ପ୍ରମୂଖ ଖବର
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ବିଲରୁ ନବଜାତକର ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

Published By : Harapriya Sethi | May 11, 2025 10:34 AM

ଭୁବନେଶ୍ୱର,୧୧/୦୫: ହଜିଗଲା ମାନବିକତା । ପଥର ପାଲଟିଲା ମଣିଷ । ଇଶ୍ୱରରୂପୀ ନବଜାତକକୁ ପଲିଥିନ୍‌ରେ ପୁରାଇ ରାସ୍ତା ପାଖ ବିଲରେ ଫିଙ୍ଗିଦେଇ ଚାଲିଗଲେ । ବିଲରୁ ଉଦ୍ଦାର ହେଲା ନବଜାତକର ମୃତଦେହ । କପ୍ତିପଦା ଥାନା କୁଆଗୋଠଣା ଗ୍ରାମର କୁଆଗୋଠଣା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ବିଲରୁ ନବଜାତକର ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ମୁତାବକ,  କୁଆଗୋଠଣା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ବିଲରେ ଏକ ପଲିଥିନ ଭିତରେ ନବଜାତକର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତେବେ ମିଳିଥିବା ନବଜାତକର ବୟସ ୩ ରୁ ୪ ମାସ ହେବ ବୋଲି ଅନୁମାନ କରାଯାଉଛି । ଘଟଣା ସମ୍ପର୍କରେ ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେହି ଗର୍ଭ ନଷ୍ଟ କରିବା ପାଇଁ ଏଭଳି ହୀନ କାମ କରିଥିବା କୁହାଯାଉଛି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.