ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ଭଲ ଚାଷ ପାଇଁ ପୁତୁରାଙ୍କୁ ବଳି ଘଟଣା, ବଡ଼ବାପାଙ୍କୁ ଆଜୀବନ କାରାଦଣ୍ଡ

Published By : Prameya | May 30, 2025 3:00 PM

ନୂଆପଡ଼ା,୩୦/୫: ନୂଆପଡ଼ା ଜିଲ୍ଲା କୋମନା ଥାନା ଜଡ଼ାମୁଣ୍ଡା ଗାଁରେ ଭଲ ଚାଷ ପାଇଁ ଗୁଣି ଗାରେଡ଼ି କରି ବଡ଼ ବାପା ନିଜ ପୁତୁରାକୁ ଚାଷଜମିରେ ପୂଜାପାଠ କରି ବଳି ଦେଇଥିଲା । ଏହି ମାମଲାରେ ନୂଆପଡ଼ ଅତିରିକ୍ତ ଦୌରାଜଜ୍ ସୁନୀଲ କୁମାର ଦାସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ  ଅଭିଯୁକ୍ତ ଚିନ୍ତାମଣି ମାଝୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

୨୦୧୯ ଅଗଷ୍ଟ ୮ରେ କୋମନା ଥାନା ଜଡ଼ାମୁଣ୍ଡା ଗାଁର ଚିନ୍ତାମଣି ନିଜ ନାବାଳକ ପୁତୁରା ଧନସିଂ ମାଝିଙ୍କୁ ଗଛ କାଟିବା ପାଇଁ ଚାଷଜମିକୁ ଡ଼ାକି ଥିଲେ । ପୂର୍ବରୁ ସେଠି ଗୁଣି ଗାରେଡ଼ି କରି ଭଲ ଚାଷ ଅମଳ ପାଇଁ ପୂଜାପାଠ କରିଥିଲେ । ଧନସିଂ ଗଛ କାଟିବା ସମୟରେ ଚିନ୍ତାମଣି ପଛପଟୁ ଏକ ଧାରୁଆ କାତିରେ ଆକ୍ରମଣ କରିଥିଲେ । ସେଠି ଘଟଣା ସ୍ଥଳରେ ଧନସିଂ ଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ମୃତ୍ୟୁ ହୋଇଥିଲା ।। ଏନେଇ କୋମନା ଥାନା ପୁଲିସ  ଏକ ମାମଲା ରୁଜୁ କରି ଅଭିଯୁକ୍ତ ଚିନ୍ତାମଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏନେଇ ଅତିରିକ୍ତ ଦୌରାଜଜ ଙ୍କ କୋର୍ଟରେ ଏସଟି କେଶରେ ମାମଲା ରୁଜୁ କରି ବିଚାରାଧୀନ ଥିଲା । ଆଜି ନୂଆପଡ଼ା ଅତିରିକ୍ତ ଦୌରାଜଜ ଶ୍ରୀ ଦାସ ହତ୍ୟା ଘଟଣାର ଶୁଣାଣି କରିଥିଲେ । ଏହି ହତ୍ୟା ଘଟଣାରେ ଅତିରିକ୍ତ ଦୌରାଜଜ୍ ଶ୍ରୀ ଦାସ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବଡ଼ବାପା ଚିନ୍ତାମଣିଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି କାର୍ତ୍ତିକେଶ୍ବର ମହାରଣା ମାମଲାର ପରିଚାଳନା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.