ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ, ସହାୟତା ରାଶି ଘୋଷଣା ପରେ ଧାରଣାରୁ ଉଠିଲେ ଲୋକେ

Published By : Harapriya Sethi | March 7, 2025 8:31 AM

ଭୁବନେଶ୍ୱର,୦୭/୦୩: ହିନ୍ଦୋଳ ବ୍ଲକ କାରନ୍ଦା ଛକ ନିକଟରେ ସଡ଼କ ଦୁର୍ଘଟଣା । ଏକ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଲେ କାରନ୍ଦା ଗ୍ରାମର ପାର୍ଥ ବିଶ୍ୱାଳ । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ କାରନ୍ଦା ଛକଠାରେ ରାସ୍ତା ଅବରୋଧ କରିଥିଲେ । ସରକାରୀ ସହାୟତା ରାଶି ଘୋଷଣା ପରେ ଧାରଣାରୁ ଉଠିଲେ ସ୍ଥାନୀୟଲୋକେ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କାରନ୍ଦା ଛକ ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

ତେନ୍ତୁଲିପଦର ଗାଁରେ ଅଗ୍ନିକାଣ୍ଡ, ୨୦ ବଖରା ଘର ପୋଡ଼ି ପାଉଁଶ

ସୂଚନା ମୁତାବକ, ସାଇକେଲ ଯୋଗେ କାରନ୍ଦା ବଜାରକୁ ଆସୁଥିଲେ ପାର୍ଥ ବିଶ୍ୱାଳ । ଏହି ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ପାର୍ଥଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଉତ୍ୟକ୍ତ ଲୋକମାନେ ଗୁଡ଼ିଆ କାଟେଣୀରୁ ହିନ୍ଦୋଳ ରାସ୍ତା ଯିବା ବାଟକୁ କାରନ୍ଦା ଛକଠାରେ ଅବରୋଧ କରିଥିଲେ । ଲୋକମାନେ ବଜାରର ଉଭୟ ପାର୍ଶ୍ଵରେ ହମ୍ପ୍‌ସ ନିର୍ମାଣ ଏବଂ ଲାଇଟ୍‌ ବ୍ୟବସ୍ଥା କରିବା ସହ ଭାରୀଯାନ ଚଳାଚଳ ଉପରେ ନିୟନ୍ତ୍ରଣ କରିବାକୁ ଦାବି ରଖିଥିଲେ । ଏନେଇ ଖବର ପାଇବା ପରେ ହିନ୍ଦୋଳ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ସରକାରଙ୍କ ତରଫରୁ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିବା ପରେ ଲୋକମାନେ ଧାରଣାରୁ ଉଠିଥିଲେ । ଏହି ଘଟଣା ସମ୍ପର୍କରେ ଖବର ପାଇ ରାସୋଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.