ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ସିଏମଏସ ଭ୍ୟାନରୁ ଲୁଟ୍ ଉଦ୍ୟମ : ସିକ୍ୟୁରିଟି ଗାର୍ଡକୁ ଆକ୍ରମଣ କରି ବନ୍ଧୁକ ଲୁଟି ନେଲେ ଦୁର୍ବୃତ୍ତ

ବଡବିଲ, ୧୫।୧୦ :  ସିଏମସି ଭ୍ୟାନରୁ ଟଙ୍କା ଲୁଟ୍ ପାଇଁ ଆସିଥିଲେ ଦୁର୍ବୃତ୍ତ। ଏଥିରେ ବିଫଳ ହୋଇ ସିକ୍ୟୁରିଟି ଗାର୍ଡକୁ ଆକ୍ରମଣ କରି ତାଙ୍କଠାରୁ ଅସଲି ବନ୍ଧୁକ ଛଡ଼ାଇ ନେଇଛନ୍ତି। ଯିବା ବେଳେ ଦୁର୍ବୃତ୍ତମାନେ ଆଣିଥିବା ନିଜର ନକଲି ବନ୍ଧୁକକୁ ଛାଡ଼ିଦେଇ ପଳାଇଛନ୍ତି । କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। 

 ଯୋଡ଼ା ଥାନା କମାରଯୋଡ଼ା ନିକଟରେ ଏକ କ୍ୟାସ ମ୍ୟାନେଜମେଣ୍ଟ ସର୍ଭିସ୍ (CMS) ଗାଡ଼ିରେ ଟଙ୍କା ନେଇ ୪ ଜଣ କର୍ମଚାରୀ ଜୁରୁଡ଼ି  ଯାଉଥିଲେ । ତେବେ କମାରଯୋଡ଼ା ନିକଟରେ ଗାଡ଼ିକୁ ରଖି ୨ ଜଣ କର୍ମଚାରୀ ରିଲିଆନ୍ସ ସ୍ମାର୍ଟ ପଏଣ୍ଟରୁ କ୍ୟାସ୍ ଆଣିବା ପାଇଁ ଯାଇଥିଲେ।  ଏହି ସମୟରେ  ୩ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଭ୍ୟାନରୁ ଲୁଟ୍ ଉଦ୍ୟମ କରିଥିଲେ । ବନ୍ଧୁକ ଓ ଛୁରୀ ଦେଖାଇ ଲୁଟ ଉଦ୍ୟମ ବେଳେ  ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ବାଧା ଦେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଲୁହା ରଡ୍ ରେ ଆକ୍ରମଣ କରିଥିଲେ ।  ତାଙ୍କ ଠାରୁ ଡବଲ ବ୍ୟାରେଲ ଗନ୍ ଛଡ଼ାଇ ନେଇଥିଲେ । ଏହି ସମୟରେ ସେଠାରେ ଭିଡ଼ ଏକତ୍ରିତ ହେବାରୁ ଦୁର୍ବୃତ୍ତମାନେ ବାଇକ୍ ଯୋଗେ ଚମ୍ପଟ ମାରିଥିଲେ । ତେବେ ସେମାନେ ସାଥିରେ ଆଣିଥିବା ନକଲି ବନ୍ଧୁକ ସହ ଛୁରୀ , ଖଣ୍ଡା ଆଦି ଛାଡ଼ିଦେଇ ପଳାଇଥିଲେ । ଦୁର୍ବୃତ୍ତଙ୍କ ମାଡ଼ରେ  ସିକ୍ୟୁରିଟି ଗାର୍ଡ ବଳରାମ ପୃଷ୍ଟି ଆହତ ହୋଇ ନିକଟସ୍ଥ ଯୋଡ଼ା ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ପାଇ ଯୋଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତମାନେ ଜୁରୁଡ଼ି ପଟକୁ ଫେରାର ହୋଇଥିବା କୁହାଯାଉଛି । ପୋଲିସ୍ ବିଭିନ୍ନ ସ୍ଥାନରେ ନାକାବନ୍ଦି କରି ତଲାସୀ ଜାରୀ ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.