ଜହ୍ନ।ପଙ୍କ,୧୨/୫: ବୌଦ୍ଧ ଜିଲ୍ଲା ବଢ଼ିଗାଁ ପଞ୍ଚାୟତ ଅନ୍ତର୍ଗତ ବଳାସିଙ୍ଗା ଭୀମ ଭୋଇଙ୍କ ଜ୍ଞାନ ପୀଠ ପବିତ୍ର ମହୁଲମୂଳ ଠାରେ ମହିମା ବିକାଶ ପରିଷଦ ଆନୁକୂଲ୍ୟରେ ଭୀମ ଭୋଇଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୁଲମୂଳର ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସାହାଯ୍ୟ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ ।
ମହିମା ବିକାଶ ପରିଷଦ ସଭାପତି ବିଭୂତି ଭୂଷଣ ପ୍ରଧାନ ସଭାପତିତ୍ୱ କରିଥିବାବେଳେ, ସମ୍ପାଦକ ସାଧୁ କୁଳଧର ଦାସ ବିବରଣୀ ପାଠ କରିଥିଲେ । ସାଧୁ କୃଷ୍ଣ ଚନ୍ଦ୍ର ଦାସ ସଭା ପରିଚାଳନା କରିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବ ପ୍ରାଧ୍ୟାପକ ବାସୁଦେବ ପାତ୍ର, ଅନ୍ୟତମ ବକ୍ତା ଭାବେ ଗବେଷକ ବିଦ୍ୟାଲୋଚନ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଶିକ୍ଷାବିତ ଶମ୍ଭୁ ଗିରି, ସାମାଜିକ କର୍ମୀ ସ୍ୱାଧୀନ କୁମାର ପ୍ରାଧାନ ମଞ୍ଚାସିନ ଥିବାବେଳେ ପୂର୍ବ ସରପଞ୍ଚ ସଦାନନ୍ଦ ପ୍ରଧାନ, ସାମ୍ବାଦିକ ମହେଶ ପ୍ରସାଦ ଅଗ୍ରୱାଲ, ସାମାଜିକକର୍ମୀ କୃତ୍ତିବାସ ପଲିଆଙ୍କ ସମେତ ଶତାଧିକ ଭକ୍ତ ଉପସ୍ଥିତ ଥିଲେ ।