ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଝାଡ଼ଖଣ୍ଡ ନିର୍ବାଚନ: ଇଣ୍ଡି ମେଣ୍ଟରେ ଆସନ ବୁଝାମଣାକୁ ନେଇ ବିବାଦ, ଅଧିକ ସିଟ୍‌ ମାଗିଲା ଜେଏମଏମ୍‌

Image Courtesy: tv9hindi

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଇଣ୍ଡି ମେଣ୍ଟରେ ଆସନ ବୁଝାମଣାକୁ ନେଇ ବିବାଦ ଦେଖାଦେଇଛି ।  ସହଯୋଗୀ ଦଳଙ୍କ ସହ ଆଲୋଚନା କରି କଂଗ୍ରେସ ଏକ ଫର୍ମୁଲା ବାହାର କରିଥିଲା । ଆଉ ଏହା ଆଧାରରେ ଆସନ ବୁଝାମଣା ନେଇ ଏକପ୍ରକାର ସହମତି ପ୍ରକାଶ ପାଇଛି ବୋଲି କୁହାଯାଉଥିଲା । କିନ୍ତୁ ଏବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଆଉ ଦୁଇଟି ସିଟ୍‌ ଦାବି କରିଛି । ଝାଡ଼ଖଣ୍ଡରେ ଇଣ୍ଡି ମେଣ୍ଟ ପକ୍ଷରୁ ଜେଏମଏକୁ ୪୩ ଆସନ (ପୂର୍ବ ଥର ୪୩), କଂଗ୍ରେସକୁ ୨୯ (ପୂର୍ବ ଥର ୩୧), ଆରଜେଡିକୁ ୫ (୨୦୧୯ରେ ୭ ଆସନ) ଏବଂ ସିପିଏମ ଏମଏଲ୍‌କୁ ୪ଟି ଆସନ ଦେବା ଲାଗି ସହମତି ହୋଇଥିଲା । ତେବେ ପ୍ରଥମ ଥର ଇଣ୍ଡି ମେଣ୍ଟରେ ସାମିଲ ହୋଇଛି ସିପିଆଇ ଏମଏଲ ।

ଶୁକ୍ରବାର ଜମୁଆର  ବିଜେପି ବିଧାୟକ କେଦାର ହାଜରା ଏବଂ ଆଜସୁର ପୂର୍ବତନ ବିଧାୟକ ଉମାକାନ୍ତ ରଜକ ଜେଏମଏମରେ ସାମିଲ ହୋଇଛନ୍ତି । ଏହାପରେ ଜେଏମଏମର ଆଉ ଦୁଇଟି ଆସନ ଦାବି କରୁଛି । ଏହାକୁ ନେଇ ଇଣ୍ଡି ମେଣ୍ଟରେ ଆସନ ବୁଝାମଣାକୁ ନେଇ ପୁଣି ଥରେ ଅସବୁଧା ଉପୁଜିଛି ।  ଏହାରି ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦାବି କରିଛନ୍ତି ଯେ, ଜେଏମଏମ ନେତୃତ୍ବାଧୀନ ମେଣ୍ଟ ପୁଣି ଥରେ ଶାସନକୁ ଫେରିବ  ।  ସେ କରିଥିବା ବିକାଶ କାର୍ଯ୍ୟ ଉପରେ ତାଙ୍କର ବିଶ୍ବାସ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୋରେନ କହିଛନ୍ତି ।   

ସେପଟେ ଆସନ ବୁଝାମଣାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଲୋଚନା ଶେଷ ହୋଇଛି ଉଚିତ ସମୟରେ ଘୋଷଣା ହେବ । ସେ ଆହୁରି କହିଛନ୍ତି ଯେ, ଜେଏମଏମ ପୁଣି ଥରେ ଶାସନକୁ ଫେରିବ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କେବଳ ଏକ ରାଜନୈତିକ ଦଳ ନୁହେଁ ଗୋଟିଏ ବିଶାଳ ଗଛ । ଏହି ଗଛ ମୂଳେ ରାଜ୍ୟର ପ୍ରାୟ ୩ କୋଟି ଲୋକ ଶାନ୍ତି ଏବଂ ସଦଭାବନାରେ ବସବାସ କରୁଛନ୍ତି ।  ଜେଏମଏମ ସରକାର ଆଦିବାସୀ, ବଞ୍ଚିତ ଏବଂ ଗରିବଙ୍କ ସମେତ ସବୁ ବର୍ଗର ଲୋକମାନଙ୍କ ପାଇଁ କାମ କରୁଛି ।   ସହଯୋଗୀ ଦଳଙ୍କ ସହ ମିଶି ଆମେ ନିର୍ବାଚନ ଲଢ଼ିବୁ ଏବଂ ଆସନ ବୁଝାମଣା ସଂପର୍କରେ ଉଚିତ ସମୟରେ ଘୋଷଣା କରାଯିବ ବୋଲି ହେମନ୍ତ ସୋରେନ କହିଛନ୍ତି । ତେବେ ଇଣ୍ଡି ମେଣ୍ଟରେ ତୁତୁମେଁମେଁ ଲାଗିଥିବା ବେଳେ ଏନଡିଏରେ ଆସନ ବୁଝାମଣା ଶେଷ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.