ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଜନ୍ମରୁ ପୋଲିଓ ପୀଡ଼ିତ; ତଥାପି ହାର୍‌ ମାନିନାହାନ୍ତି କାଳନ୍ଦୀ, ତିନି ଚକିଆ ସାଇକେଲରେ ଝାଲମୁଢ଼ି ବିକି ପରିବାର ପୋଷୁଛନ୍ତି

ବିରିଡି,୩୧/୦୮: ବିରିଡି ବ୍ଲକ ପୂରଣ ଗ୍ରାମର କାଳନ୍ଦୀ ଚରଣ ଭୋଇଙ୍କ ବୟସ ଏବେ ୩୫ । ଜନ୍ମରୁ ତାଙ୍କର ବାମ ଗୋଡଟି ସମ୍ପୂର୍ଣ୍ଣ ପୋଲିଓ ରହିଥିଲା । ପରେ ଏକ ଦୁର୍ଘଟଣାରେ ତାଙ୍କ ଗୋଡ ଭାଙ୍ଗିବାରୁ ତାହା ପୋଲିଓ ଅବସ୍ଥାକୁ ଚାଲି ଯାଇଥିଲା । ଯାହା ବର୍ତ୍ତମାନ ତାଙ୍କର ଦୁଇଟି ଯାକ ଗୋଡ ଅକର୍ମଣ୍ୟ ।

ଆଶାବାଡି ତାଙ୍କର ସାହାରା ପାଲଟିଥିଲା ଯାହାର  ସହାୟତାରେ ଚଳପ୍ରଚଳ ହେଉଥିଲେ । ଦିନ ମଜୁରିଆ ବାପମା'ଙ୍କ ଉପରେ ବାଝ ହୋଇ ରହୁଥିଲେ । ମାତ୍ର କାଳନ୍ଦୀ ହାର୍‌ମାନିବାକୁ  ଚାହୁଁ ନଥିଲେ । କିଛି ଗୋଟେ କରି ଗରିବ ଦିନ ମଜୁରିଆ ବାପା ମା’ଙ୍କ ବୋଝକୁ ହାଲକା କରିବାକୁ ଚାହୁଁ ଥିଲେ । ତେଣୁ ସେ ବିରିଡି  ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିକଟରେ ଆବେଦନ କରିବା  ପରେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ବ୍ୟାଟେରୀ  ଚାଳିତ ତିନି ଚକିଆ ସାଇକେଲ୍‌ ପାଇଥିଲେ । ଏହି ସାଇକେଲ୍‌  ପାଇବା ପରେ ତାଙ୍କୁ ବଞ୍ଚିବାର ରାହା ମିଳିଯାଇଥିଲା । ସେ ଆୟର  ପନ୍ଥା ଖାଜିଥିଲେ । କାଳନ୍ଦୀ ନିଜ ସାଙ୍ଗଠାରୁ ମାତ୍ର ୧୦୦୦ ଟଙ୍କା  କରଜ ଆଣି ଝାଲ୍‌ ମୁଡି ଓ ପାମ୍ପଡ ବ୍ୟବସାୟ ଆରମ୍ଭ କରିଥିଲେ ।  ସେ ପାଇଥିବା ତିନିଚକିଆ ସାଇକେଲ୍‌ର ପଛପଟେ ଏକ ଢାବଲ  ରଖି ସେଥିରେ ବ୍ୟବସାୟୀ ସାମଗ୍ରୀ ବା ଝାଲ୍‌ ମୁଡି ଓ ପାମ୍ପଡକୁ ଧରି  ୨୨ ମଉଜାଜ ବିଭିନ୍ନ ଗାଁ, ସ୍କୁଲ୍‌ କଲେଜ, ତଥା ଛକ ବଜାରରେ ପହଞ୍ଚି ବିକ୍ରି କରି ବେଶ୍‌ ଦି’ ପଇସା ରୋଜଗାର କରୁଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.