ପ୍ରମୂଖ ଖବର
  • କୋଏଲ ନଦୀରେ ବୁଡି ଛାତ୍ର ମୃତ
  • ||
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

ମା' ସମଲେଶ୍ଵରୀ ମନ୍ଦିରରେ ଲାଇଟ୍ ଓ ସାଉଣ୍ଡ ଶୋ’ ଆରମ୍ଭ

Published By : Prameya | May 17, 2025 4:29 PM

ସମ୍ବଲପୁର, ୧୭। ୦୫: ମା' ସମଲେଶ୍ଵରୀ ମନ୍ଦିରରେ ପୁଣିଥରେ ଆରମ୍ଭ ହୋଇଛି ଲାଇଟ୍ ଓ ସାଉଣ୍ଡ ଶୋ’। ଗତ ପ୍ରାୟ ୬ ମାସ ଧରି ଏହି ଶୋ' ବନ୍ଦ ରହିବା ପରେ ପୁଣିଥରେ ଆରମ୍ଭ ହୋଇଛି। ଏ ନେଇ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି। ପୁଣିଥରେ ଲାଇଟ୍ ଓ ସାଉଣ୍ଡ ଶୋ’ ଆରମ୍ଭ ହେବା ପରେ ଏହାକୁ ଜନସାଧାରଣରେ ସ୍ବାଗତ କରାଯାଇଛି। ଗତକାଲି ସନ୍ଧ୍ୟାରେ ଏହି ଶୋ’ ଆରମ୍ଭ ହେବାପରେ ଏହାକୁ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ଉପସ୍ଥିତ ଥିଲେ।

ସମଲେଇ ପ୍ରକଳ୍ପ ଲୋକାର୍ପଣ ସହ ଗତ ୨୦୨୪ ଜାନୁଆରୀ ୨୭ ତାରିଖରେ  ସମଲେଶ୍ଵର ମନ୍ଦିରରେ ଲାଇଟ୍‌ ଓ ସାଉଣ୍ଡ ଶୋ' ଆରମ୍ଭ ହୋଇଥିଲା। ତେବେ ବିଭିନ୍ନ ସମୟରେ ସମସ୍ୟା କାରଣରୁ ଏହା ବନ୍ଦ ରହି‌ଥିଲା। ବର୍ଷା, ଅତ୍ୟଧିକ ଖରା ଓ ଝଡ଼ ତୋଫାନରେ ଯେଭଳି ଏହି ଶୋ’ ପ୍ରସ୍ତୁତ କରୁଥିବା ଯନ୍ତ୍ରପାତି ନଷ୍ଟ ନହୁଏ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଭାବେ କଣ୍ଟ୍ରୋଲ ରୁମ୍ ନିର୍ମାଣ କରାଯିବା ସହ ପ୍ରୋଜେକ୍ଟର୍ ଗୁଡ଼ିକର ସୁରକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀ ବାବୁ ସୂଚନା ଦେଇଛନ୍ତି। 

ମା' ସମଲେଶ୍ଵରୀଙ୍କ ମନ୍ଦିରରେ ଗତ ୨୦୨୧ ସେପଟେମ୍ବର ୧୧ ତାରିଖରୁ ଆରମ୍ଭ ହୋଇଥିଲା ସାଉଣ୍ଡ ଓ ଲାଇଟ୍ ଶୋ ପ୍ରକଳ୍ପ। ସାଢେ ୭ କୋଟି ବ୍ୟୟରେ ଓଟିଡିସି ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା। ଏଥିରେ ମାଁଙ୍କ ପୌରାଣିକ କଥାବସ୍ତୁରୁ ଆରମ୍ଭ କରି ସମ୍ବଲପୁର ତଥା ସମଗ୍ର ପଶ୍ଚିମ ଓଡିଶାର ଗୌରବମୟ ଇତିହାସକୁ ପ୍ରଦର୍ଶିତ କରିବା ନେଇ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। କୋଣାର୍କ ମନ୍ଦିର ଭଳି ଏଥିରେ ମଧ୍ୟ ମନ୍ଦିର ଓ ଏହା ଚତୁଃପାର୍ଶ୍ଵରେ ଆଲୋକ ଫୋକସ୍ ସହିତ ବିଭିନ୍ନ ଭାଷାରେ ଐତିହର ବର୍ଣ୍ଣନା କରାଯାଉଥିଲା। ହେଲେ ମାତ୍ର ଦେଢ଼ ବର୍ଷ ନ ଚାଲୁଣୁ ସମଲେଇ ପ୍ରକଳ୍ପର ନିର୍ମାଣ କାମ ପାଇଁ ଏହା ବନ୍ଦ ହୋଇଯାଇଥିଲା। ପରେ ୨୦୨୪ ଜାନୁଆରୀ ୨୭ ତାରିଖରେ  ପୁଣି ଥରେ ଆରମ୍ଭ ହୋଇଥିଲା। କିନ୍ତୁ ଗତ ନୂଆଁଖାଇ ଠାରୁ ଯାନ୍ତ୍ରୀକ ତ୍ରୁଟି ପାଇଁ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଯାହାକି ପୁଣିଥରେ ଚାଲୁ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.