ପ୍ରମୂଖ ଖବର
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ଠାକୁରମୁଣ୍ଡା ବ୍ଲକରେ ତାଣ୍ଡବ ରଚିଲା କାଳବୈଶାଖି; ବଜ୍ରାଘାତରେ ୩ ବାଛୁରୀ ମୃତ

Published By : Bijay Swain | May 16, 2025 7:49 PM

ଠାକୁରମୁଣ୍ଡା-୧୬/୫(ଆପ୍ର): ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲଡିହା ଗ୍ରାମର ଜାଉଁରିଦର ସାହିରେ ବଜ୍ରାଘାତରେ ୩ଟି ବାଛୁରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ୧୫ ତାରିଖ ସନ୍ଧ୍ୟା ସାତଟା ସମୟରେ ବର୍ଷା ସହିତ ଅହରହ ବଜ୍ରପାତ ହୋଇଥିଲା। ଏହି ସମୟରେ ଜାଉଁରିଦର ସାହିର ମଧୁ ହାଁସଦାଙ୍କ ଦୁଇଟି ଓ ଗଜିନାଥ ମାର୍ଣ୍ଡିଙ୍କ ଗୋଟିଏ ବାଛୁରୀ ଘର ପାଖ ଆମ୍ବଗଛ ମୂଳରେ ଆଶ୍ରୟ ନେଇଥିଲେ। ଏହି ସମୟରେ ଉକ୍ତ ଆମ୍ୱଗଛ ଉପରେ ହଠାତ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ବାଛୁରୀଗୁଡିକଙ୍କ ମୃତ୍ୟୁ ହୋଇଯାଇଥିଲା।

ବଜ୍ରାଘାତ ଏତେ ଭୟଙ୍କର ଥିଲା ଯେ, ପାଖରେ ଥିବା ବିଦ୍ୟୁତ ଖୁଣ୍ଟ ମଧ୍ୟ ଏଥିରେ କ୍ଷତିଗ୍ରସ୍ତ ହୋଇଥିଲା। ବିଦ୍ୟୁତ ଖୁଣ୍ଟରେ ଥିବା ଶଙ୍ଖ ଫାଟିଯାଇଥିବାରୁ ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ଥିବାରୁ ଘଟଣା ଜଣାପଡ଼ିନଥିଲାl ଆଜି ସକାଳେ ମଧୁ ଓ ଗଜିନାଥ ଏପରି ଘଟଣା ଜାଣିବା ପରେ ଦୁଃଖରେ ବାଛୁରୀ ତିନୋଟିର ସତ୍କାର କରିଦେଇଥିବା ଜଣାପଡିଛି। 

ଅଜ୍ଞାତ ବଶତଃ ବଜ୍ରପାତ ମୃତ୍ୟୁ ସମ୍ପର୍କରେ ପ୍ରାଣୀ ଚିକିତ୍ସା ବିଭାଗରେ ସୂଚନା ଦେଇପାରିନଥିଲେ। ମାତ୍ର ଏହା ବଜ୍ରାଘାତ ଜନିତ ହୋଇଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ ଅନୁସନ୍ଧାନ କରି ସହାୟତା ଯୋଗାଇବାକୁ ସୁପାରିଶ କରିବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି। ପ୍ରକାଶ ଥାଉକି ଗତବର୍ଷ ଜୁନ ମାସରେ ଏହି ସାହିର କିସୁନ ମାର୍ଣ୍ଡିଙ୍କ ବଳଦ ଓ ଦୁଃଖିଆ ହେମ୍ବ୍ରମଙ୍କ ଗାଈ ବଜ୍ରାଘାତରେ ମୃତ୍ୟୁ ହୋଇଥିଲେ ବି ଏଯାବତ କୌଣସି କ୍ଷତିପୂରଣ ମିଳିନାହିଁ ବୋଲି ଅଭିଯୋଗ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.