ପ୍ରମୂଖ ଖବର
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

Youtuber: ଭାରତ ବିରୋଧରେ ପାକିସ୍ତାନକୁ ତଥ୍ୟ ଯୋଗାଇବା ଅଭିଯୋଗରେ ୬ ଗିରଫ; ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

Published By : Bijay Swain | May 17, 2025 5:52 PM

Image courtesy: indiatoday

ନୂଆଦିଲ୍ଲୀ: ଭାରତ ସମ୍ବଧୀୟ ଗୁପ୍ତ ତଥ୍ୟ ପାକିସ୍ତାନକୁ ବିକ୍ରି କରିବା ଅଭିଯୋଗରେ ୬ ଜଣ ଭାରତୀୟ ନାଗରିକଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ସମସ୍ତ ଲୋକ ପଞ୍ଜାବ ଓ ହରିୟାଣାର ରାଜ୍ୟର ବୋଲି ଜଣାପଡିଛି। ଏହି ରାକେଟର ଜଡିତ ସମସ୍ତ ମେମ୍ୱର ଭାରତ ସହ ସମ୍ବନ୍ଧୀତ ସମ୍ୱେଦନଶୀଳ ସୂଚନା ପାକିସ୍ତାନୀ ଅପରେଟିଭ ମାନଙ୍କୁ ବିକ୍ରି କରି ଟଙ୍କା ରୋଜଗାର କରୁଥିଲେ ବୋଲି ଜଣାପଡିଛି।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ହରିୟାନାର ଜଣେ ଟ୍ରାଭେଲ ଭ୍ଲଗର ମଧ୍ୟ ଏହି ରାକେଟରେ ସାମିଲ ରହିଥିଲେ। ତାଙ୍କ ନାମ ଜ୍ୟୋତି ମଲହୋତ୍ରା ହୋଇଥିବା ବେଳେ ୟୁଟ୍ୟୁବରେ “ଟ୍ରାଭେଲ ୱିଥ ଜୋ” ନାମରେ ତାଙ୍କର ଏକ ଚ୍ୟାନେଲ ମଧ୍ୟ ରହିଛି। ତେବେ ଭାରତୀୟ ଗୁଇନ୍ଦା ଅଧିକାରୀମାନେ ଦେଇଥିବା ସୂଚନା ଅନୁଯାୟୀ ପାକିସ୍ତାନର କମିଶନର ଏଜେଣ୍ଟଙ୍କ ଦ୍ୱାରା ସେ ଏକ ପାକିସ୍ତାନି ଭିସା ହାସଲ କରିଥିଲେ। ଏହାପରେ ସେ ୨୦୨୩ ମସିହାରୁ ଲଗାତାର ଭାବେ ପାକିସ୍ତାନ ଗସ୍ତ ଜାରି ରଖିଥିଲେ। ତାଙ୍କର ଏହି ଗସ୍ତ ସମୟରେ ସେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରରେ କାମ କରୁଥିବା କର୍ମଚାରୀ ଏହସାନ-ଉର-ରହିମ ଓରଫ ଦାନିଶଙ୍କ ସହ ଘନିଷ୍ଠ ସମ୍ପର୍କ ଗଢ଼ି ତୋଳିଥିଲେ।

