ବିଶୋଇ, ୧୬/୦୫(ଆପ୍ର): ଆଜି ଅପରାହ୍ନରେ କାଳବୈଶାଖୀ ବର୍ଷା ଓ଼ ପବନ ଘଟାଇଛି ତାଣ୍ଡବl ବିଶୋଇ-ରାଇରଙ୍ଗପୁର ରାଜ୍ୟ ରାଜପଥ ନଂ ୪୯ର ସାର୍ଣ୍ଣା ଛକ ନିକଟରେ ଗଛ ଉପୁଡି କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଥିଲାl ସେହିପରି ଖାଡ଼ମବେଡ଼ା ପଞ୍ଚାୟତ ବାଢୁଣିଆ ଗ୍ରାମର ସ୍କୁଲ ସାହି ନିକଟରେ ଏକ ବଡ଼ ପଣସ ଗଛ ଉପୁଡିବା କାରଣରୁ କହ୍ଲ ସାହିକୁ ରାସ୍ତା ବନ୍ଦ ହୋଇପଡିଛିl ବାଢୁଣିଆ ଗ୍ରାମର କେଦାର ବେହେରା, ପୂର୍ଣ୍ଣ ଚନ୍ଦ୍ର ବେହେରା, ନିରଶି ବିନ୍ଧାଣୀଙ୍କ ସମେତ ସ୍କୁଲ ଶ୍ରଣୀ ଗୃହର ଏଜବେଷ୍ଟସ ଉଡି ଯାଇଥିବା ନେଇ ସୂଚନା ମିଳିଛି। ବିଶୋଇ ଅଞ୍ଚଳର ଅଧିକାଂଶ ଗ୍ରାମରେ ଏହି ବର୍ଷା ପବନ ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ନେଇ ସୂଚନା ମିଳିଛି।

ପହଲଗାମ ଆତଙ୍କବାଦୀଙ୍କୁ ଧରାଇଦେଲେ ଶିବସେନା ଦେବ ୧୦ ଲ...