ପ୍ରମୂଖ ଖବର
  • ଉପକୂଳ ମୁହାଁ ଦାନା, ପାରାଦୀପ ଠାରୁ ୧୦୦ କି.ମି ଦୂରରେ ରହିଛି
  • ||
  • ଉଦଳା : ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଦେଲେ ଗୁରୁତ୍ତ୍ୱ
  • ||
  • ବାତ୍ୟା ଆଶ୍ରୟସ୍ଥଳୀ ଅଚାନକ ପରିଦର୍ଶନ କଲେ ବାଲେଶ୍ୱର ସାଂସଦ
  • ||
  • ସାଲେପୁର : ଭଙ୍ଗା ଚାଳଛପର ଘରୁ ୭୦ ବର୍ଷର ବୃଦ୍ଧା ଉଦ୍ଧାର, ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଏବଂ ଯବାନ
  • ||
  • ହିନ୍ଦୋଳ : ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
  • ||
  • ବଲାଙ୍ଗୀର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ୨ ଗିରଫ, ୪ ଫେରାର
  • ||
  • ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା
  • ||
  • ସାଲେପୁର : ଆଗ୍ନିକାଣ୍ଡରେ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ପୋଡ଼ି ପାଉଁଶ
  • ||
  • ବାତ୍ୟା 'ଦାନା'ର ପ୍ରଭାବ, କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ
  • ||
  • ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର
  • ||
  • ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ
  • ||
  • ବାତ୍ୟା 'ଦାନା' ଆତଙ୍କ: ବର୍ଷା, ପବନ ଜୋର ହେଲେ ୨୪, ୨୫ରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • ||
  • କେନ୍ଦ୍ରାପଡ଼ା : ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
  • ||
  • ବାତ୍ୟା ପାଇଁ ଆଠଗଡ଼ ପରିବା ବଜାରରେ ଲୋକଙ୍କ ଭିଡ଼, କିଣି ନେଉଛନ୍ତି ବ୍ୟାଗ୍ ବ୍ୟାଗ୍ ପରିବା
  • ||
  • ସତର୍କତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ, ବାତ୍ୟା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରହିବାକୁ ତାଗିଦ୍‌
  • ||

ବିଦାୟ ନେଲେ ମା’ ଧନଦାତ୍ରୀ, ପାରମ୍ପରିକ ବାଦ୍ୟରେ ଦୁଲୁକିଲା ଜନପଥ

ଭୁବନେଶ୍ୱର,୨୪/୧୦: ମା’  ଧନଦାତ୍ରୀ ଭକ୍ତଙ୍କ ଗହଣରୁ ବିଦାୟ  ନେଇ ସାରିଛନ୍ତି । ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ  ଭୁବନେଶ୍ୱରର ପ୍ରାୟ ୫୦ଟି ପୂଜା ମଣ୍ଡପରେ ବିରାଜିତ ମା’ ଗଜଲକ୍ଷ୍ମୀଙ୍କ ମୃଣ୍ମୟ ପ୍ରତିମାଙ୍କୁ ବୁଧବାର ବିଦାୟ ଦିଆଇଛି । ଭୁବନେଶ୍ୱର ଲକ୍ଷ୍ମୀ  ପୂଜା ଭସାଣି ଉତ୍ସବ ସମିତି ଆନୁକୂଲ୍ୟରେ  ମିଳିତ ଭସାଣି ଅନୁଷ୍ଠିତ ହୋଇଥିଲା । ଏଥିରେ  ଭୁବନେଶ୍ୱରର ପାଖାପାଖି ୧୨ଟି ମେଢ଼ ଯୋଗ  ଦେଇଥିଲେ । ସମସ୍ତ ମେଢ଼ ସହିଦନଗର ସ୍ଥିତ ଦୁର୍ଗା ପୂଜା ପଡିଆରେ ପହଞ୍ଚିଥିଲେ ।  ସେଠାରୁ ଜନପଥରେ ରାଜମହଲ ହୋଇ ବିସର୍ଜନ ପାଇଁ ଯାଇଥିଲେ । ସମସ୍ତ ସମିତିର  ମେଢ଼ ଓ କର୍ମକର୍ତ୍ତାଙ୍କୁ ଭୁବନେଶ୍ୱର ଲକ୍ଷ୍ମୀ  ପୂଜା ଭସାଣି ଉତ୍ସବର ସଭାପତି ମନୋରଞ୍ଜନ ଦାସ, ସାଧାରଣ ସମ୍ପାଦକ ହରିଶ ପ୍ରସାଦ ରଥ ସମ୍ବର୍ଦ୍ଧନା ଦେଇଥିଲେ ।  

ସହିଦନଗର ଦୁର୍ଗା ପୂଜା ସମିତିର ସଭାପତି  ହେମନ୍ତ କୁମାର ପରିଡା, ସମ୍ପାଦକ ସଚ୍ଚିନନ୍ଦନ  ନାୟକ, କାର୍ଯ୍ୟକାରୀ ସଭାପତି ସରୋଜ  କୁମାର ପାତ୍ର ଉପସ୍ଥିତ ଥିଲେ । ମା’ଙ୍କୁ ବିଦାୟ  ଦେବା ଅବସରରେ ଆୟୋଜନ କରାଯାଇଥିବା  ରୋସଣିରେ ପ୍ରାୟତଃ ସମସ୍ତେ ପାରମ୍ପରିକ  ବାଦ୍ୟଯନ୍ତ୍ର ବ୍ୟବହାର କରିଥିଲେ । ଘୋଡା  ନାଚ, ଛଉ ନୃତ୍ୟ, ସିଂହ ବାଜା, ପଞ୍ଜାବୀ ବାଜା,  ବ୍ରାସ ବ୍ୟାଣ୍ଡ ଓ ଅନେକ ପ୍ରକାର ବାଦ୍ୟଯନ୍ତ୍ର ଦେଖିବାକୁ ମିଳିଥିଲା । ଉତ୍ସବରେ ବାୟା ବାବା ଗଜଲକ୍ଷ୍ମୀ  ପୂଜା ସମିତି ୟୁନିଟ୍‌- ୯, ମହାବୀର ଲକ୍ଷ୍ମୀ ପୂଜା କମିଟି ବିଜେବି ନଗର, ବାବା ନୀଳକଣ୍ଠେଶ୍ୱର  ସାମୂହିକ ସଂଗଠନ ବରମୁଣ୍ଡା, ମା’ଦରୀୟାଣୀ  କ୍ଲବ ଭୋଟପଡା ଓ ସହିଦନଗର ଦୁର୍ଗା ପୂଜା  ସମିତି ସାମିଲ ହୋଇଥିଲେ । ସହିଦନଗର  ଦୁର୍ଗା ପୂଜା ସମିତି କର୍ମକର୍ତ୍ତା ଉପସ୍ଥିତ ରହି  ସହଯୋଗ କରିଥିଲେ ।

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.