ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

‘ଏଲ ଆଣ୍ଡ ଟି’ ଅଧ୍ୟକ୍ଷଙ୍କ ୯୦ ଘଣ୍ଟା କାମ କରିବା ମନ୍ତବ୍ୟ ଉପରେ ମୁହଁ ଖୋଲିଲେ ରାଜୀବ ବଜାଜ

Published By : Tapas Panda | January 10, 2025 10:29 PM

Inage Courtesy: inc42

ନୂଆଦିଲ୍ଲୀ:  ‘ଏଲ ଆଣ୍ଡ ଟି’ ଅଧ୍ୟକ୍ଷ ସୁବ୍ରମଣ୍ୟନ କର୍ମଚାରୀମାନେ ସପ୍ତାହକୁ ୯୦ ଘଣ୍ଟା କାମ କରିବା ଦରକାର ବୋଲି କହିବା ପରେ ବିବାଦ ଆରମ୍ଭ ହୋଇଛି । କେହି କେହି ତାଙ୍କର ଏହି ମନ୍ତବ୍ୟକୁ ସମର୍ଥନ କରିଥିବା ବେଳେ କେହି ଏହାକୁ ବିରୋଧ  ମଧ୍ୟ କରିଛନ୍ତି  ।  ଆଉ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ବଜାଜ ଅଟୋର ଏମ୍‌ଡି ରାଜୀବ ବଜାଜ । ରାଜୀବ ବଜାଜ କହିଛନ୍ତି ଯେ, ଯଦି ଆପଣ ସପ୍ତାହରେ ୯୦ ଘଣ୍ଟା କାମ ପରମ୍ପରା ଚାହାନ୍ତି, ତେବେ ଶୀର୍ଷରୁ ଆରମ୍ଭ କରନ୍ତୁ । ଅନ୍ୟପଟେ Helios କ୍ୟାପିଟାଲର ଫାଉଣ୍ଡର ସମୀର ଅରୋରା କହିଛନ୍ତି, ସିଇଓ ହେବା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକତା ରହିଛି । କୌଣସି କମ୍ପାନିର ପ୍ରମୋଟର କିମ୍ୱା ସିଇଓ ଯାହା କିଛି କରନ୍ତି ତାହା ହାସଲ କରିବା ପାଇଁ ସେମାନେ କଠିନ ପରିଶ୍ରମ କରିଛନ୍ତି ।

 ଦେଶରେ ୱାର୍କ-ଲାଇଫ୍ ବାଲାନ୍ସକୁ ନେଇ ବିତର୍କ ବଢିବାରେ ଲାଗିଛି । ପ୍ରଥମେ ଇନଫୋସିସ୍ ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଏହି ଚର୍ଚ୍ଚା ଆରମ୍ଭ କରିଥିଲେ । ଏକ କାର୍ଯ୍ୟକ୍ରମରେ ନାରାୟାଣ ମୂର୍ତ୍ତି କହିଥିଲେ, ଭାରତ ଯୁବପିଢି ଦେଶର ପ୍ରଡକ୍ଟିଭିଟି ବଢାଇବା ପାଇଁ ସପ୍ତାହକୁ ୭୦ ଘଣ୍ଟା କାମ କରିବା ଦରକାର । ପରେ ଏଲ୍ ଆଣ୍ଡ ଟି ଅଧ୍ୟକ୍ଷ ଏସ୍ ଏନ୍ ସୁବ୍ରମଣ୍ୟନ କର୍ମଚାରୀମାନେ ସପ୍ତାହକୁ ୯୦ ଘଣ୍ଟା କାମ କରିବା ଦରକାର ବୋଲି କହିଛନ୍ତି । ଏପରି କି ରରିବାର କାମ କରିବା ସପକ୍ଷରେ ବୟାନ ଦେଇଛନ୍ତି ସୁବ୍ରମଣ୍ୟମ । ସୁବ୍ରମଣ୍ୟନଙ୍କ ଏହି ବୟାନକୁ ନେଇ ଏବେ ଜୋରଦାର ସମାଲୋଚନାର ଶିକାର ହୋଇଛନ୍ତି । 

ସିଏନବିସି ଟିଭି ୧୮କୁ ରାଜୀବ ବଜାଜ କହିଛନ୍ତି, 'ଯଦି ଆପଣ ସପ୍ତାହରେ ୯୦ ଘଣ୍ଟା କାମ ଚାହାଁନ୍ତି, ତେବେ ଶୀର୍ଷରୁ ଆରମ୍ଭ କରନ୍ତୁ । କାମରେ ଘଣ୍ଟା ସଂଖ୍ୟା ଗୁରୁତ୍ୱ ରଖେନି, କାମର ଗୁଣବତ୍ତା ଗୁରୁତ୍ୱ ରଖେ । ଆମକୁ ପୂର୍ବ ଅପେକ୍ଷା ଏବେ ଅଧିକ ଦୟାଳୁ, ସୌମ୍ୟ ଦୁନିଆର ଆବଶ୍ୟକତା ରହିଛି ।' ନେତୃତ୍ୱରେ ଥିବା ତ୍ରୁଟିକୁ ଦୂର କରିବା ଉପରେ ଗୁରୁତ୍ୱ ଦେଇ ଅସୁବିଧା ସବୁବେଳେ ଶୀର୍ଷ ସ୍ତରରେ ରହିଥାଏ ବୋଲି କହିଛନ୍ତି  ରାଜୀବ ବଜାଜ ।  ଯଦି  ଜଣେ ବ୍ୟକ୍ତି ସପ୍ତାହରେ ୭୦ କି ୯୦ ଘଣ୍ଟା କାମ କରୁଥିବ, ତଥାପି ତାର ଜୀବନ ଅନ୍ୟ ସବୁ ଦିଗ-ପରିବାର, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ସହ ଜଡ଼ିତ ରହିଥାଏ । ଏହାକୁ ଅଣଦେଖା କଲେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି କହିଛନ୍ତି ରାଜୀବ ବଜାଜ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.