ଜ୍ୟୋତିଙ୍କୁ ପାକିସ୍ତାନର ଅନେକ ଗୁଇନ୍ଦା ଅଧିକାରୀଙ୍କ ସହ ମିଳାଇବା ଅଭିଯୋଗରେ ଭାରତ ସରକାରଙ୍କ ଦ୍ୱାରା ଦାନିଶଙ୍କୁ ପରସୋନା ନନ ଗ୍ରାଟା ଅଧିନରେ ଦେଶରୁ ଗତ ମେ ୧୩ ତାରିଖରେ ବିତାଡିତ କରାଯାଇଛି। ଏହା ମଧ୍ୟରେ ସବୁଠୁ ବଡ କଥା ହେଉଛି ବିଭିନ୍ନ ଇନକ୍ରିପଟେଡ ପ୍ଲାଟଫର୍ମ ଯେପରିକି ହ୍ୱାଟସଆପ, ଟେଲିଗ୍ରାମ ଓ ସ୍ନାପଟାଟ ଭଳି ଆପ୍‌ରେ ଜ୍ୟୋତି ସେମାନଙ୍କ ସହ ଯୋଗାଯୋଗରେ ମଧ୍ୟ ରହିଥିଲେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ପାକିସ୍ତାନ ଅପରେଟିଭ ଶକିର ଅଲିଆସ୍ ରାଣାର ନମ୍ୱରକୁ ଜ୍ୟୋତି ନିଜ ଫେନରେ ଜାଟ ରାନ୍ଧୱା ନାମରେ ସେଭ କରିଥିବା ଜଣାପଡିଛି। 

ଜ୍ୟୋତି ଭାରତ ସହ ସମ୍ବଦ୍ଧୀୟ ସମ୍ୱେଦନଶୀଳ ସୂଚନା ସାଙ୍ଗଙ୍କୁ ଭାରତର ବିଭିନ୍ନ ସ୍ଥାନର ଲୋକ୍ସନକୁ ପାକିସ୍ତାନ ଅଧିକାରୀଙ୍କୁ ବିକ୍ରି କରୁଥିଲେ। ଏହାସହ ନିଜ ଚ୍ୟାନେଲ ଯୋଗେ ପାକସ୍ତାନର ସକରାତ୍ମକ ଛବି ସୃଷ୍ଟି କରିବାକୁ ମଧ୍ୟ ଚେଷ୍ଟା କରୁଥିଲେ। ଖାଲି ଏତିକି ନୁହେଁ ସେ ପାକିସ୍ତାନର ବିଭିନ୍ନ ଅଧିକାରୀମାନଙ୍କ ସହ ବାଲି ଓ ଇଣ୍ଡୋନେସିଆ ଗସ୍ତରେ ଯାଇଥିଲେ ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ପ୍ରକାଶ କରିଛି। 

ଜ୍ୟୋତିଙ୍କ ଛଡା ଅନ୍ୟ ଜଣେ ଆରୋପୀ ହେଉଛନ୍ତି ପଞ୍ଜାବ ଅନ୍ତର୍ଗତ ମଲେରକୋଟଲାର ୩୨ ବର୍ଷିୟ ଗୁଜାଲା। ଗୁଜାଲା ଗତ ଫେବୃୟାରୀ ୨୭ ତାରିଖରେ ପାକିସ୍ତାନି ଭିସା ପାଇଁ ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିସନ ଅଫିସ ଯାଇଥିଲେ। ସେଠାରେ ହିଁ ସେ ଦାନିଶଙ୍କୁ ଭେଟିଥିଲେ। ଏହାପରେ ଦାନିଶ ତାଙ୍କ ସହ ହ୍ୱାଟସଆପରେ ଯୋଗାଯୋଗ କରିଥିଲେ। ଗୁଜାଲା ବିଧବା ହୋଇଥିବାରୁ ଦାନିଶ ତାଙ୍କ ସହ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ମନରେ ବିଶ୍ୱାସ ଜନ୍ମାଇ ସମ୍ପର୍କରେ ରହିଥିଲେ। 

ଏହାପରେ ଦାନିଶ ତାଙ୍କୁ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ୟୁପିଆଇ ଆପ ଯୋଗେ ପଇସା ଦେବା ଆରମ୍ଭ କରିଥିଲେ। ତେବେ ଗତ ଏପ୍ରିଲ ୨୩ ତାରିଖରେ ଗୁଜାଲା ତାଙ୍କ ସାଙ୍ଗ ବନୁ ନସରିନାଙ୍କ ସହ ଭିସା ପାଇଁ ପାକିସ୍ତାନ ହାଇ କମିସନକୁ ଆସିଥିଲେ। ଠିକ ଏହାର ଦିନକ ପରେ ଦାନିଶ ଉଭୟଙ୍କ ଭିସା ଆପ୍ରୁଭ କରିଥିଲେ ବୋଲି ଜଣାପଡିଛି। 

