ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଟୋରି ପତନ, ଲେବର ପାର୍ଟିର ବିଜୟ

ଭୁବନେଶ୍ୱର: ନିକଟରେ ବ୍ରିଟେନରେ ହୋଇଥିବା ନିର୍ବାଚନରେ ବ୍ରିଟେନରେ ଋଷି ସୁନକଙ୍କ ନେତୃତ୍ୱାଧୀନ "କଞ୍ଜରଭେଟିଭ୍‌ ପାର୍ଟି "ବା "ଟୋରି'କୁ ହରାଇ କିଏର ଷ୍ଟାର୍ମରଙ୍କ ନେତୃତ୍ୱାଧୀନ ଲେବର ପାର୍ଟି ବ୍ରିଟେନ ପାର୍ଲାମେଣ୍ଟର ନିମ୍ନ ସଦନ "ହାଉସ୍‌ ଅଫ୍‌ କମନ୍ସ' ପାଇଁ ଅନୁଷ୍ଠିତ ନିର୍ବାଚନରେ ଜିତିଛି । ଏଥିସହିତ ଦେଶରେ ଲେବର ପାର୍ଟି ଦୀର୍ଘ ୧୪ବର୍ଷ ପରେ ପୁଣି ସରକାର ଗଠନ କରିଛି । ୧୮୩୨ ପରେ ଏହା ଲେବର ପାର୍ଟିର ସର୍ବଶ୍ରେଷ୍ଠ ବିଜୟ । ଜୁଲାଇ ମାସ ୫ ତାରିଖରେ କିଏର ଷ୍ଟାର୍ମର ୯୯ତମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ‘ଆଶା ଏବଂ ସୁଯୋଗର ନୂତନ ଯୁଗର' ଆରମ୍ଭ ବୋଲି କହିବା ସହିତ ବ୍ରିଟେନକୁ ପୁନଃନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଜନମତ ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଦେଇ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କର ନିଜ ଦଳର ପରାଜୟ ସ୍ୱୀକାର କରିଛନ୍ତି । ଦେଶବାସୀଙ୍କ ନିର୍ଣ୍ଣୟକୁ ସବୁଠାରୁ ଶ୍ରେଷ୍ଠ ନିର୍ଣ୍ଣୟ ଭାବେ ଅଭିହିତ କାରିଛନ୍ତି । ଏହାକୁ ସାମ୍ବିଧାନିକ ନୈତିକତା ଓ ଗଣତାନ୍ତ୍ରିକ ବିନମ୍ରତା କୁହାଯାଇପାରେ, ଯାହା ଆମ ଦେଶରେ କ୍ୱଚିତ ଦେଖାଯାଏ ।

ଋଷି ସୁନକ ଭାରତୀୟ ବଂଶୋଦ୍ଭାବ ହିନ୍ଦୁ ତଥା ଭାରତୀୟ ବିଶିଷ୍ଟ ଶିଳ୍ପପତି ଶ୍ରୀ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ । ୨୦୨୨ ଅକ୍ଟୋବର ଦୀପାବଳି ଦିନ ଋଷି ସୁନକ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ । ଏଥିସହ ଦେଶର ୨୧୦ବର୍ଷ ଇତିହାସରେ ସର୍ବକନିଷ୍ଠ ଏବଂ ପ୍ରଥମ ଅଣଶ୍ୱେତାଙ୍ଗ ପ୍ରଧାନମନ୍ତ୍ରୀ ରୂପେ ସେ ୧୦ ଡାଉନିଂ ଷ୍ଟ୍ରିଟ୍‌କୁ ପ୍ରବେଶ କରିଥିଲେ । କିନ୍ତୁ ପ୍ରାୟ ୨ମାସ ତଳେ ସୁନକଙ୍କ କ୍ୟାବିନେଟରୁ ଜଣେ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେବାପରେ ସେ ପାର୍ଲାମେଣ୍ଟକୁ ଭଙ୍ଗ କରି ଆଗୁଆ ସାଧାରଣ ନିର୍ବାଚନ ପାଇଁ ଘୋଷଣା କରିଥିଲେ । ୪୬ ନିୟୁତରୁ ଊଦ୍ଧ୍ୱର୍ ଭୋଟର ଭୋଟ ଦେଇଥିଲେ । ୬୫୦ ଆସନ ବିଶିଷ୍ଟ ବ୍ରିଟେନ ପାର୍ଲାମେଣ୍ଟରେ ନିମ୍ନ ସଦନ "ହାଉସ୍‌ ଅଫ୍‌ କମନ୍ସ'ର ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୨୬ । ଲେବର ପାର୍ଟି ୬୫୦ରୁ ୪୧୨ଟି ଆସନ ଜିତିଥିଲାବେଳେ, ସୁନକଙ୍କ କଞ୍ଜରଭେଟିଭ ପାର୍ଟି ମାତ୍ର ୧୨୧ଟି ସିଟ୍‌ ପାଇଛନ୍ତି । 

୨୦୧୯ରେ କଞ୍ଜରଭେଟିଭ ପାର୍ଟି ୩୬୫ଟି ସିଟ୍‌ ପାଇଥିଲାବେଳେ, ଲେବର ପାର୍ଟି ୨୦୨ ସିଟ୍‌ ପାଇଥିଲା । ଉକ୍ତ ଦୁଇ ବଡ଼ ଦଳ ସମେତ ଲିବରାଲ ଡେମୋକ୍ରାଟ୍‌ସ ୭୨, ଗ୍ରୀନ ପାର୍ଟି ୪, ସ୍କଟିଶ୍‌ ନ୍ୟାସନାଲ ପାର୍ଟି ୯, ସୋସିଆଲ ଡେମୋକ୍ରାଟିକ ଲେବର ପାର୍ଟି ୪, ସିନ୍ନ ଫିଏନ ୭, ପ୍ଲାଇଡ୍‌ ସିମରୁ ୪, ରିଫର୍ମ ୟୁକେ ପାର୍ଟି ୫ ଏବଂ ଅନ୍ୟାନ୍ୟ ପ୍ରାର୍ଥୀ ୧୧ଟି ସିଟ୍‌ରେ ନିର୍ବାଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଋଷି ସୁନକ ନର୍ଥ ଇଂଲଣ୍ଡର ରିଚ୍‌ମଣ୍ଡ ଆସନରୁ ବିଜୟୀ ହୋଇଥିବାବେଳେ ତାଙ୍କ କଞ୍ଜରଭେଟିଭ ପାର୍ଟିର ଅନେକ ବରିଷ୍ଠ ନେତା ଓ ୧୨ଜଣ କ୍ୟାବିନେଟ ମନ୍ତ୍ରୀ ପରାଜିତ ହୋଇଛନ୍ତି । ବ୍ରିଟେନରେ ସବୁଠୁ କମ୍‌ ସମୟ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା କଞ୍ଜରଭେଟିଭ ପାର୍ଟିର ଲିଜ୍‌ ଟ୍ରସ୍‌ ୬୩୦ ଭୋଟ ବ୍ୟବଧାନରେ ନିର୍ବାଚନ ହାରିଯାଇଛନ୍ତି । ଅବଶ୍ୟ ରେକର୍ଡ ସଂଖ୍ୟକ ୨୬ ଭାରତୀୟ ବଂଶୋଦ୍ଭବ ବିଜୟୀ ହୋଇଛନ୍ତି ।

ବ୍ରିଟେନରେ ୧୯୬୨ ସେପ୍ଟେମ୍ବର ୨ରେ ଷ୍ଟାର୍ମରଙ୍କ ଜନ୍ମ ହୋଇଥିଲା ଏକ ଗରିବ କାରିଗର ପରିବାରରେ । ମାଆ ନର୍ସ ଥିଲେ । ଷ୍ଟାର୍ମର ଓକିଲାତି ପେସାକୁ ଆଦରି ନେଇଥିଲେ । ଷ୍ଟାର୍ମର ଥରେ ପୋଲିସ ଦ୍ୱାରା ଧରାପଡ଼ିଥିଲେ ଯେତେବେଳେ ସେ ବାଳକ ଭାବରେ କିଛି ଟଙ୍କା ରୋଜଗାର