ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଜମି ବିବାଦରେ ଅଟକିଲା ମା'ଙ୍କ ବିସର୍ଜନ, ଦଶହାରର ୫ ଦିନ ପରେ ବି ହୋଣପାରିଲାନି ମା'ଙ୍କ ଭସାଣି

Published By : Harapriya Sethi | October 19, 2024 10:22 AM

ଯାଜପୁର,୧୯/୧୦:  ଦଶହରାର ୫ ଦିନ ପରେ ପାଣିକୁ ନଯାଇ ମଣ୍ଡପରେ ରହିଛନ୍ତି ମା' ଦୁର୍ଗା । ଯାଜପୁର ଟାଉନ ଥାନା ଅନ୍ତର୍ଗତ ରାମ୍ବାଗ ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି । 

ସୂଚନା ମୁତାବକ, ପୂଜା ମଣ୍ଡପ ଏବଂ ଏହାର ପାଖ ଯାଗାକୁ ନେଇ ପୂଜା କମିଟି ଓ ଜମି ମାଲିକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହି ଜମିକୁ ନେଇ ୧୪୪ ଧାରା ଜାରି ହୋଇଥିବାରୁ ମା'ଙ୍କ ମଣ୍ଡପ ସମ୍ମୁଖରେ ଜମି ମାଲିକଙ୍କ ବାଲି ପଡି ରହିଛି । ଏହି କାରଣରୁ ଠାକୁର ମଣ୍ଡପରୁ ବାହାରି ପାରୁନଥିବା ପୁଜା କମିଟି ଅଭିଯୋଗ କରିଥିଲା । ଅନ୍ୟପଟେ ୧୬୩ ଧାରା ଲଗାଇ ଯାଗା ଉପରକୁ ଯିବାକୁ ରୋକ ଲଗାଇଥିବା ନେଇ ଜମି ମାଲିକ କହିଛନ୍ତି । ଏଭଳି ସ୍ଥିତିରେ ପୂଜା କମିଟି ଠାକୁରଙ୍କୁ ଭସାଣି କରପାରୁ ନାହିଁ ଏବଂ କୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଅବମାନନା କରିପାରୁନାହିଁ । ତେଣୁ ମା'ଙ୍କ ବିସର୍ଜନରେ ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି । 

ଅନ୍ୟପଟେ ଦେବୀଙ୍କ ବିସର୍ଜନ ଲାଗି ପୋଲିସ ନିକଟରେ ଅଭିଯୋଗ ହୋଇନଥିବା ବେଳେ ଥାନା ଅଧିକାରୀ ତହସିଲଦାରଙ୍କୁ ଖୁବ୍ ଶୀଘ୍ର ମା'ଙ୍କ ଭସାଣି କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କିପରି ଶୀଘ୍ର ମା'ଙ୍କ ଭସାଣି କାର୍ଯ୍ୟ କରାଯିବ ସେଥିପାଇଁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସହକାରୀ ଜିଲ୍ଲାପାଳ ତଥା ନିର୍ବାହି ମାଜିଷ୍ଟ୍ରେଟ ସୁକାନ୍ତ କୁମାର ଦାସ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.