ନୂଆଦିଲ୍ଲୀ:ଚର୍ଚ୍ଚାରେ କେରଳର ସାହସୀ ମହିଳା ବନ ଅଧିକାରୀ ଜିଏସ ରୋସ୍ନୀ। ମାତ୍ର ୬ ମିନିଟରେ ୧୮ ଫୁଟ ଲମ୍ବର ବିଶାଳ ଅହିରାଜକୁ କାବୁ କରି ଏବେ ଚର୍ଚ୍ଚାରେ ରହିଛନ୍ତି । ଏତେ ବଡ କିଙ୍ଗ୍ କୋବ୍ରାକୁ ଅତି ସାହସିକତାର ପଦକ୍ଷେପ ନେଇ କାବୁ କରିବା ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି । କିଙ୍ଗ୍ କୋବ୍ରାକୁ କିପରି ଅତି ସାହସିକତାର ସହ ସେ ନିଜ ଅକ୍ତିଆରକୁ ଆଣୁଛନ୍ତି, ସେ ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । କେରଳର ଥିରୁବନନ୍ତପୁରମ୍ ନିକଟ ପେରାରାରେ ଗତ ୬ ତାରିଖରେ ଏହି ବିଶାଳକାୟ ଅହିରାଜକୁ ସେ କାବୁ କରିଥିଲେ । ସେଠାରେ ଥିବା ଏକ ନାଳରୁ ଏହି ସାପଟିକୁ ସେ ଉଦ୍ଧାର କରିଥିଲେ ।
கேரளா - திருவனந்தபுரம் ; குடியிருப்புப் பகுதியில் அருகில் உள்ள ஓடையில் பதுங்கியிருந்த 18 அடி நீளமுள்ள ராஜநாகத்தை
— Kᴀʙᴇᴇʀ - தக்கலை கபீர் (@Autokabeer) July 7, 2025
பருத்திப்பள்ளி ரேஞ்சின் வனப் பிரிவு பெண் அதிகாரி ரோஷ்னி அசால்டாக பிடித்த காட்சி. pic.twitter.com/wW0ey8dlmZ
ସାହସୀ ବନ ଅଧିକାରୀ ଜି.ଏସ ରୋସନୀଙ୍କ ଏହି ଭିଡିଓ ଏବେ ଇଣ୍ଟରନେଟରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ରଞ୍ଜନ ମେଧେକର ନାମକ ଜଣେ ୟୁଜର ସେୟାର କରିଛନ୍ତି । ଯେଉଁଥିରେ ବନ ଅଧିକାରୀ ରୋସନୀ କିଭଳି ଅତି ଚତୁରତାର ସହ ସାପଟିକୁ କାବୁ କରୁଛନ୍ତି ତାହା ଦେଖିବାକୁ ମିଳୁଛି। ଏକ ଲମ୍ବା ସାପଧରା ବାଡିରେ ସାପଟିକୁ ସେ ଏକ ମୁଣା ଭିତକୁ ନେବାକୁ ଚେଷ୍ଟା କରୁଛନ୍ତି ଏବଂ କିଛି ସମୟରେ ପରେ ସେ ସାପଟିକୁ ନିଜ ନିୟନ୍ତ୍ରଣକୁ ଆଣୁଛନ୍ତି । ସାପଟିର ଲମ୍ବ ୧୮ ଫୁଟ ରହିଥିବା ବେଳେ ଓଜନ ପ୍ରାୟ ୨୦ କିଲୋ ରହିଥିବା ଜଣାପଡିଛି । ଭିଡିଓଟି ସେୟାର ହେବା ପରେ ବର୍ତ୍ତମାନ ସୁଦ୍ଧା ୫୪ ହଜାରରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି । ଆଉ ଅନେକ ମଧ୍ୟ ବନ ଅଧିକାରୀଙ୍କ ଏଭଳି ସାହସକୁ ପ୍ରଶଂସା କରି ବିଭିନ୍ନ କମେଣ୍ଟ ଦେଉଛନ୍ତି ।