ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ରାସ୍ତା କଡ଼ରେ ପରିବା ବିକୁଥିବା ମହିଳାଙ୍କ ଠାରୁ ଆରଏମସିର ଟ୍ୟାକ୍ସ ଆଦାୟ : ନାପସନ୍ଦ କଲେ ବଜାର କମିଟି

Published By : Prameya | December 2, 2024 8:13 PM

ମାଲକାନଗିରି, ୨/୧୨(ଆପ୍ର ); ନିଜ ବାଡ଼ି ବଗିଚା ରେ ହୋଇଥିବା ଶାଗ, ଅମୃତଭଣ୍ଡା, ମୂଳା, ବାଇଗଣ ଆଦି ପନିପରିବା ଧରି ଗାଁ ରୁ ଆସି ମାଲକାନଗିରି ସହର ଦୈନିକ ବଜାର ରାସ୍ତା କଡ଼ ରେ ବିକ୍ରୀ କରୁ ଥିବା ଗରିବ ମହିଳା ଙ୍କ ଠାରୁ ଆରଏମସି ପକ୍ଷରୁ  ଟ୍ୟାକ୍ସ ଆଦାୟ କରାଯାଉଛି । ଏହାକୁ ସହର ବାସୀ ଓ ବଜାର କମିଟି ନାପସନ୍ଦ କରିଛନ୍ତି।

 ସୂଚନା ଅନୁଯାୟୀ ମାଲକାନଗିରି ଦୈନିକ ବଜାରର ସମ୍ମୁଖରେ ଥିବା ଫୁଟପାଥ ରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବସ ଓ ଅଟୋ ଯୋଗେ ସ୍ୱଳ୍ପ କିଛି ପରିବା ନେଇ ଗରିବ ଆଦିବାସୀ ମହିଳା ଓ ପୁରୁଷ ମାନେ ପରିବାର ପ୍ରତିପୋଷଣ ପାଇଁ ଘର ବାଡ଼ିରେ ଫଳିଥିବା ଫସଲ ଆଣି ବିକ୍ରୟ କରନ୍ତି। ତେବେ ଅତି ବେଶୀରେ ଜଣେ ଜଣେ ମହିଳା ଓ ପୁରୁଷ ୩୦୦ରୁ ୪୦୦ଟଙ୍କା ର ପରିବା ବିକୁଥିବା ବେଳେ ଲାଭ ବାବଦରେ ମାତ୍ର ୧୦୦ରୁ ୧୫୦ଟଙ୍କା ଲାଭ ଆସିବା କଷ୍ଟକର ହୋଇପଡିଥାଏ । ଏହାରି ମଧ୍ୟରେ ବସ ଓ ଅଟୋ ଭଡା ଦେଇ ସେମାନେ ବହୁ କଷ୍ଟରେ ସ୍ୱଳ୍ପ ରୋଜଗାର କରୁଥିବା ବେଳେ ସେମାନଙ୍କ ଉପରେ ଦାଉ ସାଧୁଛି ଆର ଏମ ସି ପକ୍ଷରୁ ଆଦାୟ କରାଯାଉଥିବା ମାର୍କେଟ କର। ନୀତିଦିନ ସେମନଙ୍କ ଠାରୁ ୧୦ରୁ ୨୦ଟଙ୍କା କର ଆଦାୟ କରାଯାଉଥିବା ବେଳେ ବାଧ୍ୟ ବଧତା ରେ ସେମାନେ ଏହି କର ଦେଉଛନ୍ତି। କିନ୍ତୁ ଏହି କର ଦେବା ପ୍ରତିବଦଳରେ ସେମାନଙ୍କୁ କୌଣସି ସୁବିଧା ମିଳୁନି। ନା ମୁଣ୍ଡ ଉପରେ ପକ୍କା ଛାତ ଅଛି ନା ତଳେ ପରିବା ରଖିବା ପାଇଁ ପିଣ୍ଡି ଅଛି। ନିଜେ ଘରୁ ଅଣୁଥିବା ପଲିଥିନ ଟାଣି ସେଥିରେ ସେମାନେ ପରିବା ରଖି ବିକ୍ରୟ କରି ଦୁଇ ପଇସା ରୋଜଗାର କରୁଛନ୍ତି। ତେବେ ଏହି ଲୋକଙ୍କ ପାଖରେ ବ୍ୟବସାୟ କରିବା ପାଇଁ ନିକିତି ମଧ୍ୟ କିଣିବାରେ ସମର୍ଥ ନଥିବା ବେଳେ ସେମାନେ ପୁରୁଣା ପ୍ରଥା ଅନୁଯାୟୀ ଭାଗ ବସାଇ ପରିବା ବିକୁଛନ୍ତି। ଏପରି ସ୍ଥିତିରେ ସେମାନଙ୍କ ଠାରୁ ଏପରି କର ଆଦାୟ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। 

ତେବେ ଏନେଇ କର ଆଦାୟ କରୁଥିବା ଆର ଏମ ସି କର୍ମଚାରୀ ଙ୍କୁ ପଚାରିବାରୁ ସେ ଅଫିସ ପକ୍ଷରୁ ନିର୍ଦେଶ ଥିବାରୁ ରସିଦ ଦେଇ ଏହି କର ଆଦାୟ କରାଯାଇଛି । ଅପର ପକ୍ଷରେ ଏନେଇ ମାଲକାନଗିରି ଉପଜିଲ୍ଲାପାଳ ଦୁର୍ଯୋଧନ ଭୋଇଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି ଯେ ଏପରି ଗରିବ ଆଦିବାସୀ ଲୋକଙ୍କ ଠାରୁ କର ଆଦାୟ କରିବା ଉଚିତ ନୁହେଁ। ତେବେ ଘଟଣା କୁ ନେଇ ସେ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି। ତେବେ ଏନେଇ ଖବର ପାଇ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ   ଦେବୀ ପ୍ରସାଦ ତ୍ରିପାଠୀ ଦୈନିକ ବଜାରରେ ପହଞ୍ଚି ଏହିପରି ଗରିବ ଚାଷୀ ଓ ମହିଳା ଙ୍କ ଠାରୁ କର ଆଦାୟ ନ କରିବା ପାଇଁ କର୍ମଚାରୀଙ୍କୁ ତାଗିଦ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.