ପ୍ରମୂଖ ଖବର
  • ଭିଜିଲାନ୍ସ ପଞ୍ଝାରେ OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର,ଏକକାଳୀନ ୭ଟି ସ୍ଥାନରେ ଚଢ଼ା
  • ||
  • ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିର୍ବାଚନ, ସଭାପତି ପଦ ପାଇଁ ତ୍ରିମୁଖି ଲଢ଼େଇ
  • ||
  • ମ୍ୟାଁମାର, ଥାଇଲାଣ୍ଡରେ ଭୟାନକ ଭୂକମ୍ପ: ୧୫୦ରୁ ଊର୍ଦ୍ଧ୍ୱ ମୃତ, ୮୦୦ରୁ ଅଧିକ ଆହତ, ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା
  • ||
  • ପିପିଲିରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • ଶନିବାର ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ: ଓଡ଼ିଶାକୁ ଦିଶିବନି, ଶ୍ରୀମନ୍ଦିର ନୀତିକାନ୍ତିରେ ପ୍ରଭାବ ପଡ଼ିବନି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ୬ ଜିଲ୍ଲାକୁ ଆଲର୍ଟ: ଏପ୍ରିଲ ୧ରୁ ହାଲୁକା ଆଶ୍ୱସ୍ତି, ୪ରେ ଘୂର୍ଣ୍ଣିବଳୟ ସମ୍ଭାବନା
  • ||

Maharashtra: ମହାରାଷ୍ଟ୍ର ସରକାରଙ୍କ ନୂଆ ନିୟମ; ବେଆଇନ ଗୋରୁ ଚାଲାଣକାରୀଙ୍କ ଉପରେ ଲାଗିବ ଏମସିଓସିଏ ଆଇନ

Published By : Bijay Swain | March 20, 2025 8:11 PM

Image courtesy: indiatoday

ନୂଆଦିଲ୍ଲୀ: ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଏକ ନୂଆ ଆଇନ ପ୍ରଣୟନ କରିଛନ୍ତି। ଏହି ନୂତନ ଆଇନର ନାମ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜ୍ଡ କ୍ରାଇମ ଆକ୍ଟ(ଏମସିଓସିଏ) ରହିଛି। ତେବେ ବେଆଇନ ଗୋରୁ ଚାଲାଣ ତଥା ବେପାର କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଆଇନ ବଳରେ ଶାସ୍ତି ପ୍ରଦାନ କରାଯିବ ବୋଲି ଫଡନାଭିସ ଘୋଷଣା କରିଛନ୍ତି.

ଆପଣଙ୍କୁ ଜଣାଇରଖୁ ଯେ ପ୍ରରମ୍ଭିକ ପର୍ଯ୍ୟାୟରେ ୧୯୯୯ ମସିହାରେ ମହାର୍ଷ୍ଟ୍ରରେ ଏମସିଓସିଏ ଆଇନ ପ୍ରଣୟନ କରାଯାଇଥିଲା। ମହାରାଷ୍ଟ୍ରରେ ହେଉଥିବା ସଂଗଠିତ ଅପରାଧ, ମାଫିଆ କାର୍ଯ୍ୟକଳାପ ଓ ଅଣ୍ଡରୱାର୍ଲଡ ବିପକ୍ଷରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ବିଶେଷ ନିୟମକୁ ଆରମ୍ଭ କରାଯାଇଥିଲା। ଯେଉଁ ସଂଗଠନ ନିୟମିତ ଭାବେ ହତ୍ୟା, ରାହାଯାନି, ଅପହରଣ, ଡ୍ରଗ ଚୋରା କାରବାର ଓ ଅନୈତିକ ଅର୍ଥ ରୋଜଗାର ପାଇଁ ବିଭିନ୍ନ ବେଆଇନ ବ୍ୟବସାୟ କରୁଥିଲେ ସାମନଙ୍କ ଉପରେ ଏହି ଆଇନର ବ୍ୟବହାର କରାଯାଉଥିଲା। ସାଧାରଣ ନିୟମକାନୁନ ବାହାରେ ଏମସିଓସିଏ ଆଇନ ଅଧିନରେ ଦୋଷି ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା। ଏହି ଆଇନ ଅଧିନରେ ପୋଲିସକୁ ସିଧାସଳଖ ହେପାଜତର ଦାୟିତ୍ତ୍ୱ ମିଳିବା ସହ ବେଲ୍ ମିଳିବାରେ ମଧ୍ୟ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ଜଣାପଡିଛି। 

