ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ମହାରାଷ୍ଟ୍ରର କଂଗ୍ରେସ ନେତା ନିଷ୍ପତ୍ତି ନେବାରେ ଅକ୍ଷମ: ସଂଜୟ ରାଉତ

Image Courtesy: tv9hindi

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହାବିକାଶ ଅଘାଡ଼ି ମେଣ୍ଟରେ ଆସନ ବୁଝାମଣାକୁ ନେଇ ବିବାଦ ଦେଖାଦେଇଛି ।  ଶୁକ୍ରବାର ଶିବସେନା (ୟୁବିଟି) ସଂଜୟ ରାଉତ ଆସନ ବୁଝାମଣାରେ ହେଉଥିବା ବିଳମ୍ବକୁ ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି । ରାଜ୍ୟ କଂଗ୍ରେସର ନେତା ନିଷ୍ପତ୍ତି ନେବାରେ ଅକ୍ଷମ ବୋଲି ଅଭିଯୋଗ କରିଛନ୍ତି ସଂଜୟ ରାଉତ । ଶୁକ୍ରବାର ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ୨୮୮ ବିଧାନସଭା ଆସନ ମଧ୍ୟରୁ ୨୦୦ ଆସନରେ ସହମତି ହୋଇଛି । କିନ୍ତୁ ବାକି ଆସନକୁ ନେଇ ଏବେ ବି ବିଚାର ଚାଲିଛି । ତେବେ ମହାବିକାଶ ଅଘାଡ଼ି ମେଣ୍ଟରେ କଂଗ୍ରେସ, ଶିବସେନା (ୟୁପିଟି) ଏବଂ ଏନସିପି (ଏସ୍‌ପି) ସାମିଲ ଅଛି । 

ଶାସନରେ ଥିବା ମହାୟୁତି ବିରୋଧରେ ନିର୍ବାଚନ ଲଢ଼ିବ ମହାବିକାଶ ଅଘାଡ଼ି । ସଂଜୟ ରାଉତ ଆହୁରି କହିଛନ୍ତି, ମହାରାଷ୍ଟ୍ରର କଂଗ୍ରେସ ପ୍ରଭାରୀ ରମେଶ ଚୋନ୍ନିଥଲା, ମୁକୁଲ ବାସନିକଙ୍କ ସହ ଆଲୋଚନା ହୋଇଛି । ଏନେଇ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ହେବ । ଶୀଘ୍ର ଆସନ ବୁଝାମଣା କରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି ।  ସଂଜୟ ରାଉତ କହିଛନ୍ତି ଯେ , ମୋତେ ଲାଗୁଛି ମହାରାଷ୍ଟ୍ରର କଂଗ୍ରେସ ନେତା ନିଷ୍ପତ୍ତି ନେବାରେ ଅକ୍ଷମ । କେତେକ ଆସନକୁ ନେଇ ନିଷ୍ପତ୍ତି ହୋଇପାରି ନାହିଁ । ଖୁବଶୀଘ୍ର ନିଷ୍ପତ୍ତି ନିଆଯିବା ଦରକାର ।  

ସେପଟେ ଏନସିପି (ଏସପି) ଏବଂ ଶିବସେନା (ୟୁବିଟି) ମଧ୍ୟରେ କୌଣସି ମତଭେଦ ନାହିଁ । କଂଗ୍ରେସ ସହ ମଧ୍ୟ ସେଭଳି କିଛି ବିବାଦ ନାହିଁ । କିନ୍ତୁ କିଛି ଆସନକୁ ନେଇ ୩ ଦଳ ଦାବି କରୁଛନ୍ତି । ୨୦୦ ଆସନକୁ ନେଇ ସହମତି ପ୍ରକାଶ ପାଇଥିବା ବେଳେ ଅନ୍ୟ କେତେକ ଆସନକୁ ନେଇ ଅସୁବିଧା ହେଉଛି । ଏନେଇ ଉଦ୍ଧବ ଠାକରେ ଯଦି କିଛି ପରାମର୍ଶ କରନ୍ତି ତେବେ ମୁଁ ଏହାର ପାଳନ କରିବି ବୋଲି ସଂଜୟ ରାଉତ କହିଛନ୍ତି । 

ଶିବସେନା ନେତା ଆହୁରି କହିଛନ୍ତି, ବିଜେପିକୁ ପରାସ୍ତ କରିବାକୁ ଚାହୁଁଛୁ । ବିଜେପି ସହ କିଭଳି ଲଢ଼ିବୁ ଜାଣିଛୁ । ଅମିତ ଶାହ, ବିଜେପି ଏବଂ ସିନ୍ଦେ ଗୋଷ୍ଠୀ ଆମକୁ ବେଶୀ ହଇରାଣ କରିଛନ୍ତି । ସିନ୍ଦେ ଗୋଷ୍ଠୀ ବିଜେପିର ବିଷ୍ଣୋଇ ଗ୍ୟାଙ୍ଗ, ତା ପାଖରେ କୌଣସି ଅସ୍ତ୍ର ନାହିଁ । କିନ୍ତୁ ଇଡି ଏବଂ  ସିବିଆଇକୁ ଲଗାଇ ଆମକୁ ହଇରାଣ କରୁଛନ୍ତି ବୋଲି ସଂଜୟ ରାଉତ ଦାବି କରିଛନ୍ତି । ସୂଚନାଯୋଗ୍ୟ, ଆସନ ବୁଝାମଣାକୁ ନେଇ ଗୁରୁବାର ମହାବିକାଶ ଅଘାଡ଼ି ନେତାଙ୍କ ମଧ୍ୟରେ ମାରାଥନ୍‌ ଆଲୋଚନା ହୋଇଥିଲା । କିନ୍ତୁ ଏବେ ଯାଏଁ କୌଣସି ନିଷ୍କର୍ସ ବାହାରିପାରି ନାହିଁ ।

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.