ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ ବଞ୍ଚାଇବାକୁ ଲୋକେ ଛାତରୁ ଡ଼େଇଁଲେ ... ଭିଡି଼ଓ ଭାଇରାଲ

Published By : Prameya | December 9, 2024 5:31 PM

ନୂଆଦିଲ୍ଲୀ : ପଶ୍ଚିମୀ ଦିଲ୍ଲୀର ରାଜୌରୀ ଗାର୍ଡନ ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟରେ ଆଜି ଦ୍ୱିପ୍ରହରରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ରେଷ୍ଟୁରାଣ୍ଟରେ ଥିବା ଲୋକେ ଛାତରୁ ଡ଼େଇଁ ନିଜ ନିଜର ଜୀବନ ବଞ୍ଚାଇଛନ୍ତି। ନିଆଁ ଲାଗିବାର ସୂଚନା ପାଇବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୧୦ଟି ଗାଡ଼ି ମୁତୟନ କରାଯାଇଛି। 

ଫାୟାର ଡାଇରେକ୍ଟର ଅତୁଲ ଗର୍ଗ କହିଛନ୍ତି କି , ଦ୍ୱିପ୍ରହର ୨ଟା ସମୟରେ କଣ୍ଟ୍ରୋଲ ରୁମ୍‌କୁ ଏହି ଦୁର୍ଘଟଣାର ସୂଚନା ମିଳିଥିଲା। ସେବେ ଠାରୁ ନିଆଁକୁ କାବୁ କରିବାକୁ ଚେଷ୍ଟା ଜାରି ରହିଛି। 

ସୂଚନା ଅନୁସାରେ, ନିଆଁ ରାଜୌରୀ ମେଟ୍ରୋ ଷ୍ଟେସନ ସାମ୍ନା ଜଙ୍ଗଲ ଜମ୍ୱୁରୀ କେଷ୍ଟୁରାଣ୍ଟରେ ଲାଗିଛି। ଏବେ ନିଆଁକୁ କାବୁ କରାଯାଇ ପାରି ନାହିଁ। ନିଆଁ ଲିଭାଇବା କାମ ଜୋରସୋରରେ ଚାଲିଛି। କାହାର ମୃତାହତ ହେବାର ସୂଚନା ଆସି ନାହିଁ। ଆସିଷ୍ଟାଣ୍ଟ ଡିଭିଜିନାଲ ଅଫିସର ସରବଜିତଙ୍କ ସହ ଘଟଣା ସ୍ଥଳରେ ୬୦ଜଣ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ଲାଗିଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଦ୍ୱାରା ସେୟାର କରାଯାଇ ଥିବା ଭିଡ଼ିଓ ଅନୁସାରେ, ଜଙ୍ଗଲ ଜମ୍ୱୁରୀ ରେଷ୍ଟୁରାଣ୍ଟର ଛାତରୁ ଲୋକେ ଡ଼େଇଁ ନିଜ ଜୀବନ ବଞ୍ଚାଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.