କରିବା ପାଇଁ ବେଆଇନ ଭାବେ ଆଇସ୍କ୍ରିମ ବିକ୍ରୟ କରିବାକୁ ଚେଷ୍ଟା କରିଥିଲେ । ସେ ଅକ୍ସଫୋର୍ଡରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ଏବଂ କଠୋର ବାମପନ୍ଥୀ ପତ୍ରିକା ‘ସମାଜବାଦୀ ବିକଳ୍ପ'ରେ ଲେଖିଥିଲେ । ‘ଟାଇମ୍‌' ପତ୍ରିକା ତାଙ୍କୁ ଜଣେ ‘ରେଡିକାଲ୍‌' ବୋଲି କହିଲା, କାରଣ ସେ ମାର୍କ୍ସବାଦୀ ପତ୍ରିକା ପାଇଁ ଲେଖିଥିଲେ । ଆଗରୁ ଜେରେମି କର୍ବିନ ଲେବର ପାର୍ଟିର ନେତା ଥିଲେ । ଲେବର ପାର୍ଟି ତତ୍କାଳୀନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ନେତୃତ୍ୱରେ କଞ୍ଜରଭେଟିଭ ପାର୍ଟି ଦ୍ୱାରା ପରାସ୍ତ ହେବାପରେ, ୨୦୨୦ରେ ଜେରେମି କର୍ବିନଙ୍କ ବଦଳରେ ତାଙ୍କୁ ନେତା ଭାବରେ ବଛାଯାଇଥିଲା । ଏହାଛଡ଼ା ବ୍ରିଟେନ ସଂସଦରେ ୨୦୨୦ରୁ ବିରୋଧୀ ଏବଂ ଲେବର ପାର୍ଟିର ନେତା ଅଛନ୍ତି । ସେ ୨୦୧୫ରୁ ୨୦୨୪ ଯାଏ ହୋଲବୋର୍ନ ଏବଂ ସେଣ୍ଟ ପାନକ୍ରାସରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ ।

ଷ୍ଟାର୍ମର ତାଙ୍କ ଦଳକୁ ବ୍ରିଟିଶ ରାଜନୀତିର କେନ୍ଦ୍ରକୁ ଫେରାଇ ଆଣିବା ଏବଂ ଭୋଟରମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିବା କୁହାଯାଉଛି । ତେବେ ସୁନକଙ୍କ ଦଳ ହାରିବା ପଛରେ କିଛି ବଡ଼ କାରଣ ରହିଥିବା ଚର୍ଚ୍ଚା ହେଉଛି । ପ୍ରଥମଟି ହେଉଛି ନିମ୍ନମୁଖୀ ଅର୍ଥବ୍ୟବସ୍ଥା । ଗତ କିଛି ବର୍ଷ ଧରି ବ୍ରିଟେନ ଗୋଟିଏ ପରେ ଗୋଟିଏ ସଙ୍କଟର ସାମ୍ନା କରୁଛି । ୨୦୨୩ରେ ବ୍ରିଟେନର ଅର୍ଥନୀତି ମାତ୍ର ୦.୧ ପ୍ରତିଶତ ବୃଦ୍ଧି ହୋଇଥିଲା । ଚଳିତ ବର୍ଷ ଆରମ୍ଭରୁ ପୁଣି ଏଥିରେ ମାନ୍ଦା ଦେଖିବାକୁ ମିଳିଥିଲା । ଦ୍ୱିତୀୟ କାରଣ ହେଉଛି ମୁଦ୍ରାସ୍ଫୀତି । ଅକ୍ଟୋବର ୨୦୨୨ରେ ମୁଦ୍ରାସ୍ଫୀତି ୪୦ବର୍ଷର ରେକର୍ଡ ଭାଙ୍ଗିଥିଲା । ଏହା ଲୋକଙ୍କ କ୍ରୟଶକ୍ତି ହ୍ରାସକରି ବଞ୍ଚିବା କଷ୍ଟସାପେକ୍ଷ କରିବା ସହିତ ଲୋକଙ୍କ ମନରେ ଅଶାନ୍ତି ସୃଷ୍ଟି କରିଥିଲା । ବର୍ତ୍ତମାନ ଏଥିରେ ସୁଧାର ଆସିଥିବା ବେଳେ ଦେଶବାସୀ କିନ୍ତୁ ଭରସା କରିନାହାଁନ୍ତି । ତୃତୀୟ କାରଣ ହେଉଛି, ସାର୍ବଜନୀନ ସେବା ବ୍ରିଟେନରେ ଚରମ ସ୍ଥିତିରେ ପହଞ୍ଚିଛି । ଭଲ ରାସ୍ତା ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟସେବା ପ୍ରଦାନ ଓ ନିଯୁକ୍ତି ବୃଦ୍ଧିରେ ପୂର୍ବ ସରକାର ବିଫଳ । ସାଧାରଣ ଲୋକଙ୍କୁ ସହଜରେ ସ୍ୱାସ୍ଥ୍ୟ ସେବା ମିଳିପାରୁନାହିଁ । 

ଦେଶରେ କୋଭିଡ ଲକ୍‌ଡାଉନର ପ୍ରଥମ ବର୍ଷ ପରେ ଲୋକଙ୍କ ଅସନ୍ତୋଷ ବୃଦ୍ଧିପାଇଛି । ଚତୁର୍ଥ କାରଣ ହେଉଛି ଶରଣାର୍ଥୀ ସମସ୍ୟା । ତୁର୍କୀ, ଇରାନ ଏବଂ ଆଫଗାନିସ୍ତାନରୁ ଆସୁଥିବା ଶରଣାର୍ଥୀ ବ୍ରିଟେନକୁ ଚାଲିଆସୁଛନ୍ତି । ପଞ୍ଚମ କାରଣ ହେଉଛି ରାଜନୈତିକ ଅସ୍ଥିରତା । କିଛି ବର୍ଷ ଧରି ଏହି ଦଳ ମଧ୍ୟରେ ବିଭାଜନ ଦେଖିବାକୁ ମିଳୁଛି, ଯାହାକି ସରକାର ହାରିବାର ଅନ୍ୟଏକ ପ୍ରମୁଖ କାରଣ । ବ୍ରିଟେନର ଶାସକ କଞ୍ଜରଭେଟିଭ ପାର୍ଟିରେ ଅନ୍ତର୍କଳହ ଯୋଗୁଁ ଦେଶ ଗତ ୮ବର୍ଷରେ ୫ ପ୍ରଧାନମନ୍ତ୍ରୀ ଦେଖିଲା । ୨୦୨୨ରେ ବୋରିସ ଜନ୍‌ସନ୍‌ ପାଟି ର୍ଗେଟ୍‌ ମାମଲାରେ ବିବାଦୀୟ ହୋଇ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ସେପ୍ଟେମ୍ବର ୬ରୁ ଅକ୍ଟୋବର ୨୫ ପର୍ଯ୍ୟନ୍ତ ଟ୍ରସ୍‌ ପ୍ରଧାନମନ୍ତ୍ରୀ ଥିଲେ ।

ଷଷ୍ଠ କାରଣ ହେଲା ବ୍ରେକ୍ସିଟ୍‌ କାର୍ଯ୍ୟ । ବ୍ରେକ୍ସିଟ୍‌ ଅର୍ଥ- ୟୁରୋପୀୟ ୟୁନିଅନରୁ ବ୍ରିଟେନ (ୟୁକେ) ବାହାରି ଆସିବା, ଯାହା ୨୦୧୬ ଜୁନ ୨୩ରେ "ଗଣଭୋଟ' ନିଆଯାଇ ଆନୁଷ୍ଠାନିକ ଭାବରେ ହୋଇଥିଲା । ଆଇନଗତ ସହାୟତା ମିଳିବାରେ ଅସୁବିଧା ଯୋଗୁଁ ଲୋକଙ୍କର ଆଇନ ବ୍ୟବସ୍ଥାରୁ ଭରସା ତୁଟିଯାଇଛି । ସୁଧହାର ବୃଦ୍ଧି ଗତ ୧୫ବର୍ଷରେ ସର୍ବାଧିକ ହେବାଯୋଗୁଁ ଜୀବନ ଧାରଣ ବ୍ୟୟସାପେକ୍ଷ ହୋଇଛି । ପ୍ରାୟ ୩ନିୟୁତ ଖାଦ୍ୟ ପୁଡ଼ିଆ/ପାର୍ସଲ ଖାଦ୍ୟ ବ୍ୟାଙ୍କ ଦ୍ୱାରା ଦେବାକୁ ପଡ଼ିଛି । ବ୍ରିଟେନର ଭାରତୀୟ ସମ୍ପ୍ରଦାୟ ସହିତ ସମ୍ପର୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଷ୍ଟାର୍ମର ତାଙ୍କ ଅଭିଯାନରେ ହିନ୍ଦୁମାନଙ୍କ ବିରୋଧରେ ହେଉଥିବା କୁପ୍ରଚାର ନିନ୍ଦା କରିବା ସହ ଦୀପାବଳି ଏବଂ ହୋଲି ପରି ସାଂସ୍କୃତିକ ପର୍ବ ପାଳନ କରିବା ପାଇଁ ଘରୋଇ ଅଭିଯାନ କରିବା ଯୋଗୁଁ ବ୍ରିଟିଶ-ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଅଧିକ ବିଶ୍ୱାସ ବୃଦ୍ଧି କରିଥିଲା । ଯାହା ଲେବର ପାର୍ଟିର ଭୋଟକୁ ବଢ଼ାଇ ପାରିଥିଲା ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏହି ନିର୍ବାଚନ ଫଳାଫଳ ଭାରତ-ବ୍ରିଟେନ ସମ୍ପର୍କକୁ କିପରି ପ୍ରଭାବିତ କରିବ । ଆଗରୁ ଲେବର ପାର୍ଟି କାଶ୍ମୀର ପ୍ରସଙ୍ଗ ଉପରେ ବିବାଦୀୟ ମନ୍ତବ୍ୟ ଦେବା ସହିତ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଅଯଥାରେ ପ୍ରସ୍ତାବ ବାରମ୍ବାର ଦେଇଛି । ୨୦୧୯ରେ ଜେରେମି କାର୍ବିନଙ୍କ ନେତୃତ୍ୱାଧୀନ ଲେବର ପାର୍ଟି ବ୍ରିଟେନ ପାର୍ଲାମେଣ୍ଟରେ ଭାରତବିରୋଧୀ ସଂକଳ୍ପନାମା "କାଶ୍ମୀରରେ ଅନ୍ତର୍ଜାତୀୟ ହସ୍ତକ୍ଷେପ ଏବଂ ଜାତିସଂଘ ନେତୃତ୍ୱରେ ଗଣଭୋଟର ଆହ୍ୱାନ'କୁ ଗୃହୀତ କରାଇଥିଲେ । ୨୦୧୯ ନିର୍ବାଚନରେ ପରାଜୟ ପାଇଁ କାଶ୍ମୀର ସଂକଳ୍ପନାମାକୁ ଲେବର ପାର୍ଟି ଅଧ୍ୟକ୍ଷ ଇଆନ ଲାଭେରି ଦାୟୀ କରିଥିଲେ । ଏହାପରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ପ୍ରତି ଲେବର ପାର୍ଟିର କୋହଳ ମନୋଭାବକୁ ନେଇ ମଧ୍ୟ ଭାରତ ସହ ଏହାର ସମ୍ପର୍କ ଖରାପ ହୋଇଛି । ତେଣୁ ଲେବର ପାର୍ଟି କ୍ଷମତାକୁ ଆସିବା ପରେ ଭାରତ ସହ ଏହାର ସମ୍ପର୍କ କିପରି ରହିବ ତା' ଉପରେ ସମସ୍ତଙ୍କ ନଜର ରହିଛି । 

ପୂର୍ବ ସରକାର ଅମଳରେ ଭାରତ ଓ ବ୍ରିଟେନ ମଧ୍ୟରେ ସମ୍ପର୍କ ବହୁତ ଭଲ ଥିଲା । ତେବେ ନୂତନ ସରକାରଙ୍କ ସହିତ ଭାରତର ସମ୍ପର୍କ କିପରି ରହିବ ତାହା ବହୁତ ଗୁରୁତ୍ୱପୂର୍ଣ୍ଣ । ଲେବର ପାର୍ଟି ନେତା ଡେଭିଡ ଲାମି କହିଛନ୍ତି ଯେ, ଦେଶର ବୈଦେଶିକ ନୀତି ପ୍ରଗତିଶୀଳ ହେବ । କିଏର ଷ୍ଟାର୍ମରଙ୍କ ବୈଦେଶିକ ନୀତି ଏଜେଣ୍ଡାର ଅନ୍ୟ ଏକ ମୁଖ୍ୟ ଦିଗ ହେଉଛି