ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଟ୍ରକ-ବସ ମଧ୍ୟରେ ମୁହାଁମୁହିଁ ଧକ୍କା, ୧୫ ଗୁରୁତର

Published By : Prameya | May 12, 2025 7:11 PM

ଚଢ଼େଇଭୋଳ/କରଞ୍ଜିଆ ୧୨/୫ (ଆ:ପ୍ର ) : ଟ୍ରକ-ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଓଲଟିଲା ବସ୍। ୧୫ ଯାତ୍ରୀ ଗୁରୁତର।   ସମସ୍ତଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚଢ଼େଇଭୋଳ ଛକଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। 

ଯଶିପୁର ପଟୁ ଆସୁଥିବା (ନଂ ଟ୍ରକ୍ ଓଡ଼ି ୦୯ ଏମ ୨୪୩୨) କେନ୍ଦୁଝର ପଟୁ ବଲାଣି ରୁ କରଞ୍ଜିଆ ଆସୁଥିବା ଶିବ ଶକ୍ତି ବସକୁ ଚଢ଼େଇଭୋଳ ଛକଠାରେ ଧକ୍କା ଦେଇଥିଲା।  ଫଳରେ ବସଟି ଓଲଟି ପଡ଼ିବାରୁ ବହୁ ଯାତ୍ରୀ ଆହତ ହେବା ସହିତ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି l ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହିତ ସମସ୍ତଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଥିଲେ l 

ସୂଚନାଯୋଗ୍ୟ ଯେ  ଏଠାରେ ବାରମ୍ବାର ଦୁର୍ଘଟଣା ହେବାର କାରଣ ହେଉଛି ଏଠାରେ ଓଭର ବ୍ରିଜ ନାହିଁ l ଏପ୍ରୋଚ ରୋଡ ଥିଲା ଏନ ଏଚ ହେଲା ପରେ ଆଉ ତାହା ହୋଇ ନଥିଲା l ବସଷ୍ଟାଣ୍ଡ ଟିଏ ମଧ୍ୟ ନାହିଁ l ତୁରନ୍ତ ଏହାର ସମାଧାନ ନିମନ୍ତେ ଜନସାଧାରଣ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.