ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

କାମ କରୁଥିବା ବେଳେ ପଛରୁ ଆସି ଚଢିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧଙ୍କ ଜୀବନ

Published By : prameya | May 8, 2025 11:41 AM

ଭୁବନେଶ୍ବର,୦୮/୦୫: କାମ କରୁଥିବା ବେଳେ ପଛରୁ ଆସି ଚଢିଗଲା ଟ୍ରାକ୍ଟର। ଫଳରେ ଘଟଣାସ୍ଥଳରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଉଦଳା ଥାନା ଘାଗରାଗଡି ଗ୍ରାମରେ ଘଟିଛି ଏଭଳି ଘଟଣା। ମୃତ ବ୍ୟକ୍ତି ଜଣକ  ଲାଦ୍ରା ସିଂ ବୋଲି ଜଣାପଡିଛି । 

ସୂଚନା ମୁତାବକ, ଘାଗରାଗଡି ଗ୍ରାମରେ ଜଳସେଚନ ବିଭାଗ ପକ୍ଷରୁ ଚାଲିଥିଲା କେନାଲ କାମ। କେନାଲ କାମରେ ଉକ୍ତ ଗ୍ରାମର ଲାଦ୍ରା ସିଂ ମାପ କରୁଥିବା ବେଳେ ପଥର ବୋଝେଇ କରି ଆସିଥିବା ଏକ ଟ୍ରାକ୍ଟର ପଥର ଅନଲୋଡ଼ କରିବା ପାଇଁ ଆସିଥିଲା। ଏହି ସମୟରେ ଟ୍ରାକ୍ଟର ପଛାଉ ଥିବା ବେଳେ ଲାଦ୍ରାଙ୍କୁ ପ୍ରଥମେ ଟ୍ରାକ୍ଟର ଧକ୍କା ଦେଇଥିଲା ତା ପରେ ଲାଦ୍ରାଙ୍କ ଉପରେ ଚଢି ଯାଇଥିଲା ଟ୍ରାକ୍ଟର। ଯାହା ଫଳରେ ଘଟଣାସ୍ଥଳରେ ଲାଦ୍ରାଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଟ୍ରାକ୍ଟରକୁ ପୋଲିସ ଜବତ କରିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.