ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଲୋହିତ ସାଗରରେ ବୁଡ଼ିଗଲା ସବମରିନ୍‌; ୬ ବିଦେଶୀ ପର୍ଯ୍ୟଟକ ମୃତ, ୪ ମାସରେ ଦ୍ବିତୀୟ ଘଟଣା

Published By : Tapas Panda | March 27, 2025 5:34 PM

ନୂଆଦିଲ୍ଲୀ: ଇଜିପ୍ଟର ହୁରଘାଡା ସହରସ୍ଥିତ ଲୋହିତ ସାଗର ଉପକୂଳରେ ଗୁରୁବାର (ମାର୍ଚ୍ଚ ୨୭) ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବୁଡ଼ାଜାହାଜ ବୁଡ଼ି ଯାଇଛି । ଏହି ଦୁର୍ଘଟଣାରେ ପ୍ରାୟ ୬ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୯  ଜଣ ଗୁରୁତର ହୋଇଥିବା କୁହାଯାଉଛି।

ବିବିସି ରିପୋର୍ଟ ଅନୁଯାୟୀ, ଏହି ଘଟଣା ପରେ ପ୍ରାୟ ୨୯  ଜଣଙ୍କୁ ଉଦ୍ଧାର କରାଯାଇଛି ।   ୪ ଜଣ ଗୁରୁତର ଆହତଙ୍କ ସମେତ ଅନ୍ୟ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇଜିପ୍ଟର ହୁରଘାଡା ସହର ଉପକୂଳରେ ବୁଡ଼ିଯାଇଥିବା ଏହି ପର୍ଯ୍ୟଟନ ବୁଡ଼ାଜାହାର ନାମ ସିନ୍ଦବାଦ୍ । ଗୁରୁବାର (ମାର୍ଚ୍ଚ ୨୭) ସକାଳେ ସମୁଦ୍ର କୂଳରେ ଥିବା ବନ୍ଦର ନିକଟରେ ବୁଡ଼ି ଯାଇଥିବା ଏହି ବୁଡ଼ାଜାହାଜରେ ପ୍ରାୟ ୪୪ ଜଣ ଯାତ୍ରୀ ଥିଲେ ।

ଡେଲି ମେଲ୍ ରିପୋର୍ଟ ଅନୁଯାୟୀ, ଘଟଣାର ଗମ୍ଭୀରତାକୁ ବିଚାର କରି, ଆହତମାନଙ୍କୁ ଡାକ୍ତରଖାନା ନେବା ପାଇଁ ଘଟଣାସ୍ଥଳକୁ ୨୧ଟି ଆମ୍ବୁଲାନ୍ସ ପଠାଯାଇଥିଲା। ସିନ୍ଦବାଦ୍ ସବମରିନରେ ମୋଟ ୪୪ ଜଣ ଯାତ୍ରୀ ଥିଲେ। ଯେଉଁମାନେ ବିଭିନ୍ନ ଦେଶର ନାଗରିକ ଥିଲେ । ସେମାନେ ଲୋହିତ ସାଗରର ଗଭୀରତାରେ ପ୍ରବାଳ ରୀଫ ଏବଂ ବିରଳ ମାଛ ଦେଖିବାକୁ ଯାଇଥିଲେ। ଏହି ବୁଡ଼ାଜାହାଜ ସମୁଦ୍ରରେ ୭୨ ଫୁଟ ଗଭୀରତା ପର୍ଯ୍ୟନ୍ତ ଯାଇପାରିବ । କିନ୍ତୁ କୌଣସି କାରଣ ଯୋଗୁଁ ଏହା ବୁଡ଼ିଯାଇଛି । ଏହି ବୁଡ଼ାଜାହାଜ ବୁଡ଼ିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ଇଜିପ୍ଟର ଅଧିକାରୀଙ୍କ ଅନୁଯାୟୀ, ୪ ମାସ ପୂର୍ବରୁ ଲୋହିତ ସାଗରରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଛୋଟ ଜାହାଜ ଗଭୀର ଜଳରେ ବୁଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ୩୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସେପଟେ ଲୋହିତ ସାଗରରେ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବାରୁ ଅନେକ କମ୍ପାନି ଏବେ ସେବା ଦେବାକୁ ରାଜି ହେଉନାହାନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.