ମୁମ୍ୱାଇ – ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାଜୋଲ ଓ ଶାହରୁଖ ଖାନଙ୍କର ଯୋଡ଼ିଙ୍କୁ ଖୁବ୍ ପସନ୍ଦ କରାଯାଏ। ଉଭୟ ଏକାଠି ଯେତିକି ଫିଲ୍ମ କରିଛନ୍ତି , ସେଥିରୁ ଅଧିକାଂଶ ଫିଲ୍ମ ହିଟ୍ ସାବ୍ୟସ୍ତ ହୋଇଛି। ଆଜି ଯଦିଓ କାଜୋଲ ଇଣ୍ଡଷ୍ଟ୍ରୀର ଟପ୍ ଅଭିନେତ୍ରୀଙ୍କ ମଧ୍ୟରେ ପ୍ରସିଦ୍ଧ , ହେଲେ ଗୋଟେ ସମୟ ଥିଲା ତାଙ୍କର ଜୀବନରେ ଯେବେ ସେ ସଂପୂର୍ଣ୍ଣ ଫିଲ୍ମ କ୍ୟାରିୟର ଛାଡ଼ିବାର ନିଷ୍ପତ୍ତି କରି ନେଇଥିଲେ। ଏହି ସମୟରେ କାଜୋଲଙ୍କର ବେଷ୍ଟ ଫ୍ରେଣ୍ଡ ଶାହରୁଖ ଖାନ ତାଙ୍କୁ ଏକ ଏମିତି ପରାମର୍ଶ ଦେଇଥିଲେ , ଯାହାକୁ ଶୁଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କିନ୍ତୁ ଶାହରୁଖଙ୍କର ଏହି କଥାର କାରଣରୁ ଅଭିନେତ୍ରୀ ଆକ୍ଟିଂ ଛାଡ଼ିବା ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ।
କାଜୋଲ ନିକଟରେ ଇଣ୍ଡିଆ ଟୁଡେକୁ ନିଜ ଇଣ୍ଡରଭ୍ୟୁ ଦେଇଥିଲେ। ଏହି ସମୟରେ କାଜୋଲ ନିଜର ଷ୍ଟ୍ରଗଲର ଦିନକୁ ମନେପକାଇ ଅନେକ ଏମିତି କଥା କହିଛନ୍ତି , ଯାହା ବିଷୟରେ ବୋଧହୁଏ କେହି ଜାଣିଥାଇ ପାରି ନଥିବେ। କାଜୋଲ କହିଛନ୍ତି , ମୁଁ ଅନେକ ବର୍ଷ ପୂର୍ବେ ଏକ ଫିଲ୍ମ କରି ଥିଲି , ଯାହା ନାଁ ଉଧାର କି ଜିନ୍ଦଗୀ ଥିଲା। ବୋଧହୁଏ ଏହା ମୋର ୩ୟ ଫିଲ୍ମ ଥିଲା। ମୁଁ ଇଣ୍ଡଷ୍ଟ୍ରୀରେ ପୂରା ନୂଆ ଥିଲି । କିନ୍ତୁ ଏହା ପୂର୍ବରୁ ଶାହରୁଖ ମୋତେ କହିଥିଲେ ,ତୁମକୁ କେବଳ ଏହା ଶିଖିବାର ଅଛି ଯେ ଆକ୍ଟିଂ କେମିତି କରିବାର ଅଛି। ମୁଁ କହିଥିଲି କି ଏ କଣ ? ଏହା କେଉଁ ବିଷୟରେ କହୁଛ ? ମୁଁ ଏତେ ସୁନ୍ଦର କାମ ତ କରୁଛି ।
କାଜୋଲ ଏହି ଇଣ୍ଟରଭ୍ୟୁରେ ଆହୁରି କହିଛନ୍ତି କି , ମୁଁ କୌଣସି ପ୍ରକାରରେ ଥକି ଯାଇ ଫିଲ୍ମ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି। ସେ କହିଥିଲେ , ମୋର ମନେଅଛି , ଏହି ସମୟରେ ମୁଁ ଫେରିଯାଇ ମାଆଙ୍କୁ କହିଥିଲି , ତୁମେ ଜାଣିଛ ମାଆ , ଏବେ ବହୁତ ହୋଇଗଲା । ମୁଁ ଥକିଗଲି। ସାଢେ ୧୮ବର୍ଷ ବୟସରେ ମୋର କାମ ହୋଇଗଲା। ମୁଁ ଏବେ ଆଉ କାନ୍ଦି ପାରିବି ନାହିଁ। ଏବେ ଆଖିରେ ଆଉ ଗ୍ଲିସେରିନ ପକାଇ ପାରିବି ନାହିଁ। ଏବେ ମୁଁ ଆଉ ଏହି ଫିଲ୍ମ କରିବାକୁ ଚାହୁଁନି। ମୁଁ ୪ଟି ସିନ୍ ଓ ୧୦ଟି ଗୀତ...ଏସବୁ କରିବାକୁ ଚାହୁଁଛି। ମୁଁ ଏମିତି ଫିଲ୍ମ କରିବାକୁ ଚାହୁଁଛି । ଏହାପରେ ମୁଁ ପୂରା ଏମିତି ହିଁ ୪ଟି ଫିଲ୍ମ ଗୁଣ୍ଡା ରାଜ୍ , ହଲଚଲ ସାଇନ୍ କଲି।ଏହାପରେ ମୁଁ ଆକ୍ଟିଂ ଶିଖିଲି।
କହି ରଖୁଛୁ କି , କାଜୋଲ ଓ ଶାହରୁଖ ଖାନ ବଲିଉଡ୍ର ଆଇକନିକ ଯୋଡ଼ିମାନଙ୍କ ମଧ୍ୟରେ ଖୁବ୍ ପ୍ରସିଦ୍ଧ। ଦୁହେଁ ଏକାଠି ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ, କୁଚ୍ଛ କୁଚ୍ଛ ହୋତା ହୈ ଓ କଭି ଖୁସି କଭି ଗମ୍ ଭଳି ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି।