ପୁରୀ ୦୮/୦୬: ଶ୍ରୀମନ୍ଦିରରେ ଲାଗିଲା ଲାଇଟ୍ । ପୁଣି ଚମକିବ ଶ୍ରୀମନ୍ଦିର । ଲାଇଟ୍ ଖୋଲା ହେବାର ତିନି ଦିନ ପରେ ମହାପ୍ରଭୁଙ୍କ ବଡ ଦେଉଳରେ ଲାଇଟ୍ ଲାଗିଛି । ଲାଇଟ୍ ଖୋଲାଯିବା ପରେ ମହାପ୍ରଭୁଙ୍କ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତତ୍ପରତା ପ୍ରକାଶ ପାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପହଞ୍ଚି ଅନୁଧ୍ୟାନ କରିଥିଲେ। ନିଜେ ମୁଖ୍ୟ ଶାସନ ସଚିବ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଥିଲେ । ମୁଖ୍ୟ ଶାସନ ସଚିବ ମଧ୍ୟ ନିଜେ ସ୍ଥିତି ଅନୁଧ୍ୟାନ କରିଥିଲେ । ଯେଉଁ ସଂସ୍ଥା ଲାଇଟ କାଢ଼ି ଥିଲା, ସେହି ସଂସ୍ଥା ପୁଣି ଲାଇଟ ଲଗାଇଛି । ଖୋଲାଯାଇଥିବା ଲାଇଟ୍ ପୁଣି ଥରେ ଶ୍ରୀମନ୍ଦିର ନିକଟରେ ଲଗାଯାଇଛି । ଯାହା ଫଳରେ ପୁଣି ଥରେ ଚମକିବ ମହାପ୍ରଭୁଙ୍କ ଶ୍ରୀମନ୍ଦିର ।
ସେପଟେ ଶ୍ରୀମନ୍ଦିରକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟ୍ ଖୋଲି ନେଇଯିବା ଘଟଣାରେ ଇଭେଣ୍ଟ ସଂସ୍ଥାର ଚାରି ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ । କେଉଁ ପରିସ୍ଥିତିରେ ଲାଇଟ୍ ଖୋଲି ନେଲେ ସେନେଇ ପଚରାଉଚରା ଚାଲିଛି । ଏ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ପ୍ରଦାନ କରିଛନ୍ତି ।