ପ୍ରମୂଖ ଖବର
  • ଖୁବ୍‌ଶୀଘ୍ର ସରିବ ନିର୍ବାଚନ ପ୍ରକ୍ରିୟା, ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପିକୁ ମିଳିବ ନୂଆ ରାଜ୍ୟ ସଭାପତି
  • ||
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ମହାକୁମ୍ଭରେ ଦଳାଚକଟା ଘଟଣା ; ଜମାତ- ଏ- ଇସଲାମୀ ଦେଲା ବୟାନ, ଯୋଗୀ ସରକାରକୁ କଲା ବଡ଼ ଦାବି

Published By : Prameya | January 29, 2025 11:03 PM

ନୂଆଦିଲ୍ଲୀ,୨୯/୧ :   ମହାକୁମ୍ଭରେ ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ କରିବା ପୂର୍ବରୁ ହୋଇଥିବା ଦଳଚକଟାରେ ୩୦ଲୋକଙ୍କ ମୃତ୍ୟୁ ହୋଇଥିଲାବେଳେ ୬୦ଲୋକ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ଜମାତ-ଏ-ଇସଲାମୀ ବୁଧବାର ଦୁଃଖ ପ୍ରକାଶ କରିଛି । ଜମାତ - ଏ- ଇସଲାମୀ କହିଛି କି ପ୍ରୟାଗରାଜର ମହାକୁମ୍ଭରେ ହୋଇଥିବା ଦୁଃଖଦ ଘଟଣାରେ ବହୁ ଦୁଃଖି ଅଟେ । ଏହି ଘଟଣାରେ କେତେକ ଶ୍ରଦ୍ଧାଳୁଙ୍କ ଜୀବନ ଚାଲି ଯାଇଛି ।

ଜମାତ -ଏ- ଇସଲାମୀ ଦୁର୍ଘଟଣାକୁ ନେଇ ଯୋଗୀ ସରକାର ଆଗରେ ବଡ଼ ଦାବି ରଖିଛି । ସେ କହିଛି କି ସାଧାରଣତୀର୍ଥ ଯାତ୍ରୀଙ୍କୁ ଭିଆଇପି ଭଳି ସୁରକ୍ଷାର ଆବଶ୍ୟକ ଅଛି । ଦୁଃଖର ଏହି ସମୟରେ ଆମେ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ବ୍ୟକ୍ତ କରୁଛୁ । ଜମାନ-ଏ-ଇସଲାମୀ ସେହି ଲୋକମାନଙ୍କ ସହ ଛିଡ଼ା ହୋଇଛି ଯିଏ ନିଜ ଲୋକଙ୍କୁ ହରାଇଛନ୍ତି । ଏହି ଦୁଃଖି ପରିବାରକୁ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.