ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ

Published By : Harapriya Sethi | May 12, 2025 11:46 AM

କରଞ୍ଜିଆ,୧୨/୦୫: ବେଆଇନ ଭାବେ ଗୋ ଚାଲାଣ ହେଉଥିବା ଖବର ପାଇ ମାଡ଼ି ବସିଲା କରଞ୍ଜିଆ ପୋଲିସ । ଅତର୍କିତ ଚଢ଼ାଉ କରି କେନ୍ଦୁମୁଣ୍ଡି ନିକଟରୁ ଏକ ଟ୍ରକ୍‌ରୁ ୨୭ ଟି ଗୋରୁ ଉଦ୍ଧାର କଲା ପୋଲିସ । ପୋଲିସକୁ ଦେଖି ଘଟଣା ସ୍ଥଳରୁ ୩ ଅଭିଯୁକ୍ତ ଚଂପଟ ହୋଇଥିବା ବେଳେ ଟ୍ରକ ଚାଳକ ଯଶିପୁର ବ୍ଲକ ହାଣ୍ଡିପୁହାଣ ଗାଁର ଦେବେନ୍ଦ୍ର ମହାନ୍ତକୁ ପୋଲିସ ଅଟକ ରଖିଛି । 

ସୂଚନା ମୁତାବକ, କରଞ୍ଜିଆ ପୋଲିସ କରଞ୍ଜିଆ ଅଞ୍ଚଳରେ ବେଆଇନ ଗୋ ଚାଲାଣ ଉପରେ ରୋକ ଲଗାଇବାକୁ ପ୍ରୟାସ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଏକ ବିଶ୍ୱସ୍ତ ସୂତ୍ରରୁ କରଞ୍ଜିଆ ବ୍ଲକ କେନ୍ଦୁମୁଣ୍ଡି ନିକଟରେ ସୋମବାର ଭୋର ସମୟରେ ବେଆଇନ ଭାବେ ଗୋ ଚାଲାଣ ହେଉଥିବା ଖବର ପାଇଥିଲା କରଞ୍ଜିଆ ପୋଲିସ। ଖବର ପାଇ ଦଳ ସବ୍‌ ଇନ୍ସପେକ୍ଟର୍ ବଳରାମ ମହାରଣାଙ୍କ ନେତୃତ୍ୱରେ ଭୋର ସମୟରେ ଅତର୍କିତ ଚଢ଼ାଉ କରି କେନ୍ଦୁମୁଣ୍ଡି ନିକଟରୁ ଏକ ଟ୍ରକ୍‌ରେ ୨୭ ଟି ଗୋରୁ ବୋଝେଇ ହେଉଥିବା ବେଳେ ଧରିଥିଲେ । ପୋଲିସକୁ ଦେଖି ଘଟଣା ସ୍ଥଳରୁ ୩ ଅଭିଯୁକ୍ତ ଚଂପଟ ମାରିଥିଲେ ହେଲେ ଟ୍ରକ୍‌ ଚାଳକ ଯଶିପୁର ବ୍ଲକ ହାଣ୍ଡିପୁହାଣ ଗାଁର ଦେବେନ୍ଦ୍ର ମହାନ୍ତକୁ ଅଟକ ରଖିଛି ପୋଲିସ । ଏହା ସହିତ ମୋଟ୍ ୨୭ ଟି ଗୋରୁଙ୍କୁ ପୋଲିସ ଉଦ୍ଧାର କରିଛି । ସମସ୍ତ ଗୋରୁ ଗୁଡ଼ିକର ପ୍ରାଥମିକ ଚିକିତ୍ସା ପରେ କରଞ୍ଜିଆ ସ୍ଥିତ ଗୋଶାଳାକୁ ହସ୍ତାନ୍ତର କରାଯାଇଛି ବୋଲି ଜଣାପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.