ମହାରାଷ୍ଟ୍ର ବିଧାନସଭାରେ ନିଜ ମନ୍ତବ୍ୟ ରଖି ଫଡନଭିସ କହିଛନ୍ତି ଯେ “ସରକାରଙ୍କ ନିକଟକୁ ବେଆଇନ ଗୋ-ଚାଲାଣ ନେଇ ଅନେକ ଅଭିଯୋଗ ଆସୁଛି। ସରକାର ମଧ୍ୟ ଏ ଦିଗରେ ତୀକ୍ଷ୍ଣ ନଜର ରଖିଛନ୍ତି। କିନ୍ତୁ ଏଭଳି କୁତ୍ସିତ କାର୍ଯ୍ୟରେ ଲାଗି ରହୁଥିବା ଲୋକମାନଙ୍କ ଲାଗି କଡା ପଦକ୍ଷେପ ନବାର ସମୟ ଆସି ପହଞ୍ଚିଯାଇଛି।”

ବିଧାନସଭାରେ ପ୍ରଥମେ ଏନେଇ ଏନସିପିର ବିଧାୟକ ସଂଗ୍ରାମ ଜଗତାପ ପ୍ରଶ୍ନ ଉଠାଇଥିଲେ। ସେ ଅତିକ୍ କୁରେସିଙ୍କ ଉପରେ ଚାଲୁଥିବା ମାମାଲାର ଉଦାହରଣ ଦେଇ ସରକାର ଏ ଦିଗରେ କଣ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଆପଣଙ୍କ ଅବଗତି ନିମନ୍ତେ ଜଣାଇରଖୁ ଯେ ଅତିକ୍ ଅନେକଥର ବେଆଇନ ଗୋ-ଚାଲାଣ ମାମଲାରେ ଗିରଫ ହୋଇସାରିଛି। ଏହାର ଉତ୍ତରରେ ରାଜ୍ୟ ଗୃହ ବିଭାଗ(ଗ୍ରାମୀଣ)ର ମନ୍ତ୍ରୀ ପଙ୍କଜ ଭୋୟାର ଗୃହରେ ସୂଚନା ଦେଇ କହିଛନ୍ତି ଯେ ଅତିକ୍ ନାମରେ ବେଆଇନ ଗୋ-ଚାଲାଣ ପାଇଁ ଅହଲ୍ୟାନଗର ଜିଲ୍ଲାରେ ମୋଟ୍ ୨୦ଟି ମାମଲା ରୁଜୁ କରାଯାଇଛି। ତାକୁ ପୋଲିସ ଏହି ମାମଲାରେ ଗତ ଜାନୁଆରି ୨୦ ତାରିଖରେ ଗିରଫ କରିଥିଲା। କିନ୍ତୁ ସେ ମାର୍ଚ୍ଚ ୧ ତାରିଖରେ ବେଲ୍ ରେ ଖଲାସ ହୋଇଛି। 

ଅନ୍ୟପଟେ ମହାରାଷ୍ଟ୍ର ଗୃହ ବିଭାଗ ସମ୍ଭାଳୁଥିବା ଫଡନାଭିସ “ମୁଁ ପୋଲିସ ବିଭାଗ ସହିତ ଆଲୋଚନା କରିବି। ବିଭାଗ ବହୁ ଜଲଦି ଏମସିଓସିଏ ଆକ୍ଟ ଅଧିନରେ ଅତିକ୍ ଭଳି ବେଆଇନ ଗୋରୁ ଚାଲାଣକାରି ମାନଙ୍କୁ ବାନ୍ଧିବ। ସରକାର କୌଣସି ପ୍ରକାରର ଆଇନ ଶୃଙ୍ଖଳା ଅବ୍ୟବସ୍ଥାକୁ ସହ୍ୟ କରିବେ ନାହିଁ” ବୋଲି କହିଛନ୍ତି। 

ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗତ ବୁଧବାର ଦିନ ଫଡନାଭିସ ନାଗପୁର ହିଂସାକୁ ନେଇ ଦୃଢ ଚେତାବନି ପ୍ରଦାନ କରିଥିଲେ। ଏହା ସହ ହିଂସାରେ ପୋଲିସମାନଙ୍କ ଉପରେ ଆକ୍ରମଣ କରିଥିବା ଗୋଷ୍ଠିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.