ପ୍ରମୂଖ ଖବର
  • ଭୁବନେଶ୍ୱର : ସହି ପାରିଲେନି ଘର ମାଲିକଙ୍କ ନିର୍ଯାତନା, ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ
  • ||
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ

Published By : Harapriya Sethi | April 28, 2025 11:02 AM

ବାଙ୍ଗିରିପୋଷି,୨୮/୪: ବାଙ୍ଗିରିପୋଷି-ପୁରୀ ଇଣ୍ଟରସିଟି ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍‌ରେ ଏଲଏଚବି କୋଚ୍‌ ବ୍ୟବସ୍ଥା ସୋମବାର ଠାରୁ ଆରମ୍ଭ ହୋଇଛି। ଲୋକସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ, ସାରସକଣା ବିଧାୟକ ଭାଦବ ହାଁସଦାଙ୍କ ଉପସ୍ଥିତିରେ ବାଙ୍ଗିରିପୋଷି ରେଳ ଷ୍ଟେସନ ଠାରେ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ବାଙ୍ଗିରିପୋଷି-ପୁରୀ ଦୈନିକ ଚଳାଚଳ କରୁଥିବା ଉକ୍ତ ଟ୍ରେନ୍‌ ଉପରେ ମୟୂରଭଞ୍ଜ ଜିଲ୍ଲା ସମେତ ବାଲେଶ୍ଵର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାର ଅନେକ ଲୋକେ ନିର୍ଭରଶୀଳ ରହିଥାନ୍ତି । ଏଥିରେ ଏକ ଏସି ବଗି ସୁବିଧା ନଥିବା ବେଳେ ଏନେଇ ବାରମ୍ବାର ଦାବି ହେଉଥିଲା । ଏନେଇ ନିକଟ ଅତୀତରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଲିଖିତ ଅନୁରୋଧ କରିଥିଲେ। ଯାହାକୁ ଦୃଷ୍ଟିରେ ରଖି ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୯୧ ଓ ୧୨୮୯୨) ରେ ଅତ୍ୟାଧୁନିକ ଏଲଏଚବି ବଗି ବ୍ୟବସ୍ଥା ଆରମ୍ଭ ହେଉଛି । ଏଥିରେ ସମୁଦାୟ ୧୩ଟି ଏଲଏଚବି କୋଚ ଥିବା ବେଳେ ଗୋଟିଏ ଏସସି ଚେୟାର କାର ରହିଛି । ପୂର୍ବାହ୍ନ ୯ଟାରେ ଲୋକାର୍ପଣ କାର୍ଯ୍ୟକ୍ରମ ପରେ ରୁପ୍ସା ପର୍ଯ୍ୟନ୍ତ ଯିବ।  ମଙ୍ଗଳବାର ଭୋରରୁ ନିୟମିତ ଭାବେ ଏଲଏଚବି କୋଚ ଚଳାଚଳ କରିବ। ଆଧୁନିକ କୋଚ ଦ୍ୱାରା ଟ୍ରେନ୍‌ର ଗତି ୧୩୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଅନ୍ୟ କୋଚ୍ ଅପେକ୍ଷା ଅଧିକ ସୁରକ୍ଷିତ ହେବା ସହ ପୂର୍ବାପେକ୍ଷା ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରିପାରିବେ ବୋଲି ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.