ପ୍ରମୂଖ ଖବର

ଅଟୋ ଚଲାଇଲେ ଦିବ୍ୟଶଙ୍କର, ସହଯୋଗୀଙ୍କୁ ବସାଇ ଘେରାଏ ବୁଲାଇ ଆଣିଲେ

ଭବାନୀପାଟଣା,୦୭/୧୨: ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉଡ଼ାଜାହାଜ ଚଳାଉଥିବା କଥା ସଭିଏ ଜାଣନ୍ତି । ହେଲେ ବୁଧବାର ସେ ଜୁନାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତଳଜାରିଂ, ନାନ୍ଦୋଲ ଗ୍ରାମରେ ଇ-ଅଟୋରିକ୍ସା ଚଲାଇବା ଚର୍ଚ୍ଚାର ବିଷୟ ହୋଇଛି । 

ସୂଚନାନୁସାରେ କ୍ୟାପେଟନ୍‌ ମିଶ୍ର ତଳଜାରିଂସ୍ଥିତ ଇଣ୍ଡିଆନ୍‌ ପଟାସ୍‌ ଲିମିଟେଡ୍‌ର ଇଥାନଲ୍‌ ଫ୍ୟାକ୍ଟ୍ରିର ଏକ ସିଏସ୍‌ଆର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କମ୍ପାନି ପକ୍ଷରୁ ଦୁଇଟି ଇ-ଆଟୋ ରିକ୍ସାକୁ ସେ ସବୁଜ ପତାକା ଦେଖାଇ ଆରମ୍ଭ କରିଥିଲେ । ସେ ନିଜେ କିଛି ସମୟ ଇ-ରିକ୍ସା ଚଲାଇବା ସହ ତାଙ୍କ ସହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସହଯୋଗୀଙ୍କୁ ଅଟୋରେ ବସାଇ ବୁଲିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.