ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ସ୍ୱର୍ଣ୍ଣ ମନ୍ଦିରରେ ଏୟାର ଡିଫେନ୍ସ ଗନ୍ ମୁତୟନ କରିବାକୁ ଅନୁମତି, ଶତ୍ରୁର ପ୍ରତ୍ୟେକ ଆକ୍ରମଣ ହେବ ବିଫଳ

Published By : prameya | May 20, 2025 8:19 AM

ନୂଆଦିଲ୍ଲୀ,୨୦/୦୫:  ଅପରେସନ ସିନ୍ଦୂର ବେଳେ ପଞ୍ଜାବ ଅମୃତସର ସ୍ଵର୍ଣ୍ଣ ମନ୍ଦିରକୁ ଟାର୍ଗେଟ କରିଥିଲା ପାକିସ୍ତାନ । ଶିଖମାନଙ୍କ ମୂଳ ଧର୍ମପୀଠ ଥିଲା ପଡ଼ୋଶୀ ଦେଶର ଟାର୍ଗେଟରେ । ମାତ୍ର ପାକ୍ ସମସ୍ତ ଉଦ୍ୟମକୁ ପଣ୍ଡ କରି ଦେଇଥିଲା ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ । ଆକାଶରେ ହିଁ ପାକିସ୍ତାନର ସବୁ ଡ୍ରୋନ, ମିସାଇଲକୁ ଧ୍ଵଂସ କରିଥିଲା ଆକାଶ ଏୟାର ଡିଫେନ୍ସ ସିଷ୍ଟମ । ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଥିବା ବେଳେ ସ୍ବର୍ଣ୍ଣ ମନ୍ଦିରର ସୁରକ୍ଷା ନେଇ ପଦକ୍ଷେପ ନେଇଛନ୍ତି ସରକାର । ପ୍ରଥମ ଥର ପାଇଁ ଗେଲ୍ଡେନ ଟେମ୍ପୁଲରେ ଏୟାର ଡିଫେନ୍ସ ଗନ୍ ମୁତୟନ ପାଇଁ ନିଷ୍ପତି ନିଆଯାଇଛି । ସ୍ୱର୍ଣ୍ଣ ମନ୍ଦିରର ମୁଖ୍ୟ ଗ୍ରନ୍ଥୀ ମନ୍ଦିର ପରିସରରେ ଅସ୍ତ୍ରଶସ୍ତ୍ର ମୁତୟନ କରିବାକୁ ସେନାକୁ ଦେଇଛନ୍ତି ଅନୁମତି ।  

ସୂଚନା ଅନୁଯାୟୀ, ପାକିସ୍ତାନ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଧ୍ୟମରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରକୁ ଟାର୍ଗେଟ କରିଥିଲା । କିନ୍ତୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ବ୍ୟବସ୍ଥା ଯୋଗୁଁ ପାକ୍ ର ପ୍ରତ୍ୟେକ ପ୍ରୟାସ ବିଫଳ ହୋଇଥିଲା । ଏବେ ସ୍ୱର୍ଣ୍ଣ ମନ୍ଦିରର ସୁରକ୍ଷା ଆହୁରି ବୃଦ୍ଧି କରାଯାଇଛି । ଭାରତୀୟ ସେନାର ପ୍ରତିରକ୍ଷା କମାଣ୍ଡର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ସୁମେର ଇଭାନ ଡି'କୁନହା ଏଏନଆଇର ଏକ ସାକ୍ଷାତକାରରେ ଅନେକ ଖୁଲାସା କରିଛନ୍ତି ।

ସେ କହିଛନ୍ତି, ଏହା ବହୁତ ଭଲ କଥା ଯେ ସ୍ୱର୍ଣ୍ଣ ମନ୍ଦିରର ମୁଖ୍ୟ ଗ୍ରନ୍ଥୀ ଏୟାର ଡିଫେନ୍ସ ଗନ୍ ମୁତୟନ କରିବାକୁ ଅନୁମତି ଦେଇଛନ୍ତି । ବହୁ ବର୍ଷ ପରେ ପ୍ରଥମ ଥର ସ୍ୱର୍ଣ୍ଣ ମନ୍ଦିରର ଆଲୋକ କିଛି ସମୟ ପାଇଁ ବନ୍ଦ ରହିଥିଲା । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ପ୍ରତିଶୋଧ ନେଇଥିଲା। ଏହା ପିଓକେ ଏବଂ ପାକିସ୍ତାନରେ ଅବସ୍ଥିତ ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଭାରତର ଏହି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରି ଭାରତୀୟ ସେନା ଓ ସୀମାବର୍ତ୍ତୀ ସହରକୁ ଟାର୍ଗେଟ୍ କରି ଡ୍ରୋନ୍ ଆକ୍ରମଣ ଓ ମିସାଇଲ୍ ମାଡ଼ କରିଥିଲା । କିନ୍ତୁ ଭାରତର ଦୃଢ଼ ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନର ପ୍ରତ୍ୟେକ ପ୍ରୟାସକୁ ବିଫଳ କରିଥିଲା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.