ପ୍ରମୂଖ ଖବର
  • ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ
  • ||
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର: ଏଥର ବଟମ୍‌ ଟିପିବେ ୪୨ ହଜାର ନୂଆ ଭୋଟର

କେନ୍ଦ୍ରାପଡ଼ା,୨୦/୦୫: ନାମାଙ୍କନପତ୍ର  ଦାଖଲ, ଯାଞ୍ଚ୍‌ ଓ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇସାରିଛି । ଜୁନ୍‌  ୧ରେ ଭୋଟ୍‌ ଗ୍ରହଣ କରାଯିବ । ଏଥିପାଇଁ  ପ୍ରଶାସନ ପୂରା ପ୍ରସ୍ତୁତ । କେନ୍ଦ୍ରାପଡ଼ା ଜିଲ୍ଲାରେ ୫୦ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଲୋକସଭା ଆସନ ଲାଗି ୧୦ ଓ ୫ଟି ବିଧାନସଭା କ୍ଷେତ୍ରରୁ ୪୦ ଜଣ  ପ୍ରାର୍ଥୀ ଲଢ଼ୁଛନ୍ତି । ଏହା ପୂର୍ବରୁ ଚୂଡ଼ାନ୍ତ ଭୋଟ୍‌ର ତାଲିକା ପ୍ରକାଶ ପାଇସାରିଛି ।

ଚଳିତ ନିର୍ବାଚନରେ ଅଧିକ ୪୨ ହଜାର ୧୮୧ଜଣ ନୂଆ ଭୋଟର୍‌  ଯୋଡ଼ି ହୋଇଛନ୍ତି । ଯେଉଁମାନେ କି ଗଣତନ୍ତ୍ରର  ମହାପର୍ବରେ ପ୍ରଥମ ଥର ସାମିଲ ହେବାକୁ  ଯାଉଛନ୍ତି । ଏମାନଙ୍କର ବୟସ ୧୮ରୁ ୧୯ ବର୍ଷ  ମଧ୍ୟରେ । ସେମାନଙ୍କ ଭୋଟ୍‌ ବେଶ୍‌ ଗୁରୁତ୍ୱ  ରଖୁଛି । ମୋଟ୍‌ ଭୋଟର ସଂଖ୍ୟାର ଏହା ୨.୩୫  ପ୍ରତିଶତ । ତେଣୁ ଏହା ଉପରେ ଏବେ ସବୁ  ପ୍ରାର୍ଥୀଙ୍କ ନଜର ।  

ନୂଆ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ  ୩ ପ୍ରମୁଖ ଦଳ ଆକର୍ଷଣୀୟ ଯୋଜନାର  ଲୋଭ ଦେଖାଇଛନ୍ତି । କଲେଜ ପଢ଼ୁଆ  ଛାତ୍ରଛାତ୍ରୀମାନେ ପ୍ରାୟତଃ ଏହି ବର୍ଗରେ  ଅଧିକ ଥିବାରୁ ସେମାନଙ୍କୁ ନିଜ ସପକ୍ଷରେ  ନେବା ପାଇଁ ନେତାମାନେ ମାଳମାଳ ପ୍ରତିଶ୍ରୁତି  ଦେଇଛନ୍ତି । କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର  ଅଧୀନ ୭ ବିଧାନସଭା କ୍ଷେତ୍ରରୁ ମୋଟ୍‌ ୧୭  ଲକ୍ଷ ୯୧ ହଜାର ୮୨ ଜଣ ଭୋଟ୍‌ର ଥିବାବେଳେ  ସେମାନଙ୍କ ମଧ୍ୟର ନୂଆ ଭୋଟର୍‌ଙ୍କ ସଂଖ୍ୟା ୪୨  ହଜାର ୧୮୧ ଥିବା ଜଣାପଡ଼ିଛି । ପାଟକୁରା  ବିଧାନସଭା କ୍ଷେତ୍ରରେ ୫ ହଜାର ୯୩୯ଜଣ  ନୂଆ ଭୋଟର, କେନ୍ଦ୍ରାପଡ଼ା ବିଧାନସଭାରେ  ୪ହଜାର ୯୬୭ ନୂଆ ଭୋଟର, ଆଳି  ବିଧାନସଭାରେ ୫ ହଜାର ୬୯୯ ନୂଆ ଭୋଟ୍‌ର, ରାଜନଗର ବିଧାନସଭାରେ ୭ ହଜାର ୨୬୫,  ମହାକାଳପଡ଼ା ବିଧାନସଭାରେ ୫ହଜାର ୬୩୧,  ସାଲେପୁରରେୁ ୫ ହଜାର ୧୭୮ ଓ ମାହାଙ୍ଗାରେ  ୭ ହଜାର ୫୦୨ ଜଣ ନୂଆ ଭୋଟର ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.