଜୁରାଟ ଶକ୍ତି ଏବଂ ଶକ୍ତି ଉତ୍ପାଦ କ୍ଷେତ୍ରରେ ଦେଶର ନେତୃତ୍ୱ ନେବା ସେ ଚାହୁଛନ୍ତି ।

 ଏଥି ସହିତ ବିଶ୍ୱ ସ୍ତରର ମାନବ ସମ୍ବଳର ବିକାଶରେ ଗୁଜୁରାଟ ମଧ୍ୟ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ। ଏହିଭଳି ଭାବରେ ଏହି ଅଗ୍ରଣୀ ବିଶ୍ୱବିଦ୍ୟାଳୟର ସ୍ଥାପନ ହୋଇଥିଲା। ସୂଚନାଯୋଗ୍ୟ ଯେ ମୁକେଶ ଅମ୍ବାନୀ ପିଡି଼ଇୟୁର ସଂସ୍ଥାପକ ସଭାପତି ଓ ଅଧ୍ୟକ୍ଷ ରହିଛନ୍ତି। ଏହି ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ମୁକେଶ ଅମ୍ବାନୀ କହିଛନ୍ତି ଯେ “ମୁଁ ସ୍ପଷ୍ଟ ଭାବରେ ଦେଖିପାରୁଛି ଯେ ଏହି ଶତାବ୍ଦୀର ଶେଷ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ସମୃଦ୍ଧ ରାଷ୍ଟ୍ର ହେବ। ଦୁନିଆର କୌଣସି ଶକ୍ତି ଭାରତର ବିକାଶ ଯାତ୍ରାକୁ ରୋକି ପାରିବ ନାହିଁ । ”

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.