ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହ ୩ ଘଣ୍ଟା ବୈଠକ ପରେ ସସପେନ୍ସ ଜାରି

Published By : Ankita S | November 29, 2024 11:26 AM

ମୁମ୍ବାଇ,୨୯/୧୧: ମହାରାଷ୍ଟ୍ରରେ ମହାୟୁତିର ବମ୍ପର ବିଜୟ ହୋଇଛି । ହେଲେ କିଏ ମହାରାଷ୍ଟ୍ର ନୂଆ ମୁଖ୍ୟମନ୍ତ୍ରୀ ହେବ ସେ ଅଙ୍କ ଛିଡି ପାରୁନାହିଁ । ତେବେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା ହୋଇନାହିଁ । ଏହି ସସପେନ୍ସ ଉପରୁ ପରଦା ହଟାଇବା ଲାଗି ଗକକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ ଦେବେନ୍ଦ୍ର ଫଡନାଭିସ୍ ଦିଲ୍ଲୀରେ ଡେରା ପକାଇଥିଲେ । ସେଠାରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ୩ ଘଣ୍ଟା କାଳ ମାରାଥନ ବୈଠକ କରିଥଲେ । ଏହାପରେ ବି ସିଏମ ସସପେନ୍ସ ଲାଗି ରହିଛି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ସିନ୍ଦେ ଇସ୍ତଫା ଦେଇ ସାରିଛନ୍ତି । ମହାୟୁତି ମେଣ୍ଟରୁ ହିଁ କେହି ଜଣେ ନୂଆ ମୁଖ୍ୟମନ୍ତ୍ରୀ ହେବେ । ହେଲେ କିଏ ହେବେ ତାହା ସ୍ପଷ୍ଟ ଜଣାପଡିନାହିଁ । ସିଏମ ସସପେନ୍ସ ଉପରୁ ପରଦା ହଟାଇବାକୁ ଗତକାଲି ମହାୟୁତି ମେଣ୍ଟର ନେତା ଏକନାଥ ସିନ୍ଦେଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ ଦେବେନ୍ଦ୍ର ଫଡନାଭିସ୍ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ପ୍ରାୟ ୩ ଘଣ୍ଟା ଧରି ଅମିତ୍ ଶାହଙ୍କ ସହ ବୈଠକ କରିଥିଲେ । ଆଲୋଚନା ସକାରାତ୍ମକ ଥିବା ସିନ୍ଦେ କହିଛନ୍ତି । ତେବେ ଖୁବଶୀଘ୍ର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନାମ ଘୋଷଣା ହେବ ବୋଲି ଅନୁମାନ କରାଯାଉଛି ।

ସେହିପରି ଦେବେନ୍ଦ୍ର ଫଡନାଭିସ୍ ମିଡିଆ ସହ ଆଲେଚନା କରି କହିଛନ୍ତି, ଆମ ମହାୟୁତି ଗଠବନ୍ଧନରେ କୌଣସି ମତଭେଦ ନାହିଁ। ଆମେ ସାମୁହିକ ଭାବେ ନିଷ୍ପତ୍ତି ନେବୁ । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦବୀ ନେଇ ସାମୂହିକ ନିଷ୍ପତ୍ତି ନେବୁ ବୋଲି ଘୋଷଣା କରିଥିଲୁ । କିଛି ଲୋକଙ୍କ ମନରେ ସନ୍ଦେହ ଅଛି ମାତ୍ର ଏକନାଥ ସିନ୍ଦେ ସ୍ପଷ୍ଟ କରିଛନ୍ତି ଖୁବଶୀଘ୍ର ଆଉ ଥରେ ବୈଠକ ହେବ ଏବଂ ଆମ ମୁଖମନ୍ତ୍ରୀଙ୍କ ନାମ ଫାଇନାଲ ହେବ ।

ପ୍ରକାଶ ଥାଉ କି, ଗତ ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୨୩ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା । ମହାରାଷ୍ଟ୍ରରେ ୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭାର ୧୩୨ ଆସନ ସହ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି । ବିଜେପି ନେତୃତ୍ବାଧୀନ ମହାୟୁତି ୨୩୫ ଆସନ ଜିତିଛି ।  ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ଓ ଅଜିତ ପାୱାରଙ୍କ ନେତୃତ୍ବାଧୀନ ଏନସିପି ଯଥାକ୍ରମେ ୫୭ ଓ ୪୧ଟି ଆସନ ଜିତିଥିଲେ । ଭାଜପା ପାଖରେ ୨୧ରୁ୨୨ ମନ୍ତ୍ରୀ ପଦ, ଶିବସେନାକୁ ୧୦ରୁ ୧୨ ମନ୍ତ୍ରଣାଳୟ ଏବଂ ଅଜିତ ପାୱାରଙ୍କ ଏନସିପିକୁ ପାଖାପାଖି ୮ରୁ୯ଟି ମନ୍ତ୍ରଣାଳୟ ମିଳିପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.