ମୋରଡା,୨୭।୪ : ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ଧରମପୁରା ଗ୍ରାମ ଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲ ପାଣି ରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଧରମପୁରା ଗ୍ରାମ ର ରାଜେନ୍ଦ୍ର ମାରାଣ୍ଡି ।
ଶନିବାର ଧରମପୁରା ଗ୍ରାମର ରାଜେନ୍ଦ୍ର ମାରାଣ୍ଡି ଦିନ ବେଳେ ଗାଧେଇବା ପାଇ ଘରୁ ବାହାରି ଆସିଥିଲେ । କିନ୍ତୁ ଆଉ ଘର କୁ ଫେରିନଥିଲେ । ପରିବାର ଲୋକେ ଏଣେ ତେଣେ ଖୋଜାଖୋଜି କରିଥିଲେ ସୁଦ୍ଧା ରାଜେନ୍ଦ୍ର ଙ୍କୁ ପାଇନଥିଲେ । ତେବେ ରବିବାର ଧରମପୁରା ସୁବର୍ଣ୍ଣରେଖା କେନାଲ ପାଣି ରେ ଜଣେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସ କୁ ଖବର ଦେଇଥିଲେ । କାଳବୈଶାଖୀ ବର୍ଷା ଯୋଗୁଁ କେନାଲରେ ପାଣି ବଢ଼ିଥିବା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ଜଣାପଡିଛି । ଖବର ପାଇ ଶୁଳିଆପଦା ଥାନା ଅଧିକାରୀ ସତ୍ୟନାରାୟଣ ବଳ ଘଟଣାସ୍ଥଳରେ ପହଞ୍ଚି ବାରିପଦା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ କେନାଲ ପାଣି ରୁ ରାଜେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ । ପରେ ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଛନ୍ତି l ଏନେଇ ଶୁଳିଆପଦା ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଛି l