ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ରେଜଲ୍ଟ ନ ଆସୁଣୁ ମୁଖ୍ୟମନ୍ତ୍ରୀ ହେବି କହିଲେ ଅନିଲ ବିଜ୍‌

ନୂଆଦିଲ୍ଲୀ,୦୮/୧୦: ଜମ୍ମୁ-କାଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ଜାରି ରହିଛି ଭୋଟ ଗଣତି। ହରିୟାଣାର ୯୦ଟି ବିଧାନସଭା ଆସନରେ କାଉଟିଂ ଜାରି ରହିଥିବା ବେଳେ ପ୍ରାଥମିକ ଟ୍ରେଣ୍ଡରେ ପ୍ରଥମେ କଂଗ୍ରେସ ଆଗୁଆ ରହିଥିଲା । ହେଲେ ବର୍ତ୍ତମାନ ବିଜେପି ତାକୁ କ୍ରସ୍‌ କରି ଆଗକୁ ବଢ଼ିଛି। ବିଜେପି ଆଗୁଆ ହେବା ପରେ ପରେ ବଡ଼ ଇଚ୍ଛା ଜାହିର କରିଛନ୍ତି ବରିଷ୍ଠ ନେତା ।  ଫାଇନାଲ ରେଜଲ୍ଟ ନ ଆସୁଣୁ ମୁଖ୍ୟମନ୍ତ୍ରୀ ହେବାକୁ ମନ ବଳାଇଲେଣି ବରିଷ୍ଠ ନେତା ଅନିଲ ବିଜ୍‌ । 

ଭୋଟ ଗଣତି ଭିତରେ ରିୟାଣାର ଅମ୍ବାଲା ଛାବନିରୁ ଲଢୁଥିବା ଅନିଲ କହିଛନ୍ତି,'ଯଦି ଦଳର ହାଇକମାଣ୍ଡ ଚାହିଁବେ ତେବେ ସେ ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।ଜନତାର ଫଇସଲା ଠିକ୍ ଦଳକୁ ଯିବ। କଂଗ୍ରେସ ଘୃଣାର ରାଜନୀତି କରେ। ସେମାନେ ପ୍ରେମର ଦୋକାନରେ ଘୃଣାର ସାମଗ୍ରୀ ବିକ୍ରି କରନ୍ତି ।'ଅନୀଲ ବିଜ୍‌ ହରିୟାଣାରେ ଭୋଟ୍ ହେବା ପରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରି କହିଥିଲେ ଯେ ସେ ହେଉଛନ୍ତି ବରିଷ୍ଠ ନେତା। ତେବେ ଅନିଲ ବିଜ୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଚେୟାରରେ ବସିବା ସହଜ ହେବ ନାହିଁ। ବର୍ତ୍ତମାନର ରାଜ୍ୟ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ନେତୃତ୍ୱରେ ଦଳ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛି। ଏଭଳି ପରିସ୍ଥିତିରେ ଯଦି ବିଜେପି ଜିତେ ତେବେ ମୁଖ୍ୟମନ୍ତ୍ରୀ ଆସନ ଉପରେ ସବୁଠାରୁ ଅଧିକ ଦାବିଦାର ତାଙ୍କର ରହିବ।ହରିୟାଣାରେ ଭାରତୀୟ ଜନତା ପାର୍ଟି ଲଗାତର ତୃତୀୟ ଥର ପାଇଁ ସରକାର ଗଠନ କରିପାରେ। ରାଜ୍ୟର ୯୦ଟି ଆସନରେ ଅକ୍ଟୋବର ୫ ତାରିଖରେ ଭୋଟ୍‌ ହୋଇଥିଲା। ତେବେ ବର୍ତ୍ତମାନ କଂଗ୍ରେସକୁ ପଛରେ ପକାଇ ଆଗରେ ରହିଛି ବିଜେପି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.