ସେହିଭଳି ଏହି ମାମଲାରେ ସାମିଲଥିବା ଅନ୍ୟଜଣେ ହେଉଛନ୍ତି ମଲେରକୋଟଲାର ୟାମିନ ମୋହଦ। ସେ ଦାନିଶଙ୍କ ସହ କୋଲାବରେଟ କରିବା ସହ ବିଭିନ୍ନ ଆର୍ଥିକ ସହାୟତା ମଧ୍ୟ ପ୍ରାପ୍ତ କରିଥିଲେ। ସେହିପର୍ ଆଉଜଣେ ହେଉଛନ୍ତି ହରିୟାନାର ଦେବିନ୍ଦର ସିଂ ଢିଲୋନ। ସେ ଜଣେ ସିଖ ଛାତ୍ର ହୋଇଥିବା ବେଳେ ନିକଟରେ ପାକିସ୍ତାନରେ ଥିବା ବିଭିନ୍ନ ଧାର୍ମିକ ସ୍ଥଳ ପରିଦର୍ଶନ କରିବାକୁ ଯାଇଥିଲେ। ତେବେ ସେ କେତେକ ଭାରତ ସମ୍ବଦ୍ଧୀୟ ଭିଡିଓ ପଟିୟାଲା କଣ୍ଟେନମେଣ୍ଟକୁ ପଠାଇଥିବା ଜଣାପଡିଛି। ହରିୟାଣାର ନୁହରେ ରହୁଥିବା ଅରେମାନଙ୍କ ଉପରେ ମଧ୍ୟ କିଛି ଏହିବଲି ଅଭିଯୋଗ ରହିଛି। ସେ କେତେକ ପାକିସ୍ତାନୀ ଏଜେଣ୍ଟଙ୍କୁ ଭାରତୀୟ ସିମ କାର୍ଡ ବିକ୍ରି କରିବା ସହିତ, ପାଣ୍ଠି ଲେଣଦେଣ ଓ ୨୦୨୫ର ପ୍ରତିରକ୍ଷା ଏକ୍ସପୋର କେତେକ ତଥ୍ୟ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ପଠାଇଥିବା ଜଣାପଡିଛି। 

ଭାରତୀୟ ଅଧିକରୀମାନେ ସୂଚନା ଦେଇ କହିଛନ୍ତି ଯେ ପାକିସ୍ତାନ ବିଭିନ୍ନ ଭାରତୀୟ ଲୋକଙ୍କୁ ଧର୍ମ ଓ ସାମାଜିକ ଅବସ୍ଥିତିକୁ ଲକ୍ଷ୍ୟରେ ରଖି ଭାରତ ବିରୋଧି କାମ କରିବାକୁ ପ୍ରୋତ୍ସାହିତ କରିଛନ୍ତି। କାହାକୁ ଭିବାହର ପ୍ରଲୋଭନ ଦେଖାଇ ତ କାହାକୁ ଟଙ୍କାର ଲୋଭ ଦେଖାଇ ତ ଆଉ କାହା ସହ ମିଛ ଭାବପ୍ରବଣତା ଦେଖାଇ ଭାରତ ବିରୋଧି କାମ କରାଇଛନ୍ତି। ଗିରଫ ହୋଇଥିବା ସମସ୍ତ ଆସାମୀ ନିଜ ଦୋଷ ସ୍ୱୀକାର କରିବା ସହ ନିଜ କାମ ବିଷୟରେ ସମସ୍ତ ତଥ୍ୟା ପ୍ରଦାନ କରିଥିବା ଜଣାପଡିଛି। ତେବେ ଏହି ମାମଲାକୁ ନେଇ ଯାଞ୍ଚ ଜାରି ରହିଚି। ଆଗକୁ ଆବହୁରି ନୂଆ ତଥ୍ୟ ମିଳିପାରେ ବୋଲି ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.