ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର

ନୂଆଦିଲ୍ଲୀ ୦୮/୧୦: ମଙ୍ଗଳବାର  ଜମ୍ମୁ-କାଶ୍ମୀର ଓ ହରିଆଣା ବିଧାନସଭା ନିର୍ବାଚନର ଭୋଟ ଗଣତି ଅନୁଷ୍ଠିତ ହେବ । ଏଥିପାଇଁ ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯିବ ।  ଏହା ପରେ ଇଭିଏମ୍‌ର ଭୋଟ ଗଣତି ହେବ । ମଧ୍ୟାହ୍ନ ସୁଦ୍ଧା ଫଳାଫଳ ଚିତ୍ର ସ୍ପଷ୍ଟ ହୋଇଯିବ । ଲୋକସଭା ନିର୍ବାଚନ  ପରେ ଏହା ପ୍ରଥମ ବଡ ରାଜନୈତିକ  ଲଢ଼େଇ ହୋଇଥିବାରୁ ଫଳାଫଳକୁ  ନେଇ ଜାତୀୟ ଦଳ ଠାରୁ ଆରମ୍ଭ କରି  ଆଞ୍ଚଳିକ ଦଳମାନଙ୍କ ଭିତରେ ବେଶ୍‌  ଉତ୍କଣ୍ଠା ଲାଗି ରହିଛି । ବିଭିନ୍ନ ସଂସ୍ଥ  ପକ୍ଷରୁ କରାଯାଇଥିବା ଏକ୍‌ଜିଟ ପୋଲ  ଅନୁସାରେ ହରିଆଣାରେ କଂଗ୍ରେସ  ଓ ଜମ୍ମୁ-କାଶ୍ମୀରରେ ଝୁଲା ସରକାର  ହେବାର ସମ୍ଭାବନା ରହିଛି । 

ଜମ୍ମୁ-କାଶ୍ମୀରରୁ ୨୦୧୯ରେ  ଧାରା ୩୭୦ ଉଚ୍ଛେଦ ପରେ ଏହା  ପ୍ରଥମ ନିର୍ବାଚନ । ଯଦିଓ ଏହା କେନ୍ଦ୍ର  ଶାସିତ ଅଞ୍ଚଳ ହୋଇରହିଛି ତଥାପି  ବିଧାନସଭା ନିର୍ବାଚନରେ ବିଜୟୀ  ହୋଇ ‘ନୂଆ କାଶ୍ମୀର’ରେ ପ୍ରଥମଥର  ପାଇଁ ସରକାର ଗଢ଼ିବାକୁ ପ୍ରମୁଖ  ଦଳମାନେ ଆଶାବାଦୀ ଅଛନ୍ତି । ବିକାଶ  ଓ ଆତଙ୍କବାଦ ଦମନକୁ ମୁଖ୍ୟ ପ୍ରସଙ୍ଗ  କରି ବିଜେପି ଜନମତ ପାଇବାକୁ  ଆଶା ରଖିଛି । ଅନ୍ୟପକ୍ଷରେ ଧାରା  ୩୭୦ ଉଚ୍ଛେଦ ହିଁ କଂଗ୍ରେସ-ଏନ୍‌ସି ମଧ୍ୟରେ ମେଣ୍ଟ ଗଠନକୁ  ସୁଦୃଢ଼ କରିଛି । ଇଣ୍ଡିଆ ମେଣ୍ଟର ଅଂଶୀଦାର ଥିବା  ଏହି ଦୁଇଦଳ କ୍ଷମତା ଦଖଲ କରିବେ ବୋଲି  ଆଶାବାଦୀ ଅଛନ୍ତି । 

୨୦୧୮ରେ ବିଜେପି ମେଣ୍ଟ  ସରକାରରୁ ଓହରିଯିବା ପରେ ପିଡିପିକୁ ଶକ୍ତ  ଝଟ୍‌କା ଲାଗିଥିଲା । ହେଲେ ଏଥର ନିର୍ବାଚନରେ  ପିଡିପି କିଙ୍ଗମେକର ହେବ ବୋଲି କହିଛି । ଏଥର  ନିର୍ବାଚନରେ ୮୭୩ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା  କରୁଛନ୍ତି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଏନ୍‌ସି  ନେତା ଓମାର ଅବଦୁଲ୍ଲା, ପିପୁଲ୍ସ କନଫରେନ୍ସ  ନେତା ସାଜଦ ଗନି ଲୋନ, ପିସିସି ସଭାପତି ତାରିକ  ହମିଦ କାରା ଓ ବିଜେପି ରାଜ୍ୟ ସଭାପତି ରବିନ୍ଦ୍ର  ରାଇନା । ୯୦ ଆସନ ବିଶିଷ୍ଟ ଜମ୍ମୁ-କାଶ୍ମୀରରେ  ୩ଟି ପର୍ଯ୍ୟାୟ (ସେପ୍ଟେମ୍ବର ୧୮ ଓ ୨୫ ଏବଂ  ଅକ୍ଟୋବର ୧)ରେ ଭୋଟ ଗ୍ରହଣ ହୋଇଥିଲା ।  ମତଦାନ ହାର ଥିଲା ୬୩.୮୮ ପ୍ରତିଶତ । ଯାହାକି  ଶେଷ ନିର୍ବାଚନ ୨୦୧୪ ତୁଳନାରେ କମ୍‌ । 

ହରିଆଣାରେ ବିଜେପି ତୃତୀୟଥର ପାଇଁ  କ୍ଷମତାକୁ ଫେରିବ ବୋଲି ଆଶାବାଦୀ ଅଛି । କିଛିମାସ  ତଳେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବା ଓ ରାଜ୍ୟରେ  ବହୁଥିବା ସରକାର ବିରୋଧୀ ହାୱାକୁ ମାତ୍‌ ଦେଇ  ବିଜେପି କ୍ଷମତାସୀନ ହେବ ବୋଲି ଆଶା ରଖିଛି ।  ଅନ୍ୟପକ୍ଷରେ ଦୀର୍ଘ ୧୦ ବର୍ଷ ହେଲା ବିରୋଧୀ  ଦଳରେ ବସିଥିବା କଂଗ୍ରେସ ଏଥର କିନ୍ତୁ ବିଜେପିକୁ  ତଡି କ୍ଷମତା ଦଖଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି । 

ସେହିଭଳି ଆଇଏନ୍‌ଏଲ୍‌ଡି ଓ ଜେଜେପି  ଭଳି ଆଞ୍ଚଳିକ ଦଳ ଜାତି ସମୀକରଣକୁ ନେଇ  ନିଜର ଶକ୍ତି ବଢ଼ାଇବାକୁ ପୂର୍ଣ୍ଣ ପ୍ରାଣରେ ଲାଗିପଡିଥିବା  ଦେଖିବାକୁ ମିଳିଛି । ଲୋକସଭା ନିର୍ବାଚନ ପରେ  ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରଥମ ଲଢ଼େଇ  ହେଉଛି । ୯୦ ଆସନ ବିଶିଷ୍ଟ ହରିଆଣାରେ ଗୋଟିଏ  ପର୍ଯ୍ୟାୟରେ ଗତ ୫ ତାରିଖରେ ଭୋଟ ହୋଇଥିଲା । ମତଦାନ ହାର ୬୭.୯ ପ୍ରତିଶତ ରହିଥିଲା । ୧୦୧  ମହିଳା ଓ ୪୬୪ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ୧୦୩୧  ପ୍ରାର୍ଥୀ ଚଳିତଥର ନିର୍ବାଚନରେ ସେମାନଙ୍କ ଭାଗ୍ୟ  ପରୀକ୍ଷା କରିଛନ୍ତି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି  ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି, ବିରୋଧୀ ଦଳ ନେତା  ଭୁପେନ୍ଦ୍ର ସିଂହ ହୁଦା, ଆଇଏନ୍‌ଏଲ୍‌ଡି ନେତା ଅଭୟ  ଚୌତାଲା, ଜେଜେପିର ଦୁଶ୍ୟନ୍ତ ଚୌତାଲା, ବିଜେପିର  ଅନିଲ ଭିଜ୍‌ ଓ କଂଗ୍ରେସର ଭିନେଶ ଫୋଗଟ।

  • PrameyaOdia
  • prameya
  • Jammu Kashmir
  • assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.