ଚଣ୍ଡିଖୋଲ,୧୫।୧୦ : ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା। ଧର୍ମଶାଳା ଥାନା ରଥିଆ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ଜାତୀୟ ରାଜପଥରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଏକ ଟ୍ରକ ପଛରେ ପିଟି ହୋଇ ୨ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପଶି ଅଂଚଳର ବୁଲୁ ସିଂ ଏବଂ ଭୁବନେଶ୍ୱର ସାଲିଆ ସାହି ଅଞ୍ଚଳର ରବୀନ୍ଦ୍ର ସିଂ
ଏକ ବାଇକରେ ଉଭୟ ଭୁବନେଶ୍ୱରରୁ ମୟୁରଭଞ୍ଜ ଅଭିମୁଖେ ଯାଉଥିଲେ। ଏହି ସମୟରେ ରଥିଆ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରକ ପଛ ପଟେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ଥିଲା। ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଡାକ୍ତରଖାନାକୁ ଅଣାଯାଇଛି। ଖବର ପାଇ ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।