ସୁନ୍ଦରଗଡ଼, ୧୮।୩ : ସୁନ୍ଦରଗଡ଼ ଜିଲ୍ଲାରେ ମହାବଳ ବାଘ ଠାବ ହୋଇଛି। ଦୁଇ ଦଶନ୍ଧି ପରେ ଜିଲ୍ଲାରେ ମହାବଳ ବାଘ ଠାବ ହୋଇଛି। ବନବିଭାଗ କ୍ୟାମେରାରେ ମହାବଳ ଟ୍ରାପ୍ ହୋଇଛି।ଏ ନେଇ ଏକ୍ସରେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟ ବାଘ ଗଣନା ରିପୋର୍ଟ ଅନୁଯାୟୀ ରାଜ୍ୟର ଜଙ୍ଗଲରେ ବର୍ତ୍ତମାନ ୩୦ଟି ମହାବଳ ବାଘ ଅଛନ୍ତି। କେବଳ ଶିମିଳିପାଳ ଜଙ୍ଗଲରେ ୨୭ଟି ମହାବଳ ଅଛନ୍ତି। ଶିମିଳିପାଳ ଛାଡି କେନ୍ଦୁଝର, ପାରଳାଖେମୁଣ୍ଡି, ହୀରାକୁଦରେ ଗୋଟିଏ ଲେଖାଏଁ ମହାବଳ ଅଛନ୍ତି।