ନୂଆଦିଲ୍ଲୀ,୧୭।୫: ପହଲଗାମ୍ରେ ହୋଇଥିବା ଆତଙ୍କୀ ହମଲା ପରେ ପୁରା ଦେଶରେ ବଢିଥିଲା ଉତ୍ତେଜନା। ପାକିସ୍ତାନଠାରୁ ପ୍ରତିଶୋଧ ନେବାକୁ ଚାରିଆଡୁ ହୋଇଥିଲା ଦାବି। ଭାରତୀୟ ସେନା ଆରମ୍ଭ କରିଥିଲା ‘ଅପରେସନ୍ ସିନ୍ଦୂର’। ଏହା ଦ୍ବାରା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର ସ୍ଥିତ ୯ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରି କଡା ଜବାବ ଦେଇଥିଲା। ଏହି ଅପରେସନ୍ରେ ଭାରତୀୟ ବାୟୁସେନା ନିଜର ନିଜର ମାରକ କ୍ଷମତାକୁ ପ୍ରଦର୍ଶିତ କରିଥିଲା। କିନ୍ତୁ ଏହା ସହ ଭାରତୀୟ ସେନାର ସଠିକ ଯୋଜନା ମଧ୍ୟ ପାକିସ୍ତାନକୁ ଚିନ୍ତାରେ ପକାଇ ଦେଇଥିଲା।
ଏନ୍ଆଇଏର ରିପୋର୍ଟ ଅନୁସାରେ, ସେନାର ପ୍ରତିରକ୍ଷା ସୁତ୍ରର କହିବା ଅନୁସାରେ, ଅପରେସନ୍ ସିନ୍ଦୁର ବେଳେ ଭାରତୀୟ ବାୟୁସେନା ଚୀନ୍ ଦ୍ବାରା ନିର୍ମିତ ପାକିସ୍ତାନ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଦେଇଥିଲା। ଏଥିପାଇଁ ଫାଇଟର ଜେଟ୍ ଭଳି ଦେଖାଯାଉଥିବା ଡମି ବିମାନକୁ ବ୍ୟବହାର କରିଥିଲା। ୭ ମଇରେ ଆତଙ୍କୀ ଆଡ୍ଡାକୁ ଯେତେବେଳେ ଟାର୍ଗେଟ କରିଥିଲେ, ପାକିସ୍ତାନ ପକ୍ଷରୁ ଭାରତ ଉପରେ ପାଲଟା ଆକ୍ରମଣ କରିବାକୁ ଚେଷ୍ଟା ହୋଇଥିଲା। ଭାରତୀୟ ସେନା ଏହାର ଜବାବ୍ ସମ୍ପୂର୍ଣ୍ଣ ଭାବରେ ଚତୁରତାର ସହ କରିଥିଲା।
୯-୧୦ ମଇ ରାତିରେ ଭାରତ ପକ୍ଷରୁ ପାକିସ୍ତାନୀ ବାୟୁସେନାର ୧୨ ରୁ ୧୧ ବିମାନ ଆଡ୍ଡା ଉପରେ ଆକ୍ରମଣ ହୋଇଥିଲା। କିନ୍ତୁ ପାକିସ୍ତାନ ଉପରେ ମିସାଇଲ ଆକ୍ରମଣର ଲହର ଆରମ୍ଭ କରିବା ପୂର୍ବରୁ ଭାରତୀୟ ବାୟୁସେନା ମାନବ ବିହୀନ ଡମି ବିମାନକୁ ପାକିସ୍ତାନର ସୀମା ନିକଟକୁ ପଠାଇଥିଲା। ଏହି କାରଣରୁ ପାକିସ୍ତାନର ରାଡାର ଆମ ପଟୁ ପଠାଯାଇଥିବା ଡମି ବିମାନକୁ ଧ୍ବଂସ କରିବାକୁ ପଳାଇ ଆସିଥିଲା। ତେବେ ପାକିସ୍ତାନ ପକ୍ଷରୁ କରାଯାଇଥିବା କାର୍ଯ୍ୟାନୁଷ୍ଠାର ଉତ୍ତର ଏହାର ଥିଲା ଯେ, ତା’ର ଏୟାର ଡିଫେନ୍ସ ସିଷ୍ଟମ ଓ ଏଚ୍କ୍ୟୁ-୯ ମିସାଇଲ ସିଷ୍ଟମ ସକ୍ରିୟ ହୋଇଗଲା ଓ ଏହାଦ୍ବାରା ତା’ର ଲୋକେସନ୍ ଜଣାପଡି ଯାଇଥିଲା। ପାକିସ୍ତାନୀ ବାୟୁସେନା ନିଜର ଚୀନ୍ ଏଚ୍କ୍ୟୁ-୯ ଏୟାର ଡିଫେନ୍ସ ସିଷ୍ଟମ, ଲଞ୍ଚର ଓ ରାଡାରର ପୁରା ସେଟ୍କୁ ଅଲଗା ଅଲଗା ଅଞ୍ଚଳରେ ବ୍ୟାପକ ଭାବରେ ରଖିଥିଲା। ବହୁ ସିଷ୍ଟମ ନୂଆ ନୂଆ ସ୍ଥାନରେ ମଧ୍ୟ ଲଗାଇ ଦିଆଯାଇଥିଲା। କିନ୍ତୁ ଡମି ଜେଟ୍ ବିମାନକୁ ଦେଖି ସବୁ ସକ୍ରିୟ ହୋଇଯାଇଥିଲା। ପାକିସ୍ତାନ ଏୟାର ଡିଫେନ୍ସ ସିଷ୍ଟମର ସୂଚନା ମିଳିବା ପରେ ଭାରତୀୟ ବାୟୁସେନା ପାକିସ୍ତାନୀ ଏୟାରବେସ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲା। ଭାରତ ଲମ୍ବା ଦୂରଗାମୀ ବ୍ରହ୍ମୋସ ଓ ସ୍କାଲପ୍ ମିସାଇଲର ବ୍ୟବହାର କରିଥିଲା। ରିପୋର୍ଟ ଅନୁସାରେ, ଏହି ଆକ୍ରମଣରେ ପ୍ରାୟ ୧୫ ବ୍ରହ୍ମୋସ ମିସାଇଲ ଓ ସ୍କାଲପ୍, ରାମ୍ପେଜ୍ ଓ କ୍ରିଷ୍ଟଲ ମେଜ୍ ମିସାଇଲ ମାଡ କରିଥିଲା।