ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଅଭିଯୋଗ ଆଣିଲା କଂଗ୍ରେସ : 'ଭୋଟ ଗଣତିରେ ହେଉଛି ବିଳମ୍ବ'

ନୂଆଦିଲ୍ଲୀ,୦୮/୧୦:ହରିୟାଣାର ବିଧାନସଭା ଆସନରେ ଜାରି ରହିଛି ଭୋଟ ଗଣତି । ଏହାରି ମଧ୍ୟରେ ଭୋଟ୍‌ ଗଣତିରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ନିର୍ବାଚନ ଆୟୋଗର ଅଫିସିଆଲ୍ ୱେବସାଇଟରେ ଫଳାଫଳ ଦେଖାଇବାରେ ମଧ୍ୟ ବିଳମ୍ବ ହେଉଛି। ଏଭଳି କିଛି ଅଭିଯୋଗ ଆଣିଛି କଂଗ୍ରେସ। ଏନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ସେ ଖୁବଶୀଘ୍ର ଲିଖିତ ଅଭିଯୋଗ କରିବ ବୋଲି କଂଗ୍ରେସ କହିଛି। ସେପଟେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଆମେ ଏକ ସ୍ମାରକପତ୍ର ଦାଖଲ କରି ଅଭିଯୋଗ କରୁଛୁ।ଆଶା କରୁଛୁ ଇସିଆଇ ଆମ ପ୍ରଶ୍ନର ଉତ୍ତର ଦେବେ।କାରଣ ୧୧-୧୨ ରାଉଣ୍ଡର ଫଳାଫଳ ଆସିଛି କିନ୍ତୁ ଯାହା ଅପଡେଟ୍ ହୋଇଛି ତାହା କେବଳ ୪ରୁ୫ ରାଉଣ୍ଡ ଦେଖାଯାଉଛି। ଲୋକସଭା ନିର୍ବାଚନ ବେଳେ ମଧ୍ୟ ଏହା ଘଟିଥିଲା।

ସେପଟେ ହରିୟାଣାରେ କଂଗ୍ରେସ ଟ୍ରେଣ୍ଡରେ ପଛୁଆ ପଡିଯାଇଥିବା ବେଳେ ଆଗରେ ରହିଛି ବିଜେପି। ଏହାକୁ ନେଇ ଏବେ କଂଗ୍ରେସକୁ ପଛରେ ପକାଇ ବାଜି ମାରିଛି ବିଜେପି। ଏନେଇ କଂଗ୍ରେସ ନେତା ଜୟରାମ ରମେଶଙ୍କୁ କାଉଣ୍ଟର କରି ବିଜେପି ନେତା ସୁଧାଂଶୁ ତ୍ରିବେଦୀ କହିଛନ୍ତି  ଯେ,'ହରିୟାଣାରେ ବିଜୟ ମୁହାଁ ବିଜେପି। କଂଗ୍ରେସକୁ ନିଜ ହାର ମାନି ନେବା ଉଚିତ। ନିର୍ବଚନ ଆୟୋଗଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ଅର୍ଥ ସେମାନେ ଏବେଠୁ ନିଜ ହାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ବୋଲି ସେ କହିଛନ୍ତି। ପ୍ରକାଶ ଥାଉକି, ଟ୍ରେଣ୍ଡ ଅନୁସାରେ ବର୍ତ୍ତମାନ ହରିୟାଣାର ୯୦ ଆସନରୁ ବିଜେପି ୪୯ଟି ଆସନରେ ଆଗୁଆ ରହିଛି। ସେହିପରି କଂଗ୍ରେସ କେବଳ ୩୫ ଆସନରେ ଆଗୁଆ ଥିବା ସୂଚନା ମିଳିଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.