ବ୍ରିଟେନ-ଭାରତ ସମ୍ପର୍କକୁ ମଜବୁତ କରିବା । ଐତିହାସିକ ଭୁଲ୍‌ ଭାବେ, ବିଶେଷକରି କାଶ୍ମୀର ଭଳି ପ୍ରସଙ୍ଗରେ ନିଜ ଦଳର ଆଭିମୁଖ୍ୟକୁ ସ୍ୱୀକାର କରି ଷ୍ଟାର୍ମର ଭାରତ ସହିତ ଏକ ନୂତନ ରଣନୀତିକ ଭାଗିଦାରୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏକ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ବୈଷୟିକ ଜ୍ଞାନକୌଶଳ, ସୁରକ୍ଷା, ଶିକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବାକୁ ସେ ଇଚ୍ଛୁକ । ଷ୍ଟାର୍ମରଙ୍କ ଉଚ୍ଚାଭିଳାଷୀ ବୈଦେଶିକ ନୀତିର ଲକ୍ଷ୍ୟ ହାସଲ କରିବା ପଥରେ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି, ବିଶେଷକରି ଇମିଗ୍ରେସନ୍‌ ନୀତି । ଭାରତ ଚାହୁଁଛି ଅଧିକ ଭାରତୀୟ ତାଙ୍କ ଦେଶରେ ନିଯୁକ୍ତି ପାଆନ୍ତୁ । ଭାରତ ଓ ବ୍ରିଟେନ ମଧ୍ୟରେ ୨୦୨୨ରେ ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ବୁଝାମଣା ଆରମ୍ଭ ହୋଇଥିଲା । ଭାରତ ଓ ବ୍ରିଟେନ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟ କାରବାର ୨୦୨୨-୨୩ ରେ ୨୦.୩୬ ବିଲିୟନ ଡଲାରରୁ ବୃଦ୍ଧିପାଇ ୨୦୨୩-୨୪ରେ ୨୧.୩୪ ବିଲିୟନ ଡଲାରକୁ ବୃଦ୍ଧିପାଇଛି । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ସଂପର୍କକୁ ବଜାୟ ରଖିବେ³ କାରଣ ଭାରତରେ ଏକ ବିଶାଳ ବଜାର ଉପଲବ୍ଧ । ଭାରତରେ ପ୍ରାକୃତିକ ଓ ଖଣିଜ ସମ୍ପଦ କମ୍‌ ମୂଲ୍ୟରେ ମିଳିଥାଏ । ଏଣୁ ଉନ୍ନତ ଦେଶ ଭାରତ ସହିତ ନିଜ ସ୍ୱାର୍ଥପାଇଁ ସମ୍ପର୍କ ରଖିବାକୁ ଇଚ୍ଛୁକ । ବ୍ରିଟେନ ବ୍ୟତିକ୍ରମ ହୋଇପାରିବ ନାହିଁ । ଯେଉଁ ବ୍ରିଟେନ ଭାରତ ସହିତ ବିଶ୍ୱର ବିଭିନ୍ନ ଦେଶକୁ ଶାସନ କରୁଥିଲା, ଆଜି ସେହି ଶକ୍ତି ତାର ନାହିଁ । କାରଣ ଅନ୍ୟମାନେ ଅଧିକ ଶକ୍ତିଶାଳୀ ହୋଇଛନ୍ତି । କିନ୍ତୁ ଏହା ଏକ ଉନ୍ନତ, ବିକଶିତ ଦେଶ । ଭାରତ ଏକ ବିକାଶଶୀଳ ଦେଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.