ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ରାଷ୍ଟ୍ରପତି ନିର୍ବାଚନ ରେସ୍‌ରୁ ଓହରିବେ ନାହିଁ ଜୋ ବାଇଡେନ୍‌

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରୁ ଓହରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜୋ ବାଇଡେନ୍‌ । ଡେମୋକ୍ରାଟ ନେତା ବାରମ୍ବାର ବାଇଡେନଙ୍କୁ ଓହରିବାକୁ ଦାବି କରି ଆସିଥିବା ବେଳେ ୮୧ ବର୍ଷୀୟ ନେତା ନିଜ ଜିଦରେ ଅଟଳ ରହିଛନ୍ତି  । ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇବା ଲାଗି ସେ ହିଁ ଉପଯୁକ୍ତ ବୋଲି ବାଇଡେନ୍‌ କହିଛନ୍ତି । ଦୁଇ ପୃଷ୍ଠାର ଷ୍ଟେଟମେଣ୍ଟ ଜାରି କରି ବାଇଡେନ୍‌ କହିଛନ୍ତି, ମିଡିଆ ଏବଂ ଅନ୍ୟାନ୍ୟ ସ୍ଥାନରେ ହେଉଥିବା ପ୍ରଚାରକୁ ଖାତିର ନକରି ରାଷ୍ଟ୍ରପତି ଦୌଡ଼ରେ ରହିବା ସହ ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇବେ । 

ଜୁନ୍‌ ୨୭ରେ ଡିବେଟ୍‌ ପରେ ନିର୍ବାଚନରୁ ଓହରିବା ଲାଗି ବାଇଡେନଙ୍କ  ଉପରେ ଚାପ ବୃଦ୍ଧି ପାଇଛି । ଜୁନ୍‌ ୨୭ରେ ଟ୍ରମ୍ପଙ୍କ ସହ ଡିବେଟ୍‌ ସମୟରେ ବାଇଡେନ୍‌ଙ୍କ ଆତ୍ମବିଶ୍ବାସ କମ୍‌ ଥିଲା ଭଳି ମନେ ହେଉଥିଲା ଏବଂ ସେ ଅନ୍ୟମନସ୍କ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସେପଟେ ବାଇଡେନ୍‌ ଆହୁରି କହିଛନ୍ତି ଯେ, ସେ ଗତ ୧୦ ଦିନ ହେଲା ଡେମୋକ୍ରାଟିମ୍‌ ନେତା ଏବଂ ସମର୍ଥକଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କ ପ୍ରତି ଦଳର ସମର୍ଥନ ରହିଛି । ଏପରିକି ଡେମୋକ୍ରାଟିକ୍‌ ଦଳ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ଲାଗି ସେ ହିଁ ମୁଖ୍ୟ ଦାବିଦାର ବୋଲି ବାଇଡେନ୍‌ ଦାବି କରିଛନ୍ତି । 

ଗତ ସପ୍ତାହରେ ଏବିସି ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ ବାଇଡେନ୍‌ କହିଥିଲେ, ‘ଇଶ୍ବର ଚାହିଁଲେ ହିଁ ସେ ରାଷ୍ଟ୍ରପତି ନିର୍ବାଚନରୁ ଓହରିବେ । ଏହା ସହ ଡେମୋକ୍ରାଟ ନେତାମାନେ ଏକାଠି ହୋଇ ତାଙ୍କୁ ଓହରିବା ପାଇଁ ବାଧ୍ୟ କରିପାରିବେ ବୋଲି ଦାବିକୁ ସେ ଖଣ୍ଡନ କରିଥିଲେ । ତେବେ ୫ ଜଣ ଆମେରିକୀୟ ସାଂସଦ ବାଇଡେନ୍‌ ପୁଣି ଥରେ ନିର୍ବାଚନ ନଲଢ଼ନ୍ତୁ ବୋଲି ସାର୍ବଜନୀନ ଭାବରେ କହିସାରିଛନ୍ତି । 

  • America
  • joe biden
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.