ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ହମାସ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ , ଏୟାରଷ୍ଟ୍ରାଇକ୍‌ରେ ବରିଷ୍ଠ ନେତା ରାୱି ମୁସ୍ତାହାର ମୃତ୍ୟୁ

ନୂଆଦିଲ୍ଲୀ : ଇସ୍ରାଏଲ ସେନାକୁ ମିଳିଛି ଏକ ବଡ଼ ସଫଳତା। ଗୁରୁବାର ସେନା ଘୋଷଣା କରିଛି ଯେ , ତିନି ମାସ ପୂର୍ବେ କରାଯାଇ ଥିବା ଏୟାର ଷ୍ଟ୍ରାଇକ୍‌ରେ ହମାସ ସରକାରର ମୁଖ୍ୟ ରାୱି ମୁସ୍ତାହା ଓ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କର ମୃତ୍ୟୁ ହୋଇଛି। ଏହି ହମଲା ଉତ୍ତର ଗାଜାର ଏକ ଅଣ୍ଡରଗ୍ରାଉଣ୍ଡ କମ୍ପ୍ଲେକ୍ସ ଉପରେ କରାଯାଇ ଥିଲା। ଯାହାକୁ ହମାସର କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ଭାବେ ବ୍ୟବହାର କରାଯାଉ ଥିଲା। ଇସ୍ରାଏଲ ସେନା ମୁତାବିକ ମୁସ୍ତାହା ଓ କମାଣ୍ଡର ସମେହ ଅଲ-ସିରାଜ ଓ ସମି ଔଦେହ ହମଲା ବେଳେ ସେଠାରେ ଶରଣ ନେଇ ଥିଲେ।  

ଇସ୍ରାଏଲ ସେନାର ବୟାନ ଅନୁସାରେ , ମୁସ୍ତାହା ହମାସର ଉଚ୍ଚସ୍ତରୀୟ ନେତାଙ୍କ ମଧ୍ୟରେ ଜଣେ ଥିଲେ ଏବଂ ହମାସର ଫୋର୍ସ ମୁତୟନ ସହ ଜଡ଼ିତ ନିଷ୍ପତ୍ତି ଉପରେ ତାଙ୍କର ସିଧା ପ୍ରଭାବ ଥିଲା। ସମେହ ଅଲ-ସିରାଜ ହମାସର ରାଜନୀତିକ ବ୍ୟୁରୋରେ ସୁରକ୍ଷା ପୋର୍ଟଫୋଲିଓ ଦାୟିତ୍ୱ ନିର୍ବାହ କରୁଥିଲେ, ସମି ଔଦେହ ଜଣେ ମହତ୍ତ୍ୱପୂର୍ଣ୍ଣ କମାଣ୍ଡର ଥିଲେ। 

ମୁସ୍ତାହା ହମାସର ବରିଷ୍ଠ ନେତା ୟହ୍ୱା ସିନୱାରଙ୍କ ନିକଟତର ଭାବେ ଜଣାଶୁଣା ଥିଲେ, ଯାହାଙ୍କୁ ୭ ଅକ୍ଟୋବରରେ ଇସ୍ରାଏଲ ଉପରେ ହୋଇଥିବା ହମଲାର ଷଡ଼ଯନ୍ତ୍ରରେ ସାମିଲ ଥିବା କୁହାଯାଉଛି। ସିନୱାର ବର୍ତ୍ତମାନ ଗାଜାରେ କେଉଁଠି ଲୁଚି ଥିବାର ଆଶଙ୍କା କରାଯାଉଛି। 

ଏପଟେ ଇସ୍ରାଏଲର ଗାଜାରେ ହମଲା ଥମିବାର ନାଁ ନେଉ ନାହିଁ । ନିକଟରେ ଦକ୍ଷିଣ ଗାଜାରେ ଭୟଙ୍କର ଏୟାରଷ୍ଟ୍ରାଇକ୍‌ କରାଯାଇଛି , ଯେଉଁଥିରେ ୫୧ ଜଣ ଲକଙ୍କ ମୃତ୍ୟୁ ହୋଇଛି। ଏଥିରେ ମହିଳା ଓ ଛୋଟ ଛୋଟ ପିଲା ମଧ୍ୟ ରହିଛନ୍ତି। ଏହି ହମଲା ସେତେବେଳେ କରାଯାଇଛି , ଯେବେ ଇସ୍ରାଏଲ ଉପରେ ଇରାନ ପକ୍ଷରୁ ମିସାଇଲ ମାଡ଼ କରାଯାଇ ଥିଲା। ୭ ଅକ୍ଟୋବରରେ ହମାସ ଦ୍ୱାରା ଇସ୍ରାଏଲ ଉପରେ କରାଯାଇ ଥିବା ହମଲା ପରେ ଇସ୍ରାଏଲ ଗାଜାରେ ଲଗାତାର ହମଲାକୁ ଦ୍ରୁତ କରିଛି। 

ଇସ୍ରାଏଲର ବୋମା ବର୍ଷଣ କେବଳ ଗାଜା ଯାଏ ସୀମିତ ନାହିଁ। ଲେବାନନ ଉପରେ ମଧ୍ୟ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ ଜାରି ରହିଛି। ତାଜା ହମଲାରେ ବେରୁଟ୍‌ର ବାଚୌରା ଅଞ୍ଚଳରେ ସଂସଦ ପାଖରେ ଏକ ବିଲ୍ଡିଂକୁ ଟାର୍ଗେଟ କରାଯାଇ ଥିଲା, ଯେଉଁଥିରେ ୬ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୭ଜଣ ଲୋକ ଆହତ ହୋଇଛନ୍ତି। ଏହି ହମଲା ଲେବାନନର ସରକାରର ମୁଖ୍ୟାଳୟର ପାଖରେ ହୋଇଛି, ଯାହାକୁ ଏବେ ସୁଦ୍ଧା ସବୁଠୁ ନିକଟତମ ଇସ୍ରାଏଲୀୟ ହମଲା କୁହାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.