ନୂଆଦିଲ୍ଲୀ,୧୭।୫: ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ବଡ଼ କାର୍ଯ୍ୟାନୁଷ୍ଠାନ। ଆତଙ୍କୀ ସଂଗଠନ ISISର ସ୍ଲିପର ମଡ୍ୟୁଲର ଦୁଇ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଏହି ଗିରଫଦାରୀ ପୁନେରେ ୨୦୨୩ରେ ରୁଜୁ ଏକ ମାମଲା ସମ୍ପର୍କିତ ରହିଛି, ଯେଉଁଥିରେ ISIS ର ସ୍ଲିପର ସେଲ୍ ଆଇଆଇଡି ତିଆରିଓ ପରୀକ୍ଷଣର ଷଡଯନ୍ତ୍ର ରଚିଥିଲେ। ଅବଦୁଲା ଫୈୟାଜ ଶେଖ୍ ଓ ତଲହା ଖାନ୍ ଭାବରେ ଚିହ୍ନଟ ହୋଇଛନ୍ତି। ଦୁହେଁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲ-୨ରେ ଇମିଗ୍ରେସନ୍ ବ୍ୟୁରୋ ବର୍ତ୍ତମାନ ସମୟରେ ଗିରଫ ହୋଇଛନ୍ତି। ଯେତେବେଳେ ସେମାନେ ଇଣ୍ଡୋନେସିଆର ଜାକାର୍ତ୍ତାକୁ ଫେରୁଥିଲେ ସେ ସମୟରେ ଇମିଗ୍ରେସନ୍ ବ୍ୟୁରୋ ତାଙ୍କୁ ଗିରଫ କରିଥିଲା। ଦୁହେଁ ଦୀର୍ଘ ଦିନ ଧରି ଜାକାର୍ତ୍ତାରେ ଲୁଚି ରହିଥିଲେ। ଏବେ ଏନ୍ଆଇଏ ଟିମ୍ ତାଙ୍କୁ ଗିରଫ କରିଛି।
ଏନ୍ଆଇଏ ଅଧିକାରୀଙ୍କ ବୟାନ ଅନୁସାରେ, ଏହି ଗିରଫଦାରୀ ପୁନେରେ ୨୦୨୩ରେ ରୁଜୁ କରାଯାଇଥିବା ଏକ ମାମଲା ସହ ଜଡିକ। ଯେଉଁଥିରେ ଆଇଏସ୍ଆଇଏସର ସ୍ଲିପର ସେଲ୍ ଦ୍ବାରା ଆଇଆଇଡିର ନିର୍ମାଲ ଓ ପରୀକ୍ଷଣର ଷଡଯନ୍ତ୍ର ରଚିଥିଲେ। ଅବଦୁଲା ଫୈୟାଜ ଶେଖ୍ ଓ ତଲହା ଖାନ୍ ଏହି ମାମଲାରେ ପଳାତକ ଘୋଷିତ ହୋଇଥିଲେ। ତାଙ୍କୁ ଗିରଫ କରିବାକୁ ଏନ୍ଆଇଏ ପୂର୍ବରୁ ପ୍ରତ୍ୟେକଙ୍କ ଉପରେ ୩ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଘୋଷଣା କରିଥିଲେ। ଦୁଇ ଅଭିଯୁକ୍ତଙ୍କ ବିରୋଧରେ ବେଆଇନ ଗତିବିଧି(ନିବାରଣ) ଅଧିନିମୟ (ୟୁଏପିଏ)ର ଧାରା ୨୫ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଯାଞ୍ଚ ବେଳେ ଜଣାପଡିଛି ଯେ, ପୁନେର କୋଢଭା ଅଞ୍ଚଳରେ ଏକ ଗୁଇନ୍ଦା ଓ୍ବାର୍କସପ୍ର ଆୟୋଜନ କରାଯାଇଥିଲା। ସେଠାରେ ଆଇଆଇଡି ତିଆରି କରିବା, ଟେଷ୍ଟ କରିବା ଓ ଟ୍ରେନିଂ ଗତିବିଧି ଚଳାଇଥିଲେ। ଏହି ଓ୍ବାର୍କସପ୍ ପାଇଁ ଅବଦୁଲା ଫୈୟାଜା ଶେଖ୍ର ଦୋକାନର ବ୍ୟବହାର ହୋଇଥିଲା। ଏନ୍ଆଇଏ ଏହି ମାମଲାରେ ୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଯେଉଁଥିରେ ତିନି ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି।