ବ୍ୟାସନଗର,୬।୯ : ବ୍ୟାସନଗର ଷ୍ଟାଡିୟମ ରୋଡ ନିକଟରେ ମହିଳାଙ୍କ ବେକରୁ ଚେନ୍ ଝାମ୍ପି ନେଉଥିବା ବେଳେ ଦୁର୍ବୁତ୍ତକୁ ଲୋକମାନେ କାବୁ କରି ପୁଲିସର ଜିମା ଦେଇଛନ୍ତି l
ଯାଜପୁର ରୋଡ ଥାନା ଷ୍ଟାଡିୟମ ରୋଡ ଦେଇ କିଛି ମହିଳା ଚାଲିଚାଲି ଯାଉଥିଲେ l ହଠାତ ଏକ ବାଇକରେ ଦୁଇଜଣ ଯୁବକ ଆସିଥିଲେ। ଚାଲିକି ଯାଉଥିବା ମହିଳାଙ୍କ ବେକରୁ ଚେନ୍ ଝାମ୍ପି ନେଇ ପଳେଇବାକୁ ଚେଷ୍ଟା କରୁଥିଲେ l ଏହି ସମୟରେ କିଛି ସ୍ଥାନୀୟ ଲୋକେ ଏହା ଦେଖି ପଛରେ ବସିଥିବା ଯୁବକକୁ ଟାଣିଆଣି କାବୁ କରିନେଇଥିଲେ l ତେବେ ଅନ୍ୟ ଜଣ ଯୁବକ ବାଇକକୁ ଦ୍ରୁତଗତିରେ ନେଇକି ଫେରାର ହୋଇଯାଇଥିଲେ। ପରେ କାବୁ କରିଥିବା ଯୁବକଙ୍କୁ ସ୍ଥାନୀୟ ଲୋକେ ଯାଜପୁର ରୋଡ ପୋଲିସର ଜିମା ଦେଇଥିଲେ।
ଆହୁରି ପଢନ୍ତୁ : ଖରିସିଆଣ ସରକାରୀ ଉଚ୍ଚ ବିଦ୍ୟାଳୟ : ରାତ୍ରି ଜଗୁଆଳି ଓ ଝାଡୁଦାର ନିଯୁକ୍ତିକୁ ରଦ୍ଦ କଲେ ହାଇକୋର୍ଟ