ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ଦଇତା କୂଳରେ ଆମର ଜନ୍ମ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରିବା ଆମ ଧର୍ମ

ପୁରୀ, ୨୯।୦୬ : ଦଇତା କୂଳରେ ଆମର ଜନ୍ମ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରିବା ଆମ ଧର୍ମ। ଏବେ ସିନା ବଡ଼ ଠାକୁରଙ୍କ ପୂଜା, ନୀତିକାନ୍ତି ବିଷୟରେ ଆମେ ଅଜ୍ଞ। ହେଲେ ଭବିଷ୍ୟତରେ ନିଶ୍ଚିତ ସମର୍ପଣ ଭାବ ନେଇ ଆମେ ଆସିବୁ ଶ୍ରୀମନ୍ଦିର। ଆଉ ଜୀବନସାରା କରିବୁ ମହାପ୍ରଭୁଙ୍କର ସେବା। 

ଏବେ ଶ୍ରୀମନ୍ଦିର ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା। ଆଉ ଦଇତା କୂଳର ପରମ୍ପରା ଅନୁଯାୟୀ, ମହାପ୍ରଭୁଙ୍କ ଗୁପ୍ତ ସେବାରେ ଯୋଗ ଦେବା ପାଇଁ ଶ୍ରୀମନ୍ଦିର ଯାଉଛନ୍ତି କୁନି ଦଇତାପତି। ଜନ୍ମ ହେବାର ୨୧ ଦିନ ପରେ ଏମାନେ ଦଇତା କୂଳର ଭଗାରୀ ଭାବରେ ଗଣତି ହୁଅନ୍ତି। ଆଉ ଅଣସର ଘରେ ମହାପ୍ରଭୁଙ୍କ ଚିକିତ୍ସା ଚାଲୁଥିବା ସମୟରେ ଫୁଲୁରି ତେଲ ଲାଗି ପରଦିନ ଠାରୁ ଏହି କୁନି ଦଇତାପତି ମାନେ ଗୁପ୍ତ ସେବାରେ ଯୋଗ ଦେଇଥାନ୍ତି। 

ଏତେ କମ୍ ବୟସରେ ମହାପ୍ରଭୁଙ୍କ ସେବା ପୂଜା, ନୀତିକାନ୍ତି ବିଷୟରେ କୁନି ଦଇତାପତିମାନେ ଅଜ୍ଞ ଥିଲେ ମଧ୍ୟ ଭବିଷ୍ୟତରେ ସମର୍ପଣ ମନୋଭାବ ନେଇ ମହାପ୍ରଭୁଙ୍କ ସେବା କରିବେ ବୋଲି ତାଙ୍କ ପରିବାର ଲୋକେ ଆଶା ରଖିଛନ୍ତି। ଆଜି ପ୍ରଥମ ଥର ଶ୍ରୀମନ୍ଦିର ଅଣସର ଘରକୁ ଯାଇ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଛନ୍ତି ଦୁଇ କୁନି ଦଇତାପତି ସେବାୟତ ଗୌରବ ଦାସ ମହାପାତ୍ର ଓ ଶ୍ରୀୟାନ। ସେମାନେ ମହାପ୍ରଭୁଙ୍କୁ ଭେଟି ଆକାରରେ ରୂପା କଏନ୍ ଦାନ କରିବା ସହ ଶ୍ରୀଜିଉଙ୍କ ସୁସ୍ଥତା ଲାଗି ଓଷ ଲାଗି କରିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.