ପ୍ରମୂଖ ଖବର
  • ବ୍ରହ୍ମପୁର, : ଲାଞ୍ଜିପଲ୍ଲୀ ଜେଲ ଗେଟ୍ ନିକଟରୁ ୩ ବୋମା ଜବତ
  • ||
  • କୋଏଲ ନଦୀରେ ବୁଡି ଛାତ୍ର ମୃତ
  • ||
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

୩ ବାଂଲାଦେଶୀ ମହିଳା ଗିରଫ :ଫେସବୁକ୍‌ରୁ ପ୍ରେମ, ବେଆଇନ ଭାବେ ସୀମା ପାର କରି ରହୁଥିଲେ ଲିଭ୍‌ ଇନ୍‌ରେ

Published By : Prameya | May 17, 2025 8:29 PM

ନୂଆଦିଲ୍ଲୀ,୧୭।୫: ଦିଲ୍ଲୀରୁ ଗିରଫ ହୋଇଛନ୍ତି ୩ ବାଂଲାଦେଶୀ ମହିଳା।  ସେମାନେ ବେଆଇନ ଭାବରେ ଦିଲ୍ଲୀରେ ରହୁଥିଲେ। ତେବେ ଗିରଫ ବେଳେ ଆଶ୍ଚର୍ଯ୍ୟକର କଥା ଜଣାପଡିଛି। ବାଂଲାଦେଶୀ ମହିଳା କହିଛନ୍ତି, ନିଜର ପ୍ରେମିକଙ୍କୁ ଭେଟିବାକୁ ଆସିଥିଲେ। ତା ପରେ ଏଠାରେ ତାଙ୍କ ସହ ଲିଭଇନ୍‌ରେ ରହୁଛନ୍ତି। ଫେସବୁକ୍ ଜରିଆରେ ପ୍ରେମ ହୋଇଥିଲା। ଏହାପରେ ପ୍ରେମିକଙ୍କୁ ଭେଟିବାକୁ ଅବୈଧ ଭାବରେ ସୀମା ପାର କରି ଭାରତ ଆସିଥିଲେ।   

ମାମଲା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି,ଏହି କାର୍ଯ୍ୟାନୁଷ୍ଠାନ ବିଦେଶୀ ସେଲ୍‌ର ଏକ ବିଶ୍ବସ୍ତ ସୁତ୍ରରୁ ଇନପୁଟ୍‌ ଆଧାରରେ ଗ୍ରହଣ କରାଯାଇଥିଲା। ପୋଲିସ ଗିରଫ କରିବା ପାଇଁ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ନେଇ କହିଛି, ଜଣେ ସନ୍ଦିଗ୍ଧ ଦ୍ବାରା ପୋଷ୍ଟ କରାଯାଇଥିବା ଫେସବୁକ୍ ରିଲ୍ସକୁ ଟ୍ରାକ୍ କରାଯାଇଥିଲା। ଯେଉଁଥିରେ ସ୍ଥାନୀୟ ଆଇସକ୍ରୀମ୍ ଗାଡିକୁ ଦେଖିବାକୁ ମିଳିଥିଲା। ଏହି ସମୟରେ ଅଜାଣତରେ ଆଖପାଖର ବିଲ୍ଡିଂ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ସୁରାକ୍ ପାଇ ପୋଲିସ ସଠିକ୍ ଜାଗା ଜାଣିବାକୁ ଚେଷ୍ଟା କରିଥିଲା। ଏହା ସହ ମୁଖ୍ୟ ସନ୍ଦିଗ୍ଧକୁ ମଧ୍ୟ ଗିରଫ କରିଛି। ଭିଡିଓରେ ଦେଖିବାକୁ ମିଳିଥିବା ସ୍ଥାନକୁ ଜାଣିବାକୁ ପୋଲିସ ପ୍ରାୟ ୫୦ ଟି ଗଳିରେ ଖୋଜାଖୋଜି ଆରମ୍ଭ କରିଥିଲା। 

ପୋଲିସର କହିବା ଅନୁସାରେ, ମୁଖ୍ୟ ସନ୍ଦିଗ୍ଧ ମହିଳା ଜଣକ ଫେସବୁକ୍ ମାଧ୍ୟମରେ ଜଣେ ଭାରତୀୟ ବ୍ୟକ୍ତି ସହ ପ୍ରେମ ହୋଇଥିବା କଥା କହିଛି। ସେ କହିଛନ୍ତି ଯେ, ତାଙ୍କ ପ୍ରେମିକ   ତାଙ୍କୁ ପଶ୍ଚିମବଙ୍ଗରେ ଥିବା ଭାରତ-ବାଂଲାଦେଶ ସୀମା ବାଟ ଦେଇ ବେଆଇନ ଭାବରେ ତାଙ୍କୁ ପ୍ରବେଶ କରାଇଥିଲେ। ଏହାପରେ ଦୁହେଁ ଦିଲ୍ଲୀ ଚାଲି ଆସିଥିଲେ। ଭଡା ଘରେ ଏକାଠି ରହୁଥିଲେ। ଏହାଛଡା ଆଉ ଏକ ଗୁଇନ୍ଦା ଇନପୁଟ୍ ଆଧାରରେ ପୋଲିସ ଅନ୍ୟ ଦୁଇ ବାଂଲାଦେଶୀ ମହିଳାଙ୍କୁ ଗିରଫ କରିଛି। ଦୁହେଁ ଆରମ୍ଭରୁ ଦାବି କରୁଥିଲେ ସେମାନେ ନିଜ ନିଜର ସ୍ବାମୀଙ୍କ ସହ ରହୁଥିବା ଭାରତୀୟ ନାଗରିକ। ତେବେ ବୟାନରେ ସମାନତା ନଥିବାରୁ ସତ ଜଣାପଡି ଯାଇଥିଲା। ପୋଲିସ ତାଙ୍କ ମୋବାଇଲ ଯାଞ୍ଚ କରିବା ପରେ ସତ ଜଣାପଡିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.