ଭୁବନେଶ୍ବର, ୨୬/୧୧ : ମୁଖ୍ୟମନ୍ତ୍ରୀ ମଙ୍ଗଳବାର ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଏଥିପାଇଁ ମୋଟ ୧୨,୧୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ସାମାଜିକ ନିରାପତ୍ତା ବିଭାଗରେ ମଧୁବାବୁ ପେନସନ ଯୋଜନାରେ ୩୩୮ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ସେହିଭଳି ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ୧୬ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଭିନ୍ନକ୍ଷମ(PWDS) ଏବଂ ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ପ୍ରୋତ୍ସାହନ ପାଇଁ ୧୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ବିଧବା ଭତ୍ତା ଯୋଜନା ପାଇଁ ୧